Advertisment

କୋର୍ଟରୁ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି; କାଲି ଯିବେ ଜେଲ୍?

କେଜ୍ରିୱାଲଙ୍କ ଜାମିନ ଆବେଦନ ବୃଦ୍ଧି ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ।

Arvind Kejriwal

Arvind Kejriwal

Advertisment

ଆଜି ବି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅନ୍ତରୀଣ ଜାମିନ ଆବେଦନ ସପ୍ତାହେ ବୃଦ୍ଧି କରିବା ପାଇଁ କରିଥିବା ଆବେଦନ ଉପରେ ଆଜି ବି ଆସିପାରିଲାନି ରାୟ। ଫଳରେ ଆସନ୍ତାକାଲି (ଜୁନ୍ ୨)ରେ କେଜ୍ରିୱାଲଙ୍କୁ ତିହାର ଜେଲ୍ ଫେରିବାକୁ ପଡ଼ିବ।

Advertisment

ପ୍ରକାଶ ଥାଉକି, ମେଡିକାଲ୍ ଆଧାରରେ କେଜ୍ରିୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଆଉ ୭ ଦିନ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ଏ ଉପରେ ତୁରନ୍ତ ଶୁଣାଣି କରିପାରିବେ ନାହିଁ ବୋଲି ମନା କରିଦେଇଥିଲେ। ଏହାପରେ ତଳ କୋର୍ଟକୁ ଯାଇଥିଲେ କେଜ୍ରିୱାଲ।

ଗତକାଲି ଓ ଆଜି ବିଚାର କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ପରବର୍ତ୍ତୀ ସମୟରେ ଏ ଉପରେ ରାୟ ଆସିବ। କିନ୍ତୁ ଆଜି କେଜ୍ରିୱାଲଙ୍କ ଜାମିନ କଣ୍ଟ ସରୁଥିବାରୁ ଆସନ୍ତାକାଲି ତାଙ୍କୁ ଜେଲରେ ହାଜର ହେବାକୁ ପଡ଼ିବ।

Advertisment

ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି।ଲୋକସଭା ନିର୍ବାଚନ ଥିବା ଦର୍ଶାଇ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନରେ ଆସିଥିଲେ କେଜ୍ରିୱାଲ। 

Arvind Kejriwal Tihar Jail Delhi Liquor Policy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe