Advertisment

ମାନହାନୀ କେସ୍‌: ରାହୁଲ ଗାନ୍ଧିଙ୍କୁ ମିଳିଲାନି ଆଶ୍ୱସ୍ତି

କୋର୍ଟ ଗ୍ରୀଷ୍ମ ଅବକାଶ ବା ଜୁନ ୪ ପରେ ତାଙ୍କ ଆବେଦନ ଉପରେ ରାୟ ଦେବେ ବୋଲି ଆଜି କହିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଉ ଏକ ଝଟକା। ସେ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ଦାବି କରି ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ଦଣ୍ଡାଦେଶ ଉପରେ କୌଣସି ପ୍ରକାରର ରୋକ ଲଗାଇ ନାହାନ୍ତି।

Advertisment

କୋର୍ଟ ଗ୍ରୀଷ୍ମ ଅବକାଶ ବା ଜୁନ ୪ ପରେ ତାଙ୍କ ଆବେଦନ ଉପରେ ରାୟ ଦେବେ ବୋଲି ଆଜି କହିଛନ୍ତି। ମୋଦି ସରନେମ ବୟାନ ପାଇଁ ଫେବୃଆରୀ ମାସରେ ସୁରତର ଗୋଟିଏ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ତାଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଛି। 

ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରିବା ଯାଏ ସେ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ନିବେଦନ କରିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Advertisment

୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି କହିଥିଲେ ଯେ “କେମିତି ସମସ୍ତ ଚୋରଙ୍କ ସରନେମ ମୋଦି?” ବାସ୍‌ ଏହି ବୟାନକୁ ନେଇ ବିଜେପି ଆଟାକିଂ ମୋଡକୁ ଆସିଥିଲା। ରାହୁଲ ଗାନ୍ଧି ଓବିସମାନଙ୍କୁ ଅପମାନିତ କରିଥିବା ଦଳ ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ କରିଥିଲେ।

ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ସେ ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଜାମିନ ମିଳିଥିଲା। ଦଣ୍ଡାଦେଶ ପରେ ତାଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଥିବାରୁ ରାହୁଲ ଗାନ୍ଧି ତାଙ୍କ ସରକାରୀ ବାସଭବନକୁ ମଧ୍ୟ ଖାଲି କରିଦେଇଛନ୍ତି।

Rahul Gandhi Congress High Court Of Gujarat