ସମଲିଙ୍ଗୀ ବିବାହ: କେନ୍ଦ୍ରର ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ଯୁକ୍ତିକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ସାମ୍ବିଧାନିକ ଖଣ୍ଡପୀଠର ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମତ ରଖିଛନ୍ତି ଯେ ସମଲିଙ୍ଗୀ ବିବାହକୁ କେବେ ହେଲେ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ କୁହାଯାଇ ପାରିବ ନାହିଁ।

Representational image

  • Published: Wednesday, 19 April 2023
  • , Updated: 19 April 2023, 06:50 PM IST

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ କରିବା ପାଇଁ ହୋଇଥିବା ଏକାଧିକ ଆବେଦନର ମାରଥନ ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିକୁ ବିରୋଧ କରୁଥିବା କେନ୍ଦ୍ର ସରକାର ଏହାକୁ ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା କହି ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଥିଲେ। ଏଥିସହ ଏହା ସାଧାରଣ ବିବହା ପରମ୍ପରାକୁ ବିଚ୍ୟୁତ କରିବ ବୋଲି ବୋଲି ମଧ୍ୟ କହିଥିଲେ। ତେବେ କେନ୍ଦ୍ର ସରକାରଙ୍କ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ଯୁକ୍ତିକୁ ଆଜି ସୁପ୍ରିମକୋର୍ଟ ଗ୍ରହଣ କରି ନାହାନ୍ତି।

ସାମ୍ବିଧାନିକ ଖଣ୍ଡପୀଠର ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମତ ରଖିଛନ୍ତି ଯେ ସମଲିଙ୍ଗୀ ବିବାହକୁ କେବେ ହେଲେ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ କୁହାଯାଇ ପାରିବ ନାହିଁ। ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଶ୍ରେଣୀରୁ ବାହାର କରିବା ପରେ ଏହା ଅଧିକ ପ୍ରଚଳିତ ହୋଇଛି।

ଅଧିକ ସହରୀ ଲୋକ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସର୍ବସମ୍ମୁଖରେ ଉପସ୍ଥାପନ କରୁଥିବାରୁ ଏହା ସହରୀ ଲାଗିପାରେ। କିନ୍ତୁ ସମଲିଙ୍ଗୀ ବିବାହ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ବୋଲି ପ୍ରମାଣ କରିବା ପାଇଁ ସରକାର ପାଖରେ କୌଣସି ତଥ୍ୟ ନାହିଁ।

ସିଜେଆଇ ଆହୁରି କହିଛନ୍ତି, “ଜଣେ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ନ ଥିବା ଆଚରଣ ଅନୁସାରେ ସରକାର ତାଙ୍କ ସହ କୌଣସି ପ୍ରକାରର ଭେଦଭାବ କରିପାରିବେ ନାହିଁ। ଅପାଣ ଯେତେବେଳେ ଗୋଟିଏ ବିରଳ ଆଚରଣ ଦେଖୁଛନ୍ତି ସେତେବେଳେ ଏହାକୁ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ କହି କାଉଣ୍ଟର କରୁଛନ୍ତି।

ସହରୀ କହିବାର କାରଣ ହେଉଛି ଯେ ସହରରେ ରହୁଥିବା ଲୋକମାନେ ଖୋଲାଖୋଲି ଭାବେ ନିଜର କଥା କହୁଛନ୍ତି। ହେଲେ ସରକାରଙ୍କ ପାଖରେ ସମଲିଙ୍ଗୀ ବିବାହ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ବୋଲି ପ୍ରମାଣିତ କରିବା ପାଇଁ କୌଣସି ତଥ୍ୟ ନାହିଁ ବୋଲି ସିଜେଆଇ କହିଛନ୍ତି।

ଏବେ ସୁପ୍ରିମକୋର୍ଟ ଗୁରୁବାର ମଧ୍ୟ ଏହି ଏ ସମ୍ପର୍କିତ ଆବେଦନର ଶୁଣାଣି କରିବେ। ଆବେଦନର ଶୁଣାଣି କରୁଥିବା ଖଣ୍ଡପୀଠରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ ଏସ୍‌କେ କୌଲ, ଜଷ୍ଟିସ ରବୀନ୍ଦ୍ର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପି ନରସୀମା ରହିଛନ୍ତି।

Related story