Advertisment

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଏପ୍ରିଲ ୩ରେ ପରବର୍ତ୍ତୀ ଶୁଣାଣି

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାରେ କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରି ୨୮ ଯାଏ ରିମାଣ୍ଡରେ ନେଇଛି।

ED

ED

Advertisment

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ନାହାନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୩ରେ ହେବ। ସେ ଯାଏ କେଜ୍ରିୱାଲ ଜେଲ୍‌ କିମ୍ବା ଇଡି ରିମାଣ୍ତରେ ରହିବେ।

Advertisment

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାରେ କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରି ୨୮ ଯାଏ ରିମାଣ୍ଡରେ ନେଇଛି। ଏହାକୁ କେଜ୍ରିୱାଲଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

କେଜ୍ରିୱାଲଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ତାଙ୍କର ତୁରନ୍ତ ଖଲାସ ଦାବି ଓ ଆବେଦନର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। କିନ୍ତୁ ଇଡି ତୁରନ୍ତ ଶୁଣାଣିକୁ ବିରୋଧ କରିଥିଲା। ଉଭୟ ଆବେଦନ ଉପରେ ଜବାବ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥା କିଛି ସମୟ ମାଗିଥିଲା।

Advertisment

ଇଡି ପକ୍ଷରୁ ଆଡିସିନାଲ ସଲିସିଟିର ଜେନେରାଲ ଏସ୍‌ଭି ରାଜୁ କହିଥିଲେ ଯେ ମଙ୍ଗଳବାର ଆମକୁ ଆବେଦନର କପି ମିଳିଛି। ଏହା ଉପରେ ଜବାବ ରଖିବା ପାଇଁ କିଛି ସମୟ ଦରକାର।

ଏହା ଶୁଣିବା ପରେ ହାଇକୋର୍ଟ କହିଛନ୍ତି ଯେ ଯେତେବେଳେ ଗୋଟିଏ କେସ୍‌ର ଶୁଣାଣି କିମ୍ବା ଏହା ଉପରେ ନିଷ୍ପତ୍ତି ନେବାକୁ ପଡ଼େ ସେତେବେଳେ କୋର୍ଟ ଉଭୟ ପକ୍ଷକୁ ଶୁଣିବା ପାଇଁ ବାଧ୍ୟ। ଏହା ପ୍ରକୃତ ନ୍ୟାୟର ମୂଳ ନୀତି। ଏହି ମାମଲାରେ ଇଡିର ପକ୍ଷ ଓ ଜବାବ ଶୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାପରେ କୋର୍ଟ ଇଡିକୁ ଆସନ୍ତା ୨ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଶାଣି ୩ ତାରିଖରେ ହେବ।

ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଇଡି ୨୮ ତାରିଖ ଅର୍ଥାତ ଆସନ୍ତାକାଲି ଯାଏ ରିମାଣ୍ତରେ ନେଇଛି। ଆସନ୍ତାକାଲି ଦିନ ୨ଟା ସୁଦ୍ଧା ଇଡି ତାଙ୍କୁ କୋର୍ଟରେ ହାଜର କରିବ। ଯଦି ଇଡି ଆଉ ରିମାଣ୍ଡରେ କେଜ୍ରିୱାଲଙ୍କୁ ନେବ ନାହିଁ, ତା’ହେଲେ ସେ ବିଚାର ବିଭାଗୀୟ ହାଜତକୁ ଯିବେ।

Arvind Kejriwal ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe