Advertisment

ଭାରତ ଫେରିଥିବା ଅଞ୍ଜୁଙ୍କ ପତ୍ତା ମିଳୁନି; ସାକ୍ଷାତ ପାଇଁ ପିଲା ଅମଙ୍ଗ

ନୂଆ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଆଉ ଅଞ୍ଜୁଙ୍କ ପତ୍ତା ମିଳୁନି। ସେ ନିଜ ପିଲାମାନଙ୍କ ନିକଟକୁ ଯାଇ ନ ଥିବା ବେଳେ ନିଜ ବାପ ଘରକୁ ବି ଯାଇ ନାହାନ୍ତି।

author-image
Niharika Rout
Anju

Anju

ନିଜ ପିଲାଙ୍କୁ ସାକ୍ଷାତ କରିବାକୁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ଅଞ୍ଜୁଙ୍କୁ ନେଇ ଦେଖାଦେଇଛି ସସ୍‌ପେନ୍ସ। ନୂଆ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଆଉ ଅଞ୍ଜୁଙ୍କ ପତ୍ତା ମିଳୁନି। ସେ ନିଜ ପିଲାମାନଙ୍କ ନିକଟକୁ ଯାଇ ନ ଥିବା ବେଳେ ନିଜ ବାପ ଘରକୁ ବି ଯାଇ ନାହାନ୍ତି। ତେଣୁ ସେ ଏବେ କେଉଁଠି ଓ କିପରି ଅଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅପରପକ୍ଷେ, ପିଲାମାନେ ନିଜ ମା’ଙ୍କୁ ସାକ୍ଷାତ କରିବାକୁ ମନା କରି ଦେଇଛନ୍ତି।

Advertisment

ନିଜ ଫେସ୍‌ବୁକ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିବାକୁ ନିଜ ପୁଅ, ଝିଅଙ୍କୁ ଛାଡ଼ି ଗତ ଜୁଲାଇରେ ପାକିସ୍ତାନ ଚାଲି ଯାଇଥିଲେ ଅଞ୍ଜୁ। ସେଠାରେ ସେ ଇସଲାମ ଧର୍ମ ଗ୍ରହଣ କରି ଫାତିମା ନାମରେ ପରିଚିତ ହୋଇଥିଲେ। ଏହାପରେ ସେ ନସରୁଲ୍ଲାଙ୍କୁ ବିବାହ କରିଥିଲେ।

ମାତ୍ର ଭାରତରେ ଥିବା ନିଜ ପିଲାଙ୍କୁ ଖୁବ୍‌ ମିସ କରି ପୁଣି ଥରେ ଫେରିଥିବା ଅଞ୍ଜୁଙ୍କୁ ସାକ୍ଷାତ କରିବାକୁ ତାଙ୍କ ପିଲାମାନେ କିନ୍ତୁ ମନା କରି ଦେଇଛନ୍ତି। ସେମାନେ ରାଜସ୍ଥାନର ଭିୱାଡ଼ା ଅଞ୍ଚଳରେ ନିଜ ପିତାଙ୍କ ସହ ରହୁଥିବା ବେଳେ ସେଠାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏପରିକି ବିନା ଅନୁମତିରେ ସୋସାଇଟି ଭିତରକୁ କାହାକୁ ଛଡ଼ା ଯାଉନି। ଏପରିକି ଅଞ୍ଜୁଙ୍କ ସ୍ୱାମୀ ଅରବିନ୍ଦଙ୍କ ଫ୍ଲାଟକୁ ଯିବାକୁ କାହାକୁ ଅନୁମତି ମିଳୁନି ।

Advertisment

ଅଞ୍ଜୁ ଭାରତ ଫେରିବା ପରେ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ ଓ ପୁଲିସ୍‌ ଅରବିନ୍ଦଙ୍କ ସମେତ ତାଙ୍କ ଦୁଇ ପିଲାଙ୍କୁ ପଚରାଉଚରା କରିଛନ୍ତି। ଅରବିନ୍ଦଙ୍କ ନିକଟରେ ଏବେ ତାଙ୍କ ୧୫ ବର୍ଷୀୟା ଝିଅ ଓ ୬ ବର୍ଷର ପୁଅ ରହୁଛି।

ଏନେଇ ଭିୱାଡିର ଆଡିସନାଲ ଏସ୍‌ପି କହିଛନ୍ତି, ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଯାଞ୍ଚ କରାଯାଉଛି। ଅଞ୍ଜୁ ଭିୱାଡି ଆସିଲେ ତାଙ୍କୁ ପଚରାଉଚରା କରାଯିବ । ଆବଶ୍ୟକସ୍ଥଳେ ଗିରଫ ବି କରାଯାଇପାରେ ବୋଲି ସେ କହିଛନ୍ତି।

ଅଞ୍ଜୁଙ୍କୁ ମାସେ ପାଇଁ ଭାରତରେ ରହିବାକୁ ଭିସା ମିଳିଥିବା ଜଣାଯାଇଛି। ଏ ଯାବତ ଅରବିନ୍ଦ ଓ ଅଞ୍ଜୁଙ୍କ ବିବାହ ବିଚ୍ଛେଦ ହୋଇନି। ଏଥିନିମନ୍ତେ ଆଉ ପାଖାପାଖି ୬ ମାସ ସମୟ ଲାଗିପାରେ ବୋଲଇ ଅରବିନ୍ଦ କହିଛନ୍ତି। ତେବେ ତାହା ପରେ ପିଲାଙ୍କ କଷ୍ଟଡି କାହାକୁ ମିଳିବ ତାହା ଉପରେ ସମସ୍ତଙ୍କ ନଜର।

ଅପରପକ୍ଷେ, ଅଞ୍ଜୁଙ୍କ ପାକିସ୍ତାନୀ ସ୍ୱାମୀ ନସରୁଲ୍ଲା କହିଛନ୍ତି, ସେ ନିଜ ପତ୍ନୀଙ୍କ ପାଇଁ କିଛି ବି କରି ପାରିବେ। ଅଞ୍ଜୁ ଚାହିଁଲେ ସେ ଭାରତ ଆସିବାକୁ ବି ପ୍ରସ୍ତୁତ ଅଛନ୍ତି। ଅଞ୍ଜୁଙ୍କର ନିଜ ପିତା ଓ ସ୍ୱାମୀ ଅରବିନ୍ଦଙ୍କ ସହ କୌଣସି ସମ୍ପର୍କ ନ ଥିବା ବେଳେ ସେ କେବଳ ନିଜ ପିଲାଙ୍କୁ ଭେଟିବାକୁ ଭାରତ ଯାଇଥିବା କହିଛନ୍ତି ନସରୁଲ୍ଲା ।

Pakistan India