Advertisment

ଏବେ ଦରକାର ଅନ୍ତିମ ପ୍ରହାର

ଦେଶରେ ଏବେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୯୬ରୁ ୧୬କୁ ଖସିଆସିଛି। ତେଣୁ ଫାଇନାଲ୍ ପୁଶ୍‌ ଦେଇ ଏବେ ଏହାକୁ ଶେଷ କରିବାକୁ ପଡ଼ିବ।

Amit Shah

Amit Shah

Advertisment

ବାମପନ୍ଥୀ ଉଗ୍ରବାଦ ଏବେ ଶେଷ ଚରଣରେ ପହଞ୍ଚିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନକ୍ସଲ ସମସ୍ୟାର ମୂଳୋତ୍ପାଟନ ଦିଗରେ କେବଳ ଯାହା ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି। ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ସମୀକ୍ଷା ବୈଠକରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Advertisment

ଛତିଶଗଡ଼ର ଉଦାହରଣ ଦେଇ ସେ କହିଛନ୍ତି, ରଣନୀତି ମୁତାବକ ଜାନୁଆରୀରୁ ଏଯାଏଁ ସେଠାରେ ମୋଟ ୧୯୪ ନକ୍ସଲଙ୍କୁ ନିପାତ କରାଗଲାଣି। ୮୦୧ ଜଣ ନକ୍ସଲ ଗିରଫ ହୋଇଛନ୍ତି ଓ ୭୪୨ ଜଣ ଆତ୍ମସମର୍ପଣ କରିଛନ୍ତି। ଦେଶରେ ଏବେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୯୬ରୁ ୧୬କୁ ଖସିଆସିଛି। ତେଣୁ ଫାଇନାଲ୍ ପୁଶ୍‌ ଦେଇ ଏବେ ଏହାକୁ ଶେଷ କରିବାକୁ ପଡ଼ିବ। ଆଇଡୋଲୋଜି ନାଁରେ ଆଉ ହତ୍ୟା ହେବନାହିଁ ବୋଲି ସଂକଳ୍ପ ନେବାକୁ ପଡ଼ିବ ବୋଲି କହିବା ସହିତ ନକ୍ସଲମାନଙ୍କୁ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଶାହ।

ସେହିପରି ନକ୍ସଲ ଉପଦ୍ରବ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ସେ ଜୋର ଦେଇଛନ୍ତି। ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମାସକୁ ଥରେ ଲେଖାଏଁ ଏବଂ ଡିଜିପିମାନେ ପ୍ରତି ୧୫ ଦିନରେ ଥରେ ନକ୍ସଲ ମୁକାବିଲା ସ୍ଥିତିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଏପରିକି ଜିଲ୍ଲାସ୍ତରରେ ଡିଜିପିମାନେ ମାସକୁ ଥରେ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ଯାଇ ରାତ୍ରିଯାପନ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment

ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ୩୧ ନକ୍ସଲ ନିପାତ ଘଟଣାର ମାତ୍ର ୩ ଦିନ ପରେ ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ଓଡ଼ିଶା, ଛତିଶଗଡ଼ ସମେତ ନକ୍ସଲ ପ୍ରଭାବିତ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଡିଜିପି ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟରେ ନକ୍ସଲ ବିରୋଧୀ ଅପରେସନକୁ ତୀବ୍ର କରିବାକୁ କେନ୍ଦ୍ର ପାଖରେ ୧୨ କଂପାନୀ ସିଏପିଏଫ୍ ଓ ହେଲିକପ୍ଟର ପାଇଁ ଦାବି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯଦିଓ ରାଜ୍ୟରେ ନକ୍ସଲଙ୍କ ସେଭଳି ପ୍ରଭାବ ନାହିଁ, ପଡ଼ୋଶୀ ଛତିଶଗଡ଼ରେ ନକ୍ସଲ ଅପରେସନ ଯୋଗୁଁ ସେଠାକାର ନକ୍ସଲ ଓଡ଼ିଶାକୁ ପଶି ଆସିବାର ଆଶଙ୍କା ରହିଛି। ସେ ଦୃଷ୍ଟିରୁ ସେମାନଙ୍କ ମୁକାବିଲା ପାଇଁ ଫୋର୍ସ ସାଙ୍ଗକୁ ବିକାଶମୂଳକ କାମ ପାଇଁ ଓଡ଼ିଶା ସହଯୋଗ ଚାହୁଁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

Amit Shah Naxal Activities
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe