Advertisment

ଖଟ୍ଟର ସରକାରଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ

ଆସନ୍ତା ୨୨ ତାରିଖରେ ଏହା ଉପରେ ବିତର୍କ ହେବ। ସେହିଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ଲାଲ ଖଟ୍ଟର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ।

Manohar Lal Khattar

Manohar Lal Khattar

Advertisment

ହରିଆଣାର କ୍ଷମତାସୀନ ମନୋହର ଲାଲ ଖଟ୍ଟର ସରକାରଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ପ୍ରସ୍ତାବ ଆଗତ କରିଥିବା ବେଳେ ଏହାକୁ ହରିଆଣା ବିଧାନସଭାର ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତା ଆଲୋଚନା ପାଇଁ ଗ୍ରହଣ କରି ନେଇଛନ୍ତି।

Advertisment

ଆସନ୍ତା ୨୨ ତାରିଖରେ ଏହା ଉପରେ ବିତର୍କ ହେବ। ସେହିଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ଲାଲ ଖଟ୍ଟର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ।

କଂଗ୍ରେସ ପ୍ରସ୍ତାବ ଆଗତ କରିଥିବା ବେଳେ ଏହାକୁ ନିୟମ ଅନୁସାରେ ୧୮ରୁ ଅଧିକ ବିଧାୟକ ସମର୍ଥନ କରିଥିଲେ। ତେଣୁ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗୁପ୍ତା ଗ୍ରହଣ କରିଥିଲେ।

Advertisment

ନିକଟରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ହୁଡ୍ଡା ଅଭିଯୋଗ କରିଥିଲେ ଯେ ସବୁ କ୍ଷେତ୍ରରେ ଖଟ୍ଟର ସରକାର ବିଫଳ ହୋଇଛନ୍ତି। ତେଣୁ ଖଟ୍ଟର ସରକାର ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ସେ କହିଥିଲେ। ସତକୁ ସତ ଆଜି ବିଧାନସଭାରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଗତ କରିଛି।

୩ ବର୍ଷ ତଳେ ମଧ୍ୟ କଂଗ୍ରେସ ସମାନ ଢଙ୍ଗରେ ବିଜେପି-ଜେଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା। କିନ୍ତୁ ବିତର୍କ ପରେ ଏହା କାଟ ଖାଇ ଯାଇଥିଲା।

ହରିଆଣା ବିଧାନସଭାର ୯୦ଟି ଆସନ ମଧ୍ୟରୁ ବିଜେପି ଏକାକୀ ୪୧ଟି, ସହଯୋଗୀ ଜେଜେପି ୧୦ଟି ଓ ୭ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୬ ଣ ଖଟ୍ଟର ସରକାରଙ୍କୁ ସମର୍ଥନ କରୁଛନ୍ତି। ହରିଆଣା ଲୋକହିତ ପାର୍ଟିର ଏକମାତ୍ର ବିଧାୟକ ମଧ୍ୟ ବିଜେପି ସପକ୍ଷରେ ରହିଛନ୍ତି। ତେଣୁ ଅନାସ୍ଥା ପ୍ରସ୍ତାବ ଆସିଥିଲେ ହେଁ ସରକାର ଭାଙ୍ଗିବାର କୌଣସି ଆଶଙ୍କା ନାହିତଁ।

କଂଗ୍ରେସ ପାଖରେ ୩୦ଟି ଓ ଆଇଏନଏଲଡୀର ଜଣେ ବିଧାୟକ ରହିଛନ୍ତି। ଏମାନେ ମିଳିତ ଭାବେ ବିଜେପି-ଜେଜେପି ସରକାର ବିରୋଧରେ ମତଦାନ କରିବେ।

Bjp Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe