Advertisment

ଖରା ଯୋଗୁ ଦିନ ୧୨ରୁ ୫ଟା ଯାଏ ସବୁ କାର୍ଯ୍ୟକ୍ରମ ବନ୍ଦ

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

author-image
Hemant Lenka
heatstroke

heatstroke

ପ୍ରବଳ ଖରା ଯୋଗୁ ୧୪ ଜଣ ଲୋକ ପ୍ରାଣ ହରାଇବା ପରେ ଚେତିଛନ୍ତି ସରକାର। ଏଣିକି ଦିନ ୧୨ଟାରୁ ଅପରାହ୍ନ ୫ଟା ରାଜ୍ୟରେ କୌଣସି କାର୍ଯ୍ୟକ୍ରମ ଖୋଲା ସ୍ଥାନରେ ହୋଇପାରିବ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Advertisment

ରବିବାର ନଭି ମୁମ୍ବାଇର ଖାରଘର ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମହାରାଷ୍ଟ୍ର ଭୂଷଣ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ। ତେବେ ପ୍ରବଳ ଭିଡ଼ ଓ ଖରା ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ଏବେ ବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସରକାର ଦିନ ୧୨ଟାରୁ ଅପରାହ୍ନ ୫ଟା ଯାଏ ଖୋଲା ସ୍ଥାନରେ କୌଣସି ପ୍ରକାରର ସାଧାରଣ ସଭା ହୋଇପାରିବ ନାହିଁ ବୋଲି କହିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କ୍ୟାବିନେଟ ମନ୍ତ୍ରୀ ମଙ୍ଗଳ ପ୍ରଭାତ ଲୋଧା କହିଛନ୍ତି।

Advertisment

ରବିବାର ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ କେନ୍ଦ୍ରମନ୍ତ୍ରୀ କପିଲ ପାଟିଲ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ। ଲୋକମାନେ ପ୍ରବଳ ଖରା ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା।

କିନ୍ତୁ ସେଠାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସରକାର ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଥିବା ବେଳେ ଅସୁସ୍ଥଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Heat Wave Maharashtra