Advertisment

ଏତେ କଥା କହିସାରିଲେଣି ଟ୍ରମ୍ପ: ତଥାପି ଭାରତ ସରକାର ଚୁପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏତେ ସବୁ ପଦକ୍ଷେପ ପରେ ମଧ୍ୟ ଭାରତ କେବଳ ନୀରବତା ଅବଲମ୍ବନ କରି ଚାଲିଛି। ଟ୍ରମ୍ପଙ୍କ ବୟାନ ସମ୍ପର୍କରେ ପଚାରିଲେ ଭାରତ ସରକାର ଉତ୍ତର ଦେବାକୁ ଚାହୁଁ ନଥିବା କହିଛନ୍ତି।

Modi

Modi

Advertisment

ଭାରତର ଅର୍ଥନୀତିକୁ ମୃତ କହିଲେ। ଭାରତ ଉପରେ ୨୫% ଟାରିଫ ଲଗାଇଲେ। ଏହାପରେ ଆଉ ପାଦେ ଆଗକୁ ଯାଇ ଭାରତକୁ କଟାକ୍ଷ କରି ପାକିସ୍ତାନ ସହ ଚୁକ୍ତି କଲେ। ପାକିସ୍ତାନ ଆଗାମୀ ଦିନରେ ଭାରତକୁ ତେଲ ବିକ୍ରି କରିପାରେ କଥା କହି ଛିଗୁଲାଇଲେ। 

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏତେ ସବୁ ପଦକ୍ଷେପ ପରେ ମଧ୍ୟ ଭାରତ କେବଳ ନୀରବତା ଅବଲମ୍ବନ କରି ଚାଲିଛି। ଟ୍ରମ୍ପଙ୍କ ବୟାନ ସମ୍ପର୍କରେ ପଚାରିଲେ ଭାରତ ସରକାର ଉତ୍ତର ଦେବାକୁ ଚାହୁଁ ନଥିବା କହିଛନ୍ତି। 

ଶୁକ୍ରବାର ଭାରତ ସରକାରଙ୍କୁ ଏ ସବୁ ବିଷୟରେ ପଚାରା ଯାଇଥିଲେ ହେଁ କୌଣସି ବି ଉତ୍ତର ମିଳନାହିଁ। ଆମେରିକା ଲଗାଇଥିବା ୨୫% ଟାରିଫର ସୀମକ୍ଷା କରାଯାଉଛି ବୋଲି କେବଳ ଭାରତ ସରକାର କହିଛନ୍ତି। ସେହିପରି ପାକିସ୍ତାନ ପକ୍ଷରୁ ଭାରତକୁ ତେଲ ବିକ୍ରି କରାଯିବା ନେଇ ଟ୍ରମ୍ପ କରିଥିବା କଟାକ୍ଷ ଉପରେ ସରକାର କିଛି କହିବାକୁ ଚାହୁଁ ନଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି।

Advertisment

ପାକିସ୍ତାନ ସହ ଟ୍ରେଡ ଡିଲ୍ ସମ୍ପର୍କରେ ଘୋଷଣା କରିବା ବେଳେ ଟ୍ରମ୍ପ କହିଥିଲେ ଯେ “କିଏ ଜାଣେ ଆଗାମୀ ଦିନରେ ସେମାନେ(ପାକିସ୍ତାନ) ଭାରତକୁ ତେଲ ବିକ୍ରି କରିପାରନ୍ତି।” ରୁଷ ଠାରୁ ଭାରତ ତେଲ କିଣୁ ଥିବାରୁ ଆମେରିକା ୨୫% ଟାରିଫ ଲଗାଇବା ସହ ନୂଆଦିଲ୍ଲୀ ବିରୋଧରେ ମତ ରଖିଚାଲିଛି।

ରୁଷ ସହ ଭାରତର ସମ୍ପର୍କ ବଢ଼ୁଥିବାରୁ ଏହାକୁ ଆମେରିକା ସହ୍ୟ କରିପାରୁ ନାହିଁ। ତଥାପି ରୁଷ ଠାରୁ ତୈଳ କିଣିବା ନିଷ୍ପତ୍ତିରେ ଭାରତ କାଏମ ରହିଛି। ବିଶ୍ୱରେ ଜାରି ରହିଥିବା ସ୍ଥିତିକୁ ଦେଖି ଭାରତ ତା’ର ନିଷ୍ପତ୍ତି ନେଉଛି ଓ ଦେଶର ଆବଶ୍ୟକ ଏନର୍ଜୀକୁ ନିଶ୍ଚିତ କରିବା ପାଇଁ ଉପଲବ୍ଧ ମାର୍କେଟ ସହ ଡିଲ କରୁଥିବା ନୂଆଦିଲ୍ଲୀ ସ୍ପଷ୍ଟ କରିଛି।

ଜୈସୱାଲ କହିଛନ୍ତି, “ଯେକୌଣସି ଦେଶ ସହ ଆମର ସମ୍ପର୍କ ସେମାନଙ୍କ ମେରିଟ ଉପରେ ରହିଛି। ତୃତୀୟ ଦେଶ ଏହାକୁ ଅଲଗା ଦୃଷ୍ଟିରେ ଦେଖିବା କଥା ନୁହେଁ। ଭାରତ-ରୁଷ ସମ୍ପର୍କ କଥା ଯଦି ବିଚାରକୁ ନେବା, ତା’ହେଲେ ଏହା ଏକ ସ୍ଥିର ଓ ସମୟ ଉପଯୋଗୀ ଭାଗିଦାରୀ। ଆମର ଶକ୍ତି ଆବଶ୍ୟକତାକୁ ନିଶ୍ଚିତ କରିବା ପାଇଁ ଆମେ ମାର୍କେଟରୁ ମିଳୁଥିବା ପ୍ରସ୍ତାବ ଅନୁସାରେ ପଦକ୍ଷେପ ନେଉ। ଏହି ସମୟରେ ବିଶ୍ୱରେ ଜାରି ରହିଥିବା ସ୍ଥିତି ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଉ।”

ଟ୍ରମ୍ପଙ୍କ ନାଲି ଆଖି ପରେ ଭାରତୀୟ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ରୁଷ ଠାରୁ ତେଲ କିଣିବା ବନ୍ଦ କରି ଦେଇଥିବା ରିପୋର୍ଟ ସମ୍ପର୍କରେ ଜୈସୱାଲ କହିଛନ୍ତି, “ଆମେ ଏସବୁ ବିଷୟରେ କିଛି ବି ଜାଣି ନାହୁଁ।”

ଅତୀତରେ ମଧ୍ୟ ଭାରତ-ଆମେରିକା ସମ୍ପର୍କ ଅନେକ ଝଡ଼ର ସାମ୍ନା କରିଥିବା ବିଷୟରେ ସଙ୍କେତ ଦେଇ ଦୁଇ ବେଶ ଦୃଢ଼ତାର ସହ ଆଗକୁ ଏକାଠି ବଢ଼ିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ଆଶା ରଖିଛି।

PM Modi Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe