Advertisment

‘ଅମିତ ଶାହଙ୍କ ସହ କୌଣସି ଡିଲ ହୋଇନି, ରେସଲରଙ୍କ ଆନ୍ଦୋଳନ ଜାରି ରହିବ’

ଆଜି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି ଆନ୍ଦୋଳରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟାର ରେସଲର ବଜରଙ୍ଗ ପୁନିଆ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ହୋଇଥିବା ବୈଠକ ବିଷୟରେ କାହାକୁ କିଛି ନ କହିବାକୁ ସରକାର ସେମାନଙ୍କୁ କହିଥିବା ବଜରଙ୍ଗ କହିଛନ୍ତି।

Bajrang Punia

Bajrang Punia

Advertisment

କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲମାନେ ନିଜ ନିଜ ଚାକିରିକୁ ହଠାତ୍‌ ଫେରି ଯିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ଆନ୍ଦୋଳନରତ ରେସଲରମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବିଳମ୍ବିତ ରାତିରେ ଭେଟିଥିଲେ।

Advertisment

ଏହାପରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟଙ୍କ ସମେତ ପ୍ରାୟ ସମସ୍ତ ରେସଲର ନିଜ ନିଜ ସରକାରୀ ଡ୍ୟୁଟିରେ ଯୋଗ ଦେଇଥିଲେ। ଫଳରେ ରେସଲରଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା କୁହାଯାଇଥିଲା। କିନ୍ତୁ ଏହାକୁ ରେସଲରମାନେ ଅଗ୍ରାହ୍ୟ କରିଥିଲେ।

ଆଜି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି ଆନ୍ଦୋଳରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟାର ରେସଲର ବଜରଙ୍ଗ ପୁନିଆ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ହୋଇଥିବା ବୈଠକ ବିଷୟରେ କାହାକୁ କିଛି ନ କହିବାକୁ ସରକାର ସେମାନଙ୍କୁ କହିଥିବା ବଜରଙ୍ଗ କହିଛନ୍ତି।

Advertisment

ସେ କହିଛନ୍ତି, “ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆମର କୌଣସି ପ୍ରକାର ଡିଲ ବା ସେଟିଂ ହୋଇନି। ତଦନ୍ତ ଚାଲିଥିବା ସେ ଆମକୁ କହିଥିଲେ। ତେଣୁ ଆମର ଆନ୍ଦୋଳନ କୌଣସି ପ୍ରକାରର ବନ୍ଦ ହୋଇନି। ଏହା ଚାଲୁ ରହିବ। ଆମେ ଏହି ଆନ୍ଦୋଳନକୁ କେମିତି ଆଗକୁ ନେବୁ, ତା’ର ଉପରେ ବିଚାର ଚାଲିଛି।”

ପୁନିଆଙ୍କ କହିବା କଥା ଯେ ରବିବାର ନୁହେଁ, ଶନିବାର ରାତି ୧୧ଟାରେ ରେସଲରମାନେ ଅମିତ ଶାହଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଥିଲେ। ୧୧ଟା ରାତିରେ ଆରମ୍ଭ ହୋଇଥିବା ଏହି ମିଟିଂ ପ୍ରାୟ ୧ ଘଣ୍ଟା ଚାଲିଥିଲା। ବଜରଙ୍ଗଙ୍କ ବ୍ୟତୀତ ସାକ୍ଷୀ ମଲିକ, ସଂଗୀତା ଫୋଗଟ ଓ ସତ୍ୟୱାରଟ କାଡିଆନ ଏହି ବୈଠକରେ ସାମିଲ ହୋଇଥିଲେ।

ପୁନିଆ କହିଛନ୍ତି, “ବୈଠକରେ ବେଳେ ଆମେ ଅମିତ ଶାହଙ୍କୁ କାହିଁକି ପୁଲିସ୍‌ ବ୍ରିଜ ଭୂଷଣଙ୍କୁ ଗିରଫ କରୁ ନାହିଁ ବୋଲି ପ୍ରଶ୍ନ କରିଥଲୁ। କେବଳ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତିରେ ଆମ ଆନ୍ଦୋଳନ ବନ୍ଦ ହେବନି। ଏହାର ଜବାବରେ ଆଇନ ସମସ୍ତଙ୍କ ପାଇଁ ସମାନ ଓ ଆଇନ ତା’ ବାଟରେ ଯିବ ବୋଲି ଅମିତ ଶାହ ଆମକୁ କହିଥିଲେ।”

ରେସଲରମାନେ ସେମାନଙ୍କ ରେଳବାଇ ଚାକିରିରେ ଯୋଗ ଦେବାରୁ ଆନ୍ଦୋଳନ ବନ୍ଦ ହୋଇଥିବା ଗୋଟିଏ ଧାରଣା ସୃଷ୍ଟି ହୋଇଥିଲା। ଏ ପ୍ରସଙ୍ଗରେ ବଜରଙ୍ଗ କହିଛନ୍ତି ଯେ ରେସଲରମାନେ ଛୁଟି ନେଇ ବିକ୍ଷୋଭ କରୁଥିଲେ।

ଦିଲ୍ଲୀର ଯନ୍ତରମନ୍ତରୁ ପୁଲିସ୍‌ ସେମାନଙ୍କୁ ହଟାଇ ଦେବାର କିଛି ଦିନ ପରେ ସେମାନେ ପୁଣି ଚାକିରିରେ ରିପୋର୍ଟିଂ କରିଥିଲେ। ଆନ୍ଦୋଳନ ଆରମ୍ଭ ହେବା ଦିନ ଠାରୁ ରେସଲରମାନେ ଡ୍ୟୁଟି କରି ନଥିବା ବଜରଙ୍ଗ କହିଛନ୍ତି।

ସେ କହିଛନ୍ତି, ଆମେ ନ୍ୟାୟ ପାଇଁ ସବୁ କିଛି ବାଜିରେ ଲଗାଇଛି। ଆମ ଆନ୍ଦୋଳନରେ ଯଦି ଚାକିରି ବାଧକ ସାଜିବ, ତା’ହେଲେ ଏହାକୁ ମଧ୍ୟ ଛାଡ଼ିବାକୁ ଆମେ ପ୍ରସ୍ତୁତ। ଏହା ଆମ ପାଇଁ ଆଦୌ ବଡ଼ କଥା ନୁହେଁ।”

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe