ଆଜି ବି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅନ୍ତରୀଣ ଜାମିନ ଆବେଦନ ସପ୍ତାହେ ବୃଦ୍ଧି କରିବା ପାଇଁ କରିଥିବା ଆବେଦନ ଉପରେ ଆଜି ବି ଆସିପାରିଲାନି ରାୟ। ଫଳରେ ଆସନ୍ତାକାଲି (ଜୁନ୍ ୨)ରେ କେଜ୍ରିୱାଲଙ୍କୁ ତିହାର ଜେଲ୍ ଫେରିବାକୁ ପଡ଼ିବ।
ପ୍ରକାଶ ଥାଉକି, ମେଡିକାଲ୍ ଆଧାରରେ କେଜ୍ରିୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଆଉ ୭ ଦିନ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ଏ ଉପରେ ତୁରନ୍ତ ଶୁଣାଣି କରିପାରିବେ ନାହିଁ ବୋଲି ମନା କରିଦେଇଥିଲେ। ଏହାପରେ ତଳ କୋର୍ଟକୁ ଯାଇଥିଲେ କେଜ୍ରିୱାଲ।
ଗତକାଲି ଓ ଆଜି ବିଚାର କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ପରବର୍ତ୍ତୀ ସମୟରେ ଏ ଉପରେ ରାୟ ଆସିବ। କିନ୍ତୁ ଆଜି କେଜ୍ରିୱାଲଙ୍କ ଜାମିନ କଣ୍ଟ ସରୁଥିବାରୁ ଆସନ୍ତାକାଲି ତାଙ୍କୁ ଜେଲରେ ହାଜର ହେବାକୁ ପଡ଼ିବ।
ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି।ଲୋକସଭା ନିର୍ବାଚନ ଥିବା ଦର୍ଶାଇ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନରେ ଆସିଥିଲେ କେଜ୍ରିୱାଲ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।