Advertisment

କେନ୍ଦ୍ର ପଠାଉ ଥିବା ବିକାଶ ପ୍ରକଳ୍ପରେ କେସିଆର ବାଧକ ସାଜିଛନ୍ତି: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି।

undefined

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତେଲେଙ୍ଗାନାର ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ଏହାର ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିକାଶ ପ୍ରକଳ୍ପରେ କେସିଆର ବାଧା ସୃଷ୍ଟି କରୁଛନ୍ତି। ସେହିପରି ଦୁର୍ନୀତି ଓ ପରିବାରବାଦ କଥା କହି କେସିଆରଙ୍କୁ ନିଶାନା କରିଛନ୍ତି ମୋଦି।ହାଇଦ୍ରାବାଦରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ତେଲେଙ୍ଗାନାବାସୀଙ୍କ ପାଇଁ କେନ୍ଦ୍ରର ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ସହଯୋଗ କରୁନାହାଁନ୍ତି। କେନ୍ଦ୍ରର ପ୍ରକଳ୍ପଗୁଡିକରେ ରାଜ୍ୟ ସରକାରଙ୍କ ସହଯୋଗ ନ ଥିବାରୁ ମୁଁ ଦୁଃଖିତ। ଏହା ତେଲେଙ୍ଗାନାବାସୀଙ୍କ ପାଇଁ କ୍ଷତି ହେଉଛି। ତେଲେଙ୍ଗାନାବାସୀଙ୍କ ପାଇଁ ଯୋଜନା କରାଯାଉଥିବା ବିକାଶରେ କୌଣସି ବାଧା ନଦେବାକୁ ମୁଁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି ବୋଲି ମୋଦି କହିଛନ୍ତି।

Advertisment

କୌଣସି ନାମ ନନେଇ ସେ କେସିଆର ଏବଂ ତାଙ୍କ ପରିବାର ଉପରେ ମୋଦି ଶାଣିତ ତୀର ମାରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନା ଗସ୍ତରେ ଯାଇ ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳର ଶୁଭାରମ୍ଭ କରିଛନ୍ତି।। ଏହା ପରେ ସେ ସେଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତେଲେଙ୍ଗାନାବାସୀଙ୍କୁ ପରିବାରବାଦ ଏବଂ ଦୁର୍ନୀତି ବିରୋଧରେ ଲଢ଼ିବାକୁ ପଡ଼ିବ।

ମୋଦି କହିଛନ୍ତି, ଆମେ ସାରା ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବୃଦ୍ଧି କରିଛୁ, କିନ୍ତୁ ଏହା ପୂର୍ବରୁ କାହିଁକି ଘଟିଲା ନାହିଁ? ସେ କହିଛନ୍ତି, ଏହା ଘଟିଲା ନାହିଁ କାରଣ ପରିବାରବାଦ ଶକ୍ତିମାନେ ସିଷ୍ଟମ ଉପରେ ନିଜର ନିୟନ୍ତ୍ରଣ ଛାଡ଼ିବାକୁ ଚାହୁଁନଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, କେଉଁ ହିତାଧିକାରୀ କେତେ ଲାଭ ପାଇବେ, ଏହି କ୍ଷମତା ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ | ସେ କହିଛନ୍ତି, ତେଲେଙ୍ଗାନାର ଲୋକଙ୍କୁ ପରିବାରବାଦ ଏବଂ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବାକୁ ପଡ଼ିବ। 

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe