/odisha-reporter/media/post_attachments/uploadimage/library/16_9/16_9_0/Hijab_1699979901.jpg)
Hijab
କର୍ଣ୍ଣାଟକା ପରୀକ୍ଷା ପ୍ରାଧିକରଣ (କେଇଏ) ବିଭିନ୍ନ ବୋର୍ଡ ଓ ନିଗମ ପାଇଁ ନିଯୁକ୍ତି ପରୀକ୍ଷା ସମୟରେ ପରୀକ୍ଷା ହଲରେ ସମସ୍ତ ପ୍ରକାରର ହେଡ୍ କଭର ଉପରେ ପ୍ରତିବନ୍ଧକ ଲଗାଯାଇଛି। କିନ୍ତୁ ନିଯୁକ୍ତି ପରୀକ୍ଷା ବେଳେ ହିଜାବ ଉପରେ କୌଣସି ବ୍ୟାନ ଲାଗିବ ନାହିଁ ବୋଲି କର୍ଣ୍ଣାଟକା ଉଚ୍ଚ ଶିକ୍ଷାମନ୍ତ୍ରୀ ଏମସି ସୁଧାକର ସ୍ପଟ କରିଛନ୍ତି।
ପରୀକ୍ଷାରେ କପି ରୋକିବା ପାଇଁ କେଇଏ ପକ୍ଷରୁ ଆଜି ମୁଣ୍ଡ ଘୋଡ଼ଣୀ ଉପରେ ବ୍ୟାନ ଲଗାଯାଇଥିଲା। ପରୀକ୍ଷା ବେଳେ ଆଶାୟୀମାନେ ବ୍ଲୁଥୁଟର ବ୍ୟବହାର କରୁଥିବାରୁ କେଏଇ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିଲା। ସମସ୍ତ ପ୍ରକାରର ମୁଣ୍ଡ ଘୋଡ଼ଣୀ ଉପରେ ରୋକ ଲଗାଯାଇଥିବାରୁ ହିଜାବ ଉପରେ ମଧ୍ୟ କଟକଣା ଲାଗିଥିବା ଚର୍ଚ୍ଚା ହେଉଥିଲା। ଏହାକୁ ବିଭିନ୍ନ ମହଲରେ ମଧ୍ୟ ନିନ୍ଦା କରାଯାଇଥିଲା।
ବିବାଦ ବଢ଼ୁଥିବା ବେଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ପୂରା ବିବାଦ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ପରୀକ୍ଷାରେ କପି ରୋକିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ହିଜାବ କ୍ଷେତ୍ରରେ ଏହା ଭିନ୍ନ। ହିଜାବ ପାଟିକୁ ଘୋଡ଼ାଏ ନାହିଁ। ତେଣୁ ହିଜାବ ପିନ୍ଧିଥିବା ଝିଅମାନେ ଗୁପ୍ତ ଭାବେ ବ୍ଲୁଥୁଟ ବ୍ୟବହାର କରିପାରିବେ ନାହିଁ। ନୂଆ ନିୟମକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି, “ହିଜାବ ପିନ୍ଧିଥିବା ଆଶାୟୀମାନେ ଏକ ଘଣ୍ଟା ଆଗରୁ ପରୀକ୍ଷା ହଲରେ ପହଞ୍ଚିବେ। ସେମାନଙ୍କର ଭଲ ଭାବେ ଚେକିଂ କରାଯିବ। ଏଥର କପି ରୋକିବାକୁ ସବୁ ପ୍ରକାରର ବ୍ୟବସ୍ଥା ହେବ।
ପୂର୍ବ ଥରଗୁଡ଼ିକ ଭଳି ଆଶାୟୀମାନେ କପି କରନ୍ତୁ ବୋଲି ଆମେ ଚାହୁଁନାହୁଁ। ଏହି ନିୟମ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏହା ଥିଲା। ଆମେ କେବଳ ଚେକିଂକୁ ଅଧିକ ସୁଦୃଢ଼ କରୁଛୁ। ଅଯଥା କ୍ୟାପ୍ସ ଓ ସ୍କାର୍ବସ ପିନ୍ଧିବାକୁ ଅନୁମତି ମିଳିବ ନାହିଁ। କିନ୍ତୁ ହିଜାବ ପାଇଁ ଏହା ଲାଗୁ ହେବନି।”
ନଭେମ୍ବର ୬ରେ କର୍ଣ୍ଣାଟକ ଜନସେବା ଆୟୋଗ ପରୀକ୍ଷାକୁ ଆସିଥିବା ଜଣେ ମହିଳାଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବା ପୂର୍ବରୁ ‘ମଙ୍ଗଳସୂତ୍ର' ବାହାର କରିବାକୁ କୁହାଯାଇଥିଲା। ଏହାକୁ ନେଇ ପ୍ରବଳ ହଙ୍ଗାମା ଦେଖା ଦେଇଥିଲା। ହିନ୍ଦୁ ଗୋଷ୍ଠୀର ବିରୋଧ ପରେ KEA ଆଜି ନିୟମରେ ପରିବର୍ତ୍ତନ କରିଥିଲା।
ବିଚାରବିମର୍ଷ ପରେ ପରୀକ୍ଷା ହଲରେ ମଙ୍ଗଳସୂତ୍ର ଓ ମୁଦୀ ପିନ୍ଧିବାକୁ ଅନୁମତି ମିଳିଛି। ତେବେ ଅନ୍ୟ ସମସ୍ତ ଅଳଙ୍କାରକୁ ନିଷିଦ୍ଧ କରାଯାଇଛି। ଏଥିସହ ହେଡ୍ କଭର୍କୁ ସଂପୂର୍ଣ୍ଣ ଭାବେ ବାରଣ ହୋଇଛି। ନଭେମ୍ବର ୧୮ ଏବଂ ୧୯ରେ ସାରା ରାଜ୍ୟରେ ବିଭିନ୍ନ ବୋର୍ଡ ଓ ନିଗମର ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ। ଏହା ପୂର୍ବରୁ ନୂଆ ନିୟମ ଲାଗୁ କରିଛନ୍ତି ସରକାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
