Advertisment

Blast In Police Station: ଥାନାରେ ଫାଟିଲା ‘ଆତଙ୍କବାଦୀଙ୍କ ବିସ୍ଫୋରକ’: ସବୁ କିଛି ଛିନଛତ୍ର, ଚାଲିଗଲା ୯ ଜୀବନ

ପ୍ରଥମେ ଏହା କୌଣସି ଆତଙ୍କବାଦୀ ହମଲା କି ବୋଲି ସନ୍ଦେହ ପ୍ରକାଶ ପାଇଥିଲା। କାରଣ ଜୈଶ-ଇ-ମହମ୍ମଦର ଗୋଟିଏ ଚ୍ଛାୟା ସଂଗଠନ ପିଏଏଫଏଫ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା। କିନ୍ତୁ ଜମ୍ମୁ-କଶ୍ମୀର ଡିଜିପି ନଳୀନ ପ୍ରଭାତ ଏହାକୁ ଖଣ୍ଡନ କରିଛନ୍ତି।

author-image
Hemant Lenka
Blast

ବିସ୍ଫୋରଣ ପରର ଦୃଶ୍ୟ

ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଭୟଙ୍କର ବିସ୍ଫୋରଣ। ଆତଙ୍କବାଦୀଙ୍କ ଠାରୁ ଜବତ ହୋଇଥିବା ବିସ୍ଫୋରକ ଥାନାରେ ଘଟାଇଛି ବିସ୍ଫୋରଣ। ଏଥିଯୋଗୁ ଛିନଛତ୍ର ହୋଇଯାଇଛି ଶ୍ରୀନଗରୀର ନୌଗାମ ଥାନା ଓ ଏହାର ଆଖପାଖ ଅଞ୍ଚଳ। ଶୁକ୍ରବାର ରାତି ପ୍ରାୟ ୧୧.୨୦ରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣର ଶବ୍ଦରେ ପୂରା ଅଞ୍ଚଳରେ ଖେଳି ଯାଇଥିଲା ଆତଙ୍କ।

Advertisment

ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ପୁଲିସ୍‌ କର୍ମଚାରୀ(Jammu And Kashmir Police) ଓ ଫରେନ୍ସିକ ଟିମର ସଦସ୍ୟ ରହିଛନ୍ତି। ଜବତ ବିସ୍ଫୋରକକୁ ସେମାନେ ଯାଞ୍ଚ କରୁଥିବା ବେଳେ ଏପରି ବିସ୍ଫୋରଣ ହୋଇଛି। 

ପ୍ରଥମେ ଏହା କୌଣସି ଆତଙ୍କବାଦୀ ହମଲା କି ବୋଲି ସନ୍ଦେହ ପ୍ରକାଶ ପାଇଥିଲା। କାରଣ ଜୈଶ-ଇ-ମହମ୍ମଦର ଗୋଟିଏ ଚ୍ଛାୟା ସଂଗଠନ ପିଏଏଫଏଫ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା। କିନ୍ତୁ ଜମ୍ମୁ-କଶ୍ମୀର ଡିଜିପି ନଳୀନ ପ୍ରଭାତ ଏହାକୁ ଖଣ୍ଡନ କରିଛନ୍ତି। ଏହା କୌଣସି ଆତଙ୍କବାଦୀ ହମଲା ନୁହେଁ, ବରଂ ପରିଚାଳନାଗତ ତ୍ରୁଟି ବୋଲି ସେ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଘଟଣାର ତଦନ୍ତ ନିର୍ଦ୍ଦେଶ କରିଛନ୍ତି।

Advertisment

ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳର ଲୋକମାନେ ପ୍ରଚଣ୍ଡ ଶବ୍ଦରେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଥାନାଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ନିଆଁ ଲାଗି ଆଖପାଖରେ ଥିବା ଏକାଧିକ ଗାଡ଼ି ପାଉଁଶ ହୋଇଯାଇଛି।

ଦିଲ୍ଲୀ ଲାଲକିଲ୍ଲା ଆତ୍ମଘାତୀ କାର ବିସ୍ପୋରଣ ପୂର୍ବରୁ ଫରିଦାବାଦରୁ ଜବତ ହୋଇଥିବା ବିସ୍ଫୋରକ ଏଠାରେ ରଖାଯାଇଥିଲା। ଜବତ ବିସ୍ଫୋରକ ମଧ୍ୟରେ ଆମୋନିୟମ ନାଇଟ୍ରେଟ୍ ମଧ୍ୟ ରହିଥିଲା। ଏହାକୁ ଫରେନ୍ସିକ ଟିମ ସଦସ୍ୟମାନେ ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣାବସତଃ ବିସ୍ଫୋରଣ ହୋଇଛି। 

ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେହିପରି କିଛି ଲୋକଙ୍କ ପତ୍ତା ମଧ୍ୟ ମିଳୁନି। କିଛି ମୃତଦେହ ବିସ୍ଫୋରଣ ସ୍ଥଳ ଠାରୁ ୩୦୦ ମିଟର ଦୂରରୁ ଜବତ ହୋଇଛି। ଏଥିରୁ ବିସ୍ଫୋରଣର ପ୍ରଭାବ ସ୍ପଷ୍ଟ ଅନୁମେୟ ହେଉଛି। ସିସିଟିଭିରେ ବିସ୍ଫୋରଣ ବେଳର ଦୃଶ୍ୟ ମଧ୍ୟ କଏଦ ହୋଇଛି।

ଶୁକ୍ରବାର ରାତିରେ ଫରିଦାବାଦରୁ ଜବତ ବିପୁଳର ପରିମାଣର ବିସ୍ଫୋରକକୁ ବେଶ ସତର୍କତାର ସହ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲିଂ କରାଯାଉଥିଲା। ଏହି ସମୟରେ ଦୁର୍ଘଟଣା ବଶତଃ ବଡ଼ ବିସ୍ଫୋରଣ ହୋଇଛି। ପିଏଏଫଏଫ କରୁଥିବା ଦାବିରେ ସତ୍ୟତା ନାହିଁ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସବୁ ପଦକ୍ଷେପ ସତର୍କତାର ସହ ନିଆଯାଉଛି। ଏହାକୁ ନେଇ କୌଣସି ଅଲଗା ଆକଳନ କରିଯିବା ଠିକ ନୁହେଁ ବୋଲି ଡିଜିପି(DGP Jammu And Kashmir) ନଳୀନ ପ୍ରଭାତ କହିଛନ୍ତି।

ତାଙ୍କ କହିବା କଥା ଯେ ମୃତକଙ୍କ ମଧ୍ୟରେ ଜଣେ ରାଜ୍ୟ ତଦନ୍ତକାରୀ ଏଜେନ୍ସିର ଅଧିକାରୀ, ୩ ଜଣ ଫରେନ୍ସିକ ସାଇନ୍ସ ଲ୍ୟାବ ଅଧିକାରୀ, ଦୁଇ ଜଣ କ୍ରାଇମ ୱିଙ୍ଗ ଅଧିକାରୀ, ୨ ଜଣ ରେଭିନ୍ୟୁ ଅଧିକାରୀ ଓ ଜଣେ ଟେଲର ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ବିସ୍ଫୋରଣରେ ୨୭ ଜଣ ପୁଲିସ୍‌ କର୍ମଚାରୀ, ୨ ଜଣ ରେଭିନ୍ୟୁ ଅଧିକାରୀ ଓ ୩ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। 


ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରଶାନ୍ତ ଲୋଖାଣ୍ଡେ ମଧ୍ୟ ଡିଜିପିଙ୍କ ବୟାନକୁ ଦୋହରାଇଛନ୍ତି। ତାଙ୍କ କହିବା କଥା ଯେ ବିସ୍ଫୋରଣର ତଦନ୍ତ ଚାଲିଛି ଓ ଅଯଥା ଅନୁମାନ ଲଗାଇବା ଠିକ ନୁହେଁ। ଫରିଦାବାଦ ଟେରର ମଡ୍ୟୁଲା ପର୍ଦ୍ଦାଫାସ ବେଳେ ଜବତ ୩୫୦ କେଜିରୁ ଅଧିକ ବିସ୍ଫୋରକ ଜବତ ହୋଇଥିଲା। ଏହି ବିସ୍ଫୋରକକୁ ଥାନାରେ ରଖା ଯାଇଥିଲା। କାରଣ ପୂରା ଟେରର ମଡ୍ୟୁଲକୁ ନେଇ ଏହି ଥାନାରେ ପ୍ରଥମ ଏଫଆଇଆର ହୋଇଥିଲା। ଫରିଦାବାଦ ଟେରର ମଡ୍ୟୁଲ ଘଟଣାରେ ଗିରଫ ଡାକ୍ତର ମୁଜାମିଲ ଶକୀଲର ଗୋଟିଏ ଭଡ଼ା ଘରୁ ଏତେ ପରିମାଣର ବିସ୍ଫୋରକ ଜବତ ହୋଇଥିବା ସେ କହିଛନ୍ତି। 

Blast Jammu And Kashmir Jammu And Kashmir Police DGP Jammu And Kashmir