Advertisment

ଏମ୍‌ଡିଏଚ୍‌ ଓ ଏଭେରେଷ୍ଟ ମସଲାକୁ ମିଳିଲା କ୍ଲିନ୍‌ଚିଟ୍‌

ଏମ୍‌ଡିଏଚ୍‌ ଓ ଏଭେରେଷ୍ଟ ମସଲାରେ ଇଥିଲିନ୍ ଅକ୍ସାଇଡ୍‌ର କୌଣସି ଉପସ୍ଥିତି ନଥିବା FSSAI ସ୍ପଷ୍ଟ କରିଛି।

MDH, Everest spices

MDH, Everest spices

Advertisment

ଭାରତୀୟ ମସଲା ଏମ୍‌ଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା କ୍ଲିନ୍‌ଚିଟ୍‌। ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ETO ତଥା ଇଥିଲିନ୍‌ ଅକ୍ସାଇଡ୍‌ ନଥିବା ସ୍ପଷ୍ଟ କଲା ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ତଥା FSSAI।

Advertisment

ଏମ୍‌ଡିଏଚ୍‌ ଓ ଏଭରେଷ୍ଟର କିଛି ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କାରକ ତଥା କାର୍‌କିନୋଜେନ୍ସ ଓ ଇଟିଓ ଥିବା ଦାବି କରାଯାଇଥିଲା। ଏହାପରେ ଏହି ଭାରତୀୟ ମସଲାକୁ ସେଠାରେ ବ୍ୟାନ୍‌ କରାଯାଇଥିଲା। ଏମ୍‌ଡିଏଚ୍‌ ଓ ଏଭେରେଷ୍ଟ ମସଲାରେ କାର୍‌କିନୋଜେନ୍ସ ଓ ଇଥିଲିନ୍‌ ଅକ୍ସାଇଡ୍‌ ଥିବା ଖବର ସାମ୍ନାକୁ ଆସିବା ପରେ ଅନ୍ୟ ସମସ୍ତ ମସଲା ଉପରେ ପ୍ରଶ୍ନ ଉଠିଥିଲା। ଏପ୍ରିଲ୍ ୨୨ରେ ଦେଶର ସମସ୍ତ ପୁଡ୍‌ କମିଶନରଙ୍କୁ ମସଲାର ନମୂନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। FSSAI ଭାରତୀୟ ମସଲାର ନମୂନା ପରୀକ୍ଷା ପାଇଁ ନେଇଥିଲା।

ଏଭରେଷ୍ଟ ମସଲାର ଦୁଇଟି ଉତ୍ପାଦନ ୟୁନିଟ୍‌ରୁ ୯ଟି ନମୂନା ନିଆଯାଇଥିଲା। ସେହିପରି MDH ର ୧୧ଟି ଉତ୍ପାଦନ ୟୁନିଟ୍‌ରୁ ୨୫ଟି ନମୂନା ସଂଗ୍ରହ କରାଯାଇଥିଲା। ସଂଗ୍ରହ କରାଯାଇଥିବା ମୋଟ ୩୪ଟି ନମୂନା ଭିତରୁ ୨୮ଟିର ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଇଥିଲିନ୍ ଅକ୍ସାଇଡ୍‌ର କୌଣସି ଉପସ୍ଥିତି ନଥିବା FSSAI ସ୍ପଷ୍ଟ କରିଛି।

Advertisment

ସେହିପରି ଅନ୍ୟ ବ୍ରାଣ୍ଡ ମସଲାର ୩୦୦ଟି ନମୂନା ପରୀକ୍ଷା କରାଯାଇଥିଲା। ଏଥିରେ ମଧ୍ୟ ETOର କୌଣସି ଉପସ୍ଥିତି ନଥିବା କୁହାଯାଇଛି। ଅନ୍ୟାନ୍ୟ ପାରାମିଟରରେ ମଧ୍ୟ ହୋଇଥିବା ପରୀକ୍ଷାରେ ଭାରତୀୟ ବଜାରରେ ଉପଲବ୍ଧ ମସଲା ପାସ୍‌ ହୋଇଛି।

କହିରଖୁ ଯେ, ସିଙ୍ଗାପୁର ଓ ହଂକଂ ପରେ ନେପାଳ ମଧ୍ୟ ଗୁଣାତ୍ମକ ଚିନ୍ତାଧାରା ହେତୁ ଭାରତୀୟ କମ୍ପାନୀଗୁଡିକର କିଛି ମସଲାର ଆମଦାନୀ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ସନ୍ଦିଗ୍ଧ ଇଥିଲିନ୍ ଅକ୍ସାଇଡ୍ ଥିବା ଯୋଗୁ ଏମ୍‌ଡିଏଚ୍‌ ଓ ଏଭେରେଷ୍ଟର ୪ଟି ମସଲା ପାଉଡର ଉପରେ ନେପାଳରେ ଶୁକ୍ରବାର ବ୍ୟାନ୍‌ ଲାଗିଯାଇଛି। MDHର ମାଡ୍ରାସ କରି ପାଉଡର, ସାମ୍ବର ମାସାଲା ପାଉଡର ଏବଂ ମିକ୍ସଡ ମସାଲା କରି ପାଉଡର ଓ ଏଭରେଷ୍ଟର ଫିସ୍ କରି ମସାଲା ଉପରେ ନିଷେଧାଦେଶ ଜାରି କରାଯାଇଛି।

FSSAI Everest Fish Curry MDH Masala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe