Advertisment

ମନୀଷ ସିସୋଦିଆ ନିରାଶ, ମିଳିଲାନି ଜାମିନ୍‌

ଫେବୃଆରୀ ୨୬ରେ ସିସୋଦିଆଙ୍କୁ ସିବିଆଇ ପ୍ରଥମେ ଗିରଫ କରିଥିଲା। ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଅବକାରୀ ନୀତି ଦୁର୍ନୀତି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାର ପ୍ରାୟ ୬ ମାସ ପରେ ଏପରି ଗିରଫଦାରୀ ହୋଇଥିଲା।

Manish Sisodia

Manish Sisodia

Advertisment

ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଆପର ବରିଷ୍ଠ ନେତା ମନୀଷ ସିସୋଦିଆ ନିରାଶ। ଏହି ମାମଲାରେ ତାଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ସେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ଏହାକୁ ଗୋଟିଏ ସ୍ୱତନ୍ତ୍ର ସିବିଆଇ କୋର୍ଟ ଖାରଜ କରି ଦେଇଛନ୍ତି।

Advertisment

ସ୍ୱତନ୍ତ୍ର କୋର୍ଟ ବିଚାରପତି ଏମକେ ନାଗପାଲ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି ଯେ ବର୍ତ୍ତମାନ ତଦନ୍ତ ଯେଉଁ ସ୍ତରରେ ରହିଛି, ତା’କୁ ଦେଖିଲେ ଜାମିନ ଦିଆଯାଇ ପାରିବ ନାହିଁ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟ ସିସୋଦିଆଙ୍କ ଜାମିନ ଆବେଦନକୁ ମଧ୍ୟ ବିରୋଧ କରିଥିଲା। ଇଡି କହିଥିଲା ଯେ “ତଦନ୍ତ ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି। ଇ-ମେଲରେ ହେରଫେର କରି ଅଭିଯୁକ୍ତ ସିସୋଦିଆ ଲୋକମାନେ ନୂଆ ଅବକାରୀ ନୀତି ରାଜଧାନୀରେ ଲାଗୁ କରିବାକୁ ଅନୁମତି ଦେଇଥିବା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି।”

Advertisment

ଏହାପୂର୍ବରୁ ସିବିଆଇ ତଦନ୍ତ କରୁଥିବା ତଥାକଥିତ ଦୁର୍ନୀତି ଘଟଣାରେ ସିସୋଦିଆଙ୍କ ଜାମିନ ଆବେଦନ ମାର୍ଚ୍ଚ ୩୧ରେ ଖାରଜ ହୋଇଥିଲା। ଅବକାରୀ ନୀତି ଲାଗୁ କରିବା ପାଇଁ ସିସୋଦିଆ ଷଡ଼ଯନ୍ତ୍ର କରି ୯୦ରୁ ୧୦୦ କୋଟି ଟଙ୍କା ଲାଞ୍ଚ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ବୋଲି ସିବିଆଇ କହିଥିଲା। ସେହି ସମୟରେ କୋର୍ଟ କହିଥିଲେ ଯେ ସିସୋଦିଆଙ୍କୁ ଜାମିନ ଦେଲେ, ଏହାର ପ୍ରଭାବତ ତଦନ୍ତ ଉପରେ ପଡ଼ିବାର ଆଶଙ୍କା ରହିଛି।

ସିବିଆଇ ଓ ଇଡି ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଦାବି କରୁଛନ୍ତି। ହେଲେ ଏହାକୁ ସିସୋଦିଆଙ୍କ ଠାରୁ ଆରମ୍ଭ କରି ତାଙ୍କ ଦଳ ଆପ ଖଣ୍ଡନ କରି ଚାଲିଛନ୍ତି। 

ଫେବୃଆରୀ ୨୬ରେ ସିସୋଦିଆଙ୍କୁ ସିବିଆଇ ପ୍ରଥମେ ଗିରଫ କରିଥିଲା। ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଅବକାରୀ ନୀତି ଦୁର୍ନୀତି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାର ପ୍ରାୟ ୬ ମାସ ପରେ ଏପରି ଗିରଫଦାରୀ ହୋଇଥିଲା। ଏହି ମାମଲାରେ ସିସୋଦିଆଙ୍କ ବ୍ୟତୀତ ଆଉ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ସିସୋଦିଆଙ୍କ ବ୍ୟତୀତ ଅନ୍ୟମାନେ ଜାମିନରେ ରହିଛନ୍ତି।

ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ୨୦୨୧ରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଶଙ୍କା କରି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଏହି ଘଟଣାରେ ୧୧ ଜଣ ଅବକାରୀ ଅଧିକାରୀଙ୍କୁ ମଧ୍ୟ ସେ ନିଲମ୍ବିତ କରିଥିଲେ।

ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୋଲି ସିବିଆଇ ଓ ଇଡି ସେମାନଙ୍କ ଏଫଆଇଆରରେ କହିଥିଲେ।

୨୦୨୧ ନଭେମ୍ବର ୧୭ରେ ଆପ୍‌ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ହେଲେ ବିବାଦ ଯୋଗୁ ୨୦୨୨ ଜୁଲାଇ ମାସ ଶେଷ ଭାଗରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।

AAP Manish Sisodia Liquor Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe