Advertisment

ରାମ ଓ ରାଷ୍ଟ୍ରକୁ ନେଇ କୌଣସି ବୁଝାମଣା ହୋଇପାରିବ ନାହିଁ: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌

ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ କଂଗ୍ରେସ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ।

ଅଦ୍ୟତନ ହୋଇଛି
Promod Krishnam

Promod Krishnam

Advertisment

ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ କଂଗ୍ରେସ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ତେବେ ବହିଷ୍କୃତ ହେବାର ଦିନକ ପରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଏକ ଟ୍ୱିଟ୍‌ କରି କଂଗ୍ରେସ ଉପରେ ବର୍ଷିଛନ୍ତି।

Advertisment

ସେ ସୋସିଆଲ ମିଡିଆ ଏକ୍ସରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟ୍ୟାଗ କରି ଏକ ପୋଷ୍ଟ ଲେଖିଛନ୍ତି। ରାହୁଲଙ୍କୁ ଟାର୍ଗେଟ କରି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ ଲେଖିଛନ୍ତି ରାମ ଏବଂ ରାଷ୍ଟ୍ର ତଥା ଦେଶ ମଧ୍ୟରେ କୌଣସି ଆପୋଷ ବୁଝାମଣା ହୋଇପାରିବ ନାହିଁ।

ସୂଚନାଯୋଗ୍ୟ ପ୍ରମୋଦ କୃଷ୍ଣ ସର୍ବସାଧାରଣ ପ୍ଲାଟଫର୍ମରେ ଖୋଲାଖୋଲି ଭାବେ କଂଗ୍ରେସକୁ ବିରୋଧ କରିଆସୁଛନ୍ତି। ସେ ଲଗାତର କଂଗ୍ରେସ ନେତାମାନଙ୍କୁ ଟାର୍ଗେଟ କରୁଥିଲେ। ସେ ଅନେକ କଂଗ୍ରେସ ନେତାଙ୍କୁ ହିନ୍ଦୁ ବିରୋଧୀ ବୋଲି କହିଥିଲେ। ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ସମାରୋହ ପାଇଁ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିଥିବା ନେତାଙ୍କ ଉପରେ ମଧ୍ୟ ସେ କ୍ରୋଧିତ ହୋଇଥିଲେ।

Advertisment

ଶନିବାର କଂଗ୍ରେସ ମହାସଚିବ କେ.ସି ଭେନୁଗୋପାଲ ପ୍ରମୋଦ କୃଷ୍ଣଙ୍କୁ ଦଳରୁ ବହିଷ୍କାର କରି ଏକ ଚିଠି ଜାରି କରି ତାଙ୍କ ବିରୋଧରେ ଅନୁଶାସନହୀନତା ଏବଂ ଦଳ ବିରୋଧର ମନ୍ତବ୍ୟ ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି।

ଏକଦା ପ୍ରିୟଙ୍କା ଗାନ୍ଧିଙ୍କ ରାଜନୈତିକ ପରାମର୍ଶଦାତା ଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏବେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଫେବୃଆରୀ ୧୯ ରେ କଲକି ଧାମରେ ଆୟୋଜିତ ହେବାକୁ ଥିବା ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଜେପି ନେତାଙ୍କୁ ସେ ନିମନ୍ତ୍ରଣ କରିଛନ୍ତି, କିନ୍ତୁ ସେ ଏହି କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ନେତାମାନଙ୍କୁ ଆମନ୍ତ୍ରଣ କରିନାହାନ୍ତି। ନିକଟରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ବୋଧହୁଏ ଏହି କାରଣରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

୨୦୧୯ ଲୋକସଭା ନିର୍ବାଚନରେ ଆଚାର୍ଯ୍ୟ କୃଷ୍ଣମ୍‌ ଲକ୍ଷୌରୁ ରାଜନାଥ ସିଂହଙ୍କ ବିରୋଧରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ଏଥିରେ କିନ୍ତୁ ଜିତି ପାରିନଥିଲେ। ତୃତୀୟ ସ୍ଥାନରେ ରହି ପ୍ରାୟ ୧.୮୦ ଲକ୍ଷ ଭୋଟ ପାଇଥିଲେ। ସମାଜବାଦୀ ପାର୍ଟିର ପ୍ରାର୍ଥୀ ପୁଣମ ସିହ୍ନାଙ୍କ ସତ୍ତ୍ୱେ ଏତେ ଭୋଟ ପାଇବା କଂଗ୍ରେସ ଏବଂ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ପାଇଁ ଏକ ବଡ଼ ସଫଳତା ଥିଲା।

Acharya Pramod Krishnam Rahul Gandhi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe