Advertisment

ଏନଏମସିର କଡ଼ା ନିର୍ଦ୍ଦେଶ, ଫାର୍ମା କମ୍ପାନୀ ଟଙ୍କାରେ ସଭା କରିପାରିବେନି ଡାକ୍ତର

ଏଣିକି ଆଉ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଦ୍ୱାରା ପ୍ରାୟୋଜିତ ବୈଠକରେ ଯୋଗ ଦେଇପାରିବେନି ଡାକ୍ତର। କଡ଼ା କଟକଣା ଆଣିଲା ଏନଏମସି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଏଣିକି ଆଉ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଦ୍ୱାରା ପ୍ରାୟୋଜିତ ବୈଠକରେ ଯୋଗ ଦେଇପାରିବେନି ଡାକ୍ତର। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡ଼ିକ ଆୟୋଜନ କରୁଥିବା କର୍ମଶାଳା କିମ୍ୱା ସମ୍ମିଳନୀରେ ଡାକ୍ତରମାନଙ୍କ ଯୋଗଦାନକୁ ବାରଣ କରିଛି ନ୍ୟାସନାଲ୍ ମେଡିକାଲ୍ କମିସନ୍(ଏନଏମସି)। କକଟେଲ ରାତ୍ର ଭୋଜନ, ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ପଞ୍ଚ ତାରକା ହୋଟେଲରେ ଡାକ୍ତରୀ ସମ୍ମିଳନୀ ସମେତ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ସହ ଜଡିତ କୌଣସି ସେମିନାର, କର୍ମଶାଳା କିମ୍ବା ସମ୍ମିଳନୀରେ ଡାକ୍ତରମାନେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି ଏନଏମସି ବା ଜାତୀୟ ମେଡିକାଲ ଆୟୋଗ। 

Advertisment

ଯଦି ନିୟମର ଉଲ୍ଲଙ୍ଘନ ହୁଏ ତେବେ ତିନି ମାସ ପର୍ଯ୍ୟନ୍ତ ସ୍ୱୀକୃତି ରଦ୍ଦ କରିଦିଆଯିବ ବୋଲି ଏନଏମସି କହିଛି। ନୂତନ ବୃତ୍ତିଗତ ଆଚରଣ ନିୟମର ଧାରା ୩୫ ମଧ୍ୟ ଡାକ୍ତର ଏବଂ ସେମାନଙ୍କ ପରିବାରକୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କଠାରୁ ପରାମର୍ଶ ଶୁଳ୍କ କିମ୍ବା ଅନ୍ୟ କୌଣସି ସହାୟତା ଗ୍ରହଣ କରିବାକୁ ବାରଣ କରିଛି।

ତତ୍କାଳୀନ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆର (ଏମସିଆଇ) ନିୟମାବଳିରେ ଡାକ୍ତର ଏବଂ ସେମାନଙ୍କ ପରିବାରକୁ ଉପହାର, ଭ୍ରମଣ ସୁବିଧା କିମ୍ବା ଆତିଥ୍ୟ ଗ୍ରହଣ କରିବାକୁ ବାରଣ କରିବା ପରେ ଅନେକ କମ୍ପାନୀ ବକ୍ତୃତା ଏବଂ କର୍ମଶାଳାରେ ଯୋଗଦାନ ପାଇଁ ଡାକ୍ତରମାନଙ୍କୁ ଦେୟ ଦେବା ଆରମ୍ଭ କରିଥିଲେ। ଡାକ୍ତରମାନେ ମଧ୍ୟ କମ୍ପାନୀଙ୍କ ଉତ୍ପାଦ ପ୍ରେସ୍କ୍ରାଇବ କରିବାକୁ ମେଡିକାଲ୍ ଫି' ନେଉଥିଲେ। ଅନେକ କର୍ପୋରେଟ୍ ହସ୍ପିଟାଲ୍ ମଧ୍ୟ ରୋଗୀମାନଙ୍କୁ ରେଫର୍ କରିବା ପାଇଁ ଡାକ୍ତରଙ୍କୁ ଫି' ଦେଉଥିଲେ। ଏହିସବୁ ସଂସ୍ଥା ମାଧ୍ୟମରେ ଜାକ୍ତରମାନେ ସେମାନଙ୍କ ବେତନଠାରୁ ମଧ୍ୟ ଅଧିକ ରୋଜଗାର କରୁଛନ୍ତି।

Advertisment

କିନ୍ତୁ ନୂଆ ନିୟମ ଏସବୁକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରିଛି। ଜାନୁଆରୀ ୨୦୧୦ରେ ଫାର୍ମା କମ୍ପାନୀଗୁଡିକ ଡାକ୍ତରମାନଙ୍କୁ ଉପହାର ପ୍ରଦାନକୁ MCI ନିଷିଦ୍ଧ କରିଥିଲା। ଏହାକୁ ଡାକ୍ତରମାନେ ତୀବ୍ର ବିରୋଧ କରିଥିଲେ। ପରେ ଅତିବେଶିରେ ସେମାନେ ଏହିସବୁ ସଂସ୍ଥାଗୁଡିକରୁ ମାତ୍ର ୧୦୦୦ ଟଙ୍କା ମଧ୍ୟରେ ଉପହାର ଆଣିପାରିବେ ବୋଲି ଅନୁମତି ଦେଇଥିଲା। ଏହାସହ ସେମିନାର କିମ୍ୱା କର୍ମଶାଳାରେ ଯୋଗଦାନ ପାଇଁ ଟ୍ରାଭେଲ୍ ଫି ଗ୍ରହଣ କରିପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଥିଲା। ବର୍ତ୍ତମାନ ଏନଏମସି ମଧ୍ୟ ସମାନ ନିର୍ଦ୍ଦେଶନାମା ଲାଗୁ କରିବା ପରେ ନିୟମ କେତେ କଡ଼ାକଡ଼ି ପାଳନ ହେଉଛି ତା' ଉପରେ ସମସ୍ତଙ୍କ ନଜର।  

NMC National Medical Commission Rule For Doctors NMC New Rule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe