Advertisment

INDIA ‍‍ବୈଠକରେ ଡିଏମ୍‌କେ ନେତାଙ୍କ ଉପରେ ବର୍ଷିଲେ ନୀତୀଶ

ଭାଷାକୁ ନେଇ INDIA ମେଣ୍ଟରେ ସୃଷ୍ଟି ହେବ କି ଫାଟ?

INDIA

INDIA

Advertisment

ଗତକାଲି ଦିଲ୍ଲୀରେ ବସିଥିଲା INDIA ମେଣ୍ଟର ବୈଠକ। ୩ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ବୈଠକରେ ଜେଡି (ୟୁ) ନେତା ତଥା ବିହାର ମୁଖ୍ୟ ନୀତୀଶ କୁମାର ଭାଷଣ ଦେବା ବେଳେ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି। ଡିଏମ୍‌କେ ନେତା ଟିଆର ବାଲୁଙ୍କ ଉପରେ ରାଗି ଯାଇଥିଲେ ନୀତୀଶ। ଆଉ କହିଥିଲେ- ଆମେ ଆମ ଦେଶକୁ ହିନ୍ଦୁସ୍ତାନ ବୋଲି କହୁଛନ୍ତି। ହିନ୍ଦୀ ଆମ ରାଷ୍ଟ୍ର ଭାଷା। ଆମେ ସମସ୍ତେ ଏହି ଭାଷା ଜାଣିବା ଉଚିତ।

Advertisment

INDIA ବୈଠକରେ ନୀତୀଶ କୁମାର ହିନ୍ଦୀରେ ଭାଷଣ ଦେଉଥିଲେ। ଏହି ସମୟରେ ଡିଏମ୍‌କେ ସୁପ୍ରିମୋ ଏମ୍‌.କେ ଷ୍ଟାଲିନଙ୍କ ସହିତ ଦଳୀୟ ନେତା ଟିଆର ବାଲୁ ଉପସ୍ଥିତ ଥିଲେ। ତେବେ ନୀତୀଶ ହିନ୍ଦୀରେ କହୁଥିବାରୁ ସବୁ କଥା ଟିଆର ବାଲୁ ବୁଝି ପାରୁ ନଥିଲେ। ତେଣୁ ରାଷ୍ଟ୍ରୀୟ ଜନତା ଦଳର ରାଜ୍ୟସଭା ସାଂସଦ ମନୋଜ କୁମାର ଝାଙ୍କୁ ନୀତୀଶ କୁମାରଙ୍କ ଭାଷଣକୁ ଅନୁବାଦ କରି କହିବାକୁ ସେ ସଙ୍କେତ ଦେଇଥିଲେ। ଏନେଇ ନୀତୀଶ କୁମାରଙ୍କୁ ଅନୁମତି ମାଗିଥିଲେ ମନୋଜ କୁମାର ଝା’। କିନ୍ତୁ ଏହା ଶୁଣି ଚିହିଁକି ଉଠିଥିଲେ ନୀତୀଶ।

ସେ କହିଥିଲେ, ଆମେ ଆମ ଦେଶକୁ ହିନ୍ଦୁସ୍ତାନ ବୋଲି କହୁଛେ। ହୀନ୍ଦି ଆମ ରାଷ୍ଟ୍ର ଭାଷା। ଆମେ ସମସ୍ତେ ଏହି ଭାଷା ଜାଣିବା ଉଚିତ। ଏହା ସହିତ ତାଙ୍କ ଭାଷଣର ଅନୁବାଦ ନ କରିବାକୁ ସେ ମନୋଜ ଝା’ଙ୍କୁ କହିଥିଲେ।

Advertisment

ଗତକାଲି ଚତୁର୍ଥ ଥର ପାଇଁ INDIA ମେଣ୍ଟର ବୈଠକ ବସିଥିଲା। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହି ବୈଠକ ବସିଥିଲା। ଆସନ ଭାଗବଣ୍ଟା ଓ ପ୍ରଚାର ରଣନୀତି ଆଦି ନେଇ ଏହି ବୈଠକ ବସିଥିଲା।

India Nitish Kumar DMK TR Balu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe