Advertisment

ମିଳିଲାନି ଆମ୍ବୁଲାନ୍ସ; ୨ ମଲା ପୁଅଙ୍କୁ କାନ୍ଧରେ ବୋହି ଘରକୁ ନେଲେ ବାପାମାଆ

ମୃତଦେହକୁ ୧୫ କିଲୋମିଟର କାଦୁଅ ରାସ୍ତାରେ ବୋହି ଘରକୁ ନେଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Couple carrying dead son

Couple carrying dead son

ମହାରାଷ୍ଟ୍ର ଅହେରୀ ତାଲୁକ ଅଞ୍ଚଳରେ ବିକାଶର ନଗ୍ନଚିତ୍ର। ଆମ୍ବୁଲାନ୍ସ ନ ମିଳିବାରୁ ଦୁଇ ମୃତ ପୁଅଙ୍କୁ କାନ୍ଧରେ ବୋହି ଘରକୁ ନେଇଛନ୍ତି ବାପାମାଆ। ଏକ କି ଦୁଇ କିଲୋମିଟର ନୁହେଁ, ପୂରା ୧୫ କିଲୋମିଟର କାଦୁଅ ରାସ୍ତାରେ ଚାଲିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। 

Advertisment

ବିରୋଧୀ ଦଳର ନେତା ବିଜୟ ୱାଦେତିୱାରୀ ସୋଶାଲ ମିଡିଆରେ ଏହି ସମୟର ଭିଡିଓ ଶେଆର କରିଛନ୍ତି। ସେ ଲେଖିଛନ୍ତି ଯେ, ଦୁଇ ଭାଇ ଜ୍ୱରରେ ପୀଡିତ ହୋଇଥିଲେ। ଚିକିତ୍ସା ଅଭାବରୁ ଡାକ୍ତରଖାନାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ସଠିକ୍ ସମୟରେ ଡାକ୍ତରଖାନା ଅଣାନଯିବାରୁ ଉଭୟଙ୍କ ଜୀବନ ଚାଲି ଯାଇଥିଲା। ଏହା ସତ୍ତ୍ୱେ ବି ମୃତଦେହ ଘରକୁ ପଠାଇବାକୁ ଆମ୍ବୁଲାନ୍ସ ମିଳିନଥିଲା। ଫଳରେ ସେମାନଙ୍କ ବାପାମାଆ ୧୫ କିଲୋମିଟର କାଦୁଅ ରାସ୍ତାରେ କାନ୍ଧରେ ବୋହି ଘରକୁ ନେବାକୁ ବାଧ୍ୟ ହୋଇଥିଲେ।

Advertisment

ଗାଡଚିରୋଲି ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି ବୋଲି ବିରୋଧୀ ଦଳ ନେତା ୱାଦେତିୱାରୀ କହିଛନ୍ତି। ଏଥିପାଇଁ ସେ ଶାସକ ଦଳକୁ ଦାୟୀ କରିବା ସହ ଏହା ସ୍ୱାସ୍ଥ୍ୟ ସେବାର ନଗ୍ନଚିତ୍ର ବୋଲି କହିଛନ୍ତି।