Advertisment

ନୀତୀଶଙ୍କୁ ‘ବହୁରୂପୀ ଏଣ୍ଡୁଅ ରତ୍ନ’ ପୁରସ୍କାର ଦିଆଯିବା ଉଚିତ: ତେଜ ପ୍ରତାପ

ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ସରକାରରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଥିଲେ।

Tej Pratap

Tej Pratap

Advertisment

ଆରଜେଡି ଓ କଂଗ୍ରେସ ଆଦି ଦଳ ଥିବା ମହାଗଠବନ୍ଧନରୁ ବାହାରି ପୁଣି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସହିତ ମିଶି ବିହାରରେ ସରକାର ଗଢ଼ିଛନ୍ତି ନୀତୀଶ କୁମାର। ଏହା ସହିତ ନବମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ନୀତୀଶ ବାରମ୍ବାର ମେଣ୍ଟ ପରିବର୍ତ୍ତନ କରୁଥିବା ଯୋଗୁ ବିଭିନ୍ନ ମହଲରେ ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ତାଙ୍କୁ ‘ବହୁରୂପୀ ଏଣ୍ଡୁଅ ରତ୍ନ’ ପୁରସ୍କାର ଦିଆଯାଉ ବୋଲି କହିଛନ୍ତି ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ। ଏହା ସହିତ ସେ ନୀତୀଶ କୁମାରଙ୍କୁ ପଲଟିସ୍ କୁମାର ବୋଲି କହିଛନ୍ତି।

Advertisment

ତେଜ ପ୍ରତାପ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ବହୁରୂପୀ ଏଣ୍ଡୁଅ ବାରମ୍ବାର ତା’ର ଶରୀରର ରଙ୍ଗ ବଦଳାଇଥାଏ। ପଲ୍‌ଟିସ୍ କୁମାରଙ୍କୁ ବହୁରୂପୀ ଏଣ୍ଡୁଅ ରତ୍ନ ପୁରସ୍କାର ଦିଆଯିବା ଉଚିତ। ବାରମ୍ବାର ସେ ତାଙ୍କର ରାଜନୀତିକ ସହଯୋଗୀ ଦଳ ପରିବର୍ତ୍ତନ କରୁଥିବାରୁ ତାଙ୍କୁ ଏଭଳି ପୁରସ୍କାର ଦିଆଯିବା ଉଚିତ୍।

ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ସରକାରରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଥିଲେ।

Advertisment

୨୦୨୦ ବିହାର ବିଧାନସଭା ନିର୍ବାଚନ ପରେ ବିଜେପି ନେତୃତାଧୀନ ଏନ୍‌ଡିଏ ସହିତ ମିଶି ସରକାର ଗଢ଼ିଥିଲା ନୀତୀଶ କୁମାରଙ୍କ ଜେଡିୟୁ। ବିଜେପି ଅପେକ୍ଷା ଜେଡିୟୁର କମ୍‌ ଆସନ ଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର। କିନ୍ତୁ ୨୦୨୨ ଅଗଷ୍ଟରେ ଏନ୍‌ଡିଏ ସହିତ କରିଥିବା ମେଣ୍ଟରୁ ଓହରି ଯାଇଥିଲେ ନୀତୀଶ କୁମାର। ଆରଜେଡି ଓ କଂଗ୍ରେସ ଭଳି ଦଳ ଥିବା ମହାଗଠବନ୍ଧନ ମେଣ୍ଟ ସହିତ ମିଶି ନୀତୀଶ ବିହାରରେ ସରକାର କରିଥିଲେ ଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାର ୧୮ ମାସ ନହେଉଣୁ ନୀତୀଶ ମହାଗଠବନ୍ଧନ ସହିତ ସଂପର୍କ ଛିନ୍ନ କରି ପୁଣି ଏନ୍‌ଡିଏ ସହିତ ମିଶି ବିହାରରେ ଗତକାଲି ନୂଆ ସରକାର ଗଢ଼ି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଏହା ପୂର୍ବରୁ ୨୦୧୫ ବିଧାନସଭା ନିର୍ବାଚନ ପରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା। ସେତେବେଳେ ଏନ୍‌ଡିଏ ସହିତ ସଂପର୍କ ଛିନ୍ନ କରିଥିବା ନୀତୀଶ କୁମାର ଆରଜେଡି, କଂଗ୍ରେସ ଓ ବାମ ଦଳ ସହିତ ମିଶି ସରକାର ଗଠନ କରିଥିଲେ। କିନ୍ତୁ ୨୦୧୭ରେ ମେଣ୍ଟରୁ ବାହାରି ଆସି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ଏନ୍‌ଡିଏ ସହିତ ମିଶି ପୁଣି ସରକାର ଗଠନ କରିଥିଲେ ଓ ମୁଖ୍ୟମନ୍ତ୍ରୀ ହୋଇଥିଲେ।

୧୯୯୬ରୁ ୨୦୧୩ ପର୍ଯ୍ୟନ୍ତ ନୀତୀଶ କୁମାରଙ୍କ ଦଳ ଜେଡିୟୁ ବିଜେପି ବା ଏହା ନେତୃତ୍ୱାଧୀନ ଏନ୍‌ଡିଏ ସହିତ ଥିଲା। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ସେ ଏନ୍‌ଡିଏ ସହିତ ସଂପର୍କ ଛିନ୍ନ କରିଥିଲେ। ତା’ ପରଠୁ ସେ କେବେ ଆରଜେଡି ତ କେବେ ବିଜେପି ସହିତ ମିଶି ସରକାର କରୁଛନ୍ତି। 

Bjp RJD Anandapur JDU Tej Pratap Yadav Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe