Himant Biswasarma
ଯଦି ପ୍ରଥମ ପତ୍ନୀ/ପତି ଜୀବିତ ଥିବେ, ତା’ହେଲେ ଆସାମର କୌଣସି ସରକାରୀ ଚାକିରିଆ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ଅକ୍ଟୋବର ୨୦ ତାରିଖରେ ଆସାମ ସରକାର ତାଙ୍କର କର୍ମଚାରୀଙ୍କ ପାଇଁ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଦ୍ୱିତୀୟ ବିବାହ ପାଇଁ ଧାର୍ମିକ ପ୍ରତିବନ୍ଧକ ନଥିଲେ ମଧ୍ୟ ସରକାରୀ କର୍ମଚାରୀମାନଙ୍କୁ ଦ୍ୱିତୀୟ ବିବାହ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଏହି ନିୟମ ପୂର୍ବରୁ ଅଛି। ଏବେ କେବଳ ଆମେ ଏହାକୁ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ। ଅନେକ ମାମଲାରେ ଆମେ ଦେଖୁଛୁ, ଜଣେ ସରକାରୀ ଚାକିରିଆଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କର ପେନ୍ସନ୍ ପାଇବା ପାଇଁ ଦୁଇ ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି।
ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଯେଭଳି ଜଣେ ପୁରୁଷ ସରକାରୀ କର୍ମଚାରୀ ପ୍ରଥମ ପତ୍ନୀ ଜୀବିତ ଥାଉ ଥାଉ ଦ୍ୱିତୀୟ ବିବାହ କରିବା ପାଇଁ ସରକାରଙ୍କ ଅନୁମତି ଲୋଡ଼ା, ସେହିଭଳି ଜଣେ ମହିଳା ସରକାରୀ କର୍ମଚାରୀ ମଧ୍ୟ ପ୍ରଥମ ସ୍ୱାମୀ ଜୀବିତ ଥିବା ବେଳେ ଦ୍ୱିତୀୟ ବିବାହ କରିବା ପାଇଁ ଚାହୁଁଥିଲେ ପ୍ରଥମେ ସରକାରଙ୍କଠାରୁ ଅନୁମତି ନେବା ଆବଶ୍ୟକ।
କିଛି ମାସ ତଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଥିଲେ ଯେ ତାଙ୍କ ସରକାର ରାଜ୍ୟରୁ ବହୁ ବିବାହ ପ୍ରଥାକୁ ତତ୍କ୍ଷଣାତ୍ ଉଠାଇ ଦେବାକୁ ଚାହୁଁଛନ୍ତି। ଏଥିପାଇଁ ଆମେ ସେପ୍ଟେମ୍ବର ମାସରେ ବିଧାନସଭାରେ ଏକ ବିଲ୍ ଆଗତ କରିବାକୁ ଚାହୁଁଛୁ। ଯଦି କୌଣସି କାରଣରୁ ଆମେ ସେତେବେଳେ ବିଲ୍ ଆଣି ନପାରୁ ତା’ହେଲେ ଆମେ ଆସନ୍ତା ଜାନୁଆରୀ ମାସରେ ଆମେ ଏହା କରିବୁ। ସେହିଭଳି ଗତ ଅଗଷ୍ଟ ମାସରେ ସେ ବହୁ ବିବାହ ପ୍ରଥା ବନ୍ଦ ପାଇଁ ସାଧାରଣ ଲୋକଙ୍କ ମତ ମାଗିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1698397760.jpg)