Advertisment

ମନୀଷ ସିସୋଦିଆଙ୍କୁ ଝଟ୍‌କା, ମିଳିଲାନି ବେଲ୍‌

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଫେବ୍ରୁଆରୀ ମାସରୁ ଜେଲରେ ବନ୍ଦ ଅଛନ୍ତି।

author-image
Madhupriya Mistry
undefined

Manish Sisodia

ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଝଟ୍‌କା। ଖାରଜ ହେଲା ତାଙ୍କ ବେଲ୍‌। ସୁପ୍ରିମକୋର୍ଟ ଆଜି ତାଙ୍କ ବେଲ୍‌ ଆବେଦନ ଖାରଜ କରି ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ୨୪୧ ଦିନ ହେବ ଜେଲରେ ବନ୍ଦ ଅଛନ୍ତି।

Advertisment

ସୁପ୍ରିମକୋର୍ଟ ଗତ ମଙ୍ଗଳବାର ତଥା ଅକ୍ଟୋବର ୧୭ ତାରିଖରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଜଷ୍ଟିସ ସଞ୍ଜିବ ଖନ୍ନା ଓ ଏସ୍‌ ବିଏଲ୍‌ ଭଟ୍ଟିଙ୍କ ଦୁଇ ଜଣିଆ ଖଣ୍ଡପୀଠ ନିଜ ରାୟ ଶୁଣାଇଛନ୍ତି। ସିବିଆଇ ଓ ଇଡି ଉଭୟଙ୍କ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି। ଏଥିସହ ୬ରୁ ୮ ମାସ ଭିତରେ ଟ୍ରାଏଲ୍‌ ପୂରା କରିବା ପାଇଁ ତନ୍ତକାରୀ ସଂସ୍ଥାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଥିରେ ବିଳମ୍ବ ହୁଏ ତେବେ ସିସୋଦିଆ ପୁଣି ଥରେ ଜାମିନ ଆବେଦନ କରିପାରନ୍ତି ବୋଲି କୋର୍ଟ କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ସ୍ୱତନ୍ତ୍ର ଅଦାଲତ ଓ ହାଇକୋର୍ଟ ସିସୋଦିଆଙ୍କୁ ଜାମିନ ଦେବା ପାଇଁ ମନା କରିଦେଇଥିଲେ। ଏହାପରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆପ୍‌ ନେତା ମନୀଷ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଫେବ୍ରୁଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତିହାଡ ଜେଲ ଭିତରେ ତାଙ୍କୁ ପଚରାଉଚରା କରିଥିଲା। ପରେ ମାର୍ଚ୍ଚ ୯ ତାରିଖ ସିବିଆଇର ଏଫ୍‌ଆଇଆର୍‌ ସହ ଜଡିତ ମନିଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଥିଲା ଇଡି। ଏହାପରେ ଫେବ୍ରୁଆରୀ ୨୮ ତାରିଖରେ ସିସୋଦିଆ ଦିଲ୍ଲୀ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ।

ED Raid Manish Sisodia Supreme Court Liquor Case CBI