ECI
ବିଭିନ୍ନ ନିର୍ବାଚନରେ ଇଭିଏମରେ ହେରଫେର କରାଯାଉଥିବା ଅଭିଯୋଗକୁ ଆଜି ପୁଣିଥରେ ଭାରତୀୟ ନିର୍ବାଚନ କମିଶନ ଅଗ୍ରାହ୍ୟ କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବା ବେଳେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଇଭିଏମଗୁଡ଼ିକ ବାରମ୍ବାର ନ୍ୟାୟପାଳିକା ଯାଞ୍ଚରେ ପାସ୍ କରି ସାରିଛି। ୪୨ଥର ଦେଶର ସର୍ବୋଚ୍ଚ ଅଦାଲତରେ ଇଭିଏମ ବିଶ୍ୱସ୍ତ ସାବ୍ୟସ୍ତ ହୋଇଛି।
ଇଭିଏମ ଟ୍ୟାମ୍ପର ଫ୍ରୁଫ। ଇଭିଏମ ଦ୍ୱାରା ରିଗିଂ ଓ ହ୍ୟାକିଂ ଅସମ୍ଭବ। ଇଭିଏମକୁ ନେଇ ଆସିଥିବା ଅନିୟମିତତା ସଂପୂର୍ଣ୍ଣ ଭାବେ ଅମୂଳକ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ରଖିବା ପାଇଁ ଇସିଆଇ ପ୍ରତିବଦ୍ଧ।
ଅନିୟମିତତା ନେଇ ଆସିଥିବା ସମସ୍ତ ଅଭିଯୋଗକୁ ଭଲ ଭାବେ ଯାଞ୍ଚ କରାଯାଇ ଖାରଜ କରାଯାଇଛି। ଇଭିଏମରେ କୌଣସି ପ୍ରକାରର ତ୍ରୁଟି ନାହିଁ। ପେପର ବାଲଟ ଭୋଟିଂକୁ ଫେରିବାର ଆବଶ୍ୟକ ନଥିବା ଶ୍ରୀ କୁମାର କହିଛନ୍ତି।
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ହେରଫେର ଅଭିଯୋଗ ଉପରେ ମଧ୍ୟ ରାଜୀବ କୁମାର ମତ ରଖିଛନ୍ତି। ବିଜେପି ବିରୋଧରେ ଭୋଟର ତାଲିକା ହେରଫେର କରିବା ଅଭିଯୋଗ ଆସିଛି। ଏହାକୁ ନେଇ ରାଜନୀତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି।
ଏହି ଅଭିଯୋଗ ଉପରେ ମତ ରଖି କୁମାର କହିଛନ୍ତି, “ ଭୋଟର ତାଲିକା ପ୍ରସ୍ତୁତ କରିବା ଏକ ସ୍ୱଚ୍ଛ ବ୍ୟବସ୍ଥା। ଏହାର ପ୍ରତିଟି ପର୍ଯ୍ୟାୟରେ ରାଜନୀତିକ ଦଳଗୁଡ଼ିକୁ ସାମିଲ କରାଯାଏ। ଭୋଟର ତାଲିକା ହେରଫେର ଅଭିଯୋଗରେ କୌଣସି ପ୍ରକାରର ସତ୍ୟତା ନାହିଁ। ସବୁ ତତ୍ୟ ଦେବା ଆମର ମୁଖ୍ୟ ଉଦ୍ଦେଶ୍ୟ। ବିସ୍ତୃତ ଗାଇଡଲାଇନ ଓ ତଥ୍ୟ ଆମ ୱେବସାଇଟରେ ରହିଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ECI_1736245286.jpg)