Advertisment

ପୁଣି ହଟ୍ଟଗୋଳ, ଦିଲ୍ଲୀ ମେୟର ନିର୍ବାଚନ ତୃତୀୟ ଥର ପାଇଁ ଅଟକିଲା

ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ଅଧିକାର ମିଳିଛି। ଏହାକୁ ଆପ୍‌ ସଦସ୍ୟମାନେ ବିରୋଧ କରୁଛନ୍ତି।

Delhi Mayor

Delhi Mayor

Advertisment

ପୁଣିଥରେ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ ଅଟକିଛି। ନିର୍ବାଚନ ପୂର୍ବରୁ ବିଜେପି ଓ ଆପ୍‌ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟିଂ ହୋଇପାରିନି। ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ତୃତୀୟ ଥର ଭୋଟ ଗ୍ରହଣ ପୂର୍ବରୁ ଗୃହ କାର୍ଯକୁ ବନ୍ଦ କରାଯାଇଛି।

Advertisment

ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ଅଧିକାର ମିଳିଛି। ଏହାକୁ ଆପ୍‌ ସଦସ୍ୟମାନେ ବିରୋଧ କରିବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଶେଷରେ ପ୍ରିଜାଇଡିଂ ଅଫିସର ବିନା ଭୋଟରେ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ।

ସଂଖ୍ୟାକୁ ଦେଖିଲେ ଆପ ମେୟର ନିର୍ବାଚନ ଜିତିବ। କିନ୍ତୁ ଏମସିଡିର ଷ୍ଟାଣ୍ଡିଂ କମିଟି ଚୟନ ବେଳେ ରୋଚକ ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି। ୧୮ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟିର ୬ଟି ପଦ ପାଇଁ ଭୋଟ ହେବାର ଅଛି। ଏଥିରୁ ଆପ୍‌ ୩ଟି ଓ ବିଜେପି ବେଶ ଆରାମରେ ଦୁଇଟି ପଦ ଜିତିବେ। କିନ୍ତୁ ୬ଷ୍ଠ ପଦରେ ଲଢ଼େଇ ହେବ।

Advertisment

ଏପରି ସ୍ଥିତିରେ ଯଦି ମନୋନୀତ ସଦସ୍ୟଙ୍କୁ ଭୋଟଦାନର ଅଧିକାର ମିଳିବ, ତା’ହେଲେ ବିଜେପି ଏହି ଆସନକୁ ଜିତିବାକୁ ସକ୍ଷମ ହେବ। ତେଣୁ ଆପ ଏହାକୁ ବିରୋଧ କରୁଛି। ଷ୍ଟାଣ୍ଡିଂ କମିଟିର ବାକି ୧୨ ଜଣ ସଦସ୍ୟଙ୍କୁ ଜୋନାଲ ନିର୍ବାଚନ ମାଧ୍ୟମରେ ଚୟନ କରାଯିବ।

ଏମସିଡି ନିର୍ବାଚନ ଜିତିଥିବା ଆପ୍‌ର ୧୩୪ କର୍ପୋରେଟର ଓ ଜଣେ ସ୍ୱାଧୀନ ସଦସ୍ୟ ପ୍ରିଜାଇଣ୍ଡିଂ ଅଫିସର ସତ୍ୟ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେମାନେ କହିଛନ୍ତି, ନିୟମ କହୁଛି ଯେ ମନୋନୀତ ସଦସ୍ୟ ଭୋଟ ଦେଇ ପାରିବେ ନାହିଁ। ତେଣୁ ମେୟର, ଡେପୁଟି ମେୟର ଓ ଷ୍ଟାଣ୍ଡିଂ କମିଟି ନିର୍ବାଚନରୁ ସେମାନଙ୍କୁ ଦୂରେଇ ରଖାଯାଉ।

ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ରେ ଜିତିଥିବା ବେଳେ ବିଜେପି ୧୦୪ଟିରେ ବାଜିମାତ କରିଛି। ଏହି ନବ ନିର୍ବାଚିତ ସଦସ୍ୟଙ୍କ ବ୍ୟତୀତ ବିଜେପିର ୭ ଲୋକସଭା ସାଂସଦ, ଆପ୍‌ର ୩ ଜଣ ରାଜ୍ୟସଭା ସଦସ୍ୟ ଓ ଦିଲ୍ଲୀ ବାଚସ୍ପତିଙ୍କ ଦ୍ୱାରା ମନୋନୀତ ୧୪ ଜଣ ବିଧାୟକ ଭୋଟ ଦେଇପାରିବେ। କଂଗ୍ରେସର ୯ ଜଣ କର୍ପୋରେଟର ଭୋଟ ଦେବେନି ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି।

Bjp Delhi AAP Mayor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe