Advertisment

କେଜ୍ରିୱାଲ ନିରାଶ, ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

କେଜ୍ରିୱାଲଙ୍କୁ ଇଡି ଚାହିଁଲେ ଆଜି ରାତିରେ ଗିରଫ କରିପାରିବ। ସେହିପରି କେଜ୍ରିୱାଲଙ୍କ ଲିଗାଲ ଟିମ ଆସନ୍ତାକାଲି ହିଁ ସୁପ୍ରିମକୋର୍ଟରେ ଏହା ବିରୋଧରେ ଆବେଦନ କରିପାରିବେ।

Kejriwal

Kejriwal

Advertisment

ଇଡି ରେଡ ଓ ସମ୍ଭାବ୍ୟ ଗିରଫଦାରୀ ଭୟରେ ସୁପ୍ରିମକୋର୍ଟରେ ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିରାଶ ହେବାକୁ ପଡ଼ିଛି। କେଜ୍ରିୱାଲଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟରେ ପହଞ୍ଚି ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ।

Advertisment

ଅଭିଷେକ ସିଙ୍ଘଭୀଙ୍କ ନେତୃତ୍ୱରେ ଗୋଟିଏ ଟିମ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ହେଲେ ସୁପ୍ରିମକୋର୍ଟ ଜରୁରୀ ଶୁଣାଣି ପାଇଁ ମନା କରି ଦେଇଛନ୍ତି। ମଧ୍ୟରାତ୍ର ଶୁଣାଣି ପାଇଁ କୋର୍ଟ ମନା କରି ସକାଳେ ଆସିବାକୁ କହିଛନ୍ତି।

ଏହାର ଅର୍ଥ କେଜ୍ରିୱାଲଙ୍କୁ ଇଡି ଚାହିଁଲେ ଆଜି ରାତିରେ ଗିରଫ କରିପାରିବ। ସେହିପରି କେଜ୍ରିୱାଲଙ୍କ ଲିଗାଲ ଟିମ ଆସନ୍ତାକାଲି ହିଁ ସୁପ୍ରିମକୋର୍ଟରେ ଏହା ବିରୋଧରେ ଆବେଦନ କରିପାରିବେ। ଏହାପରେ ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ କି ନାହିଁ, ତା’ର ବିଚାର କରିବେ।

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି କେଜ୍ରିୱାଲଙ୍କୁ ୯ଥର ସମନ କରିଥିଲେ ହେଁ ସେ ଏହାକୁ ଖାତିର କରି ନଥିଲେ। ଇଡି କାଳେ ଗିରଫ କରିନେବ, ସେହି ଆଶଙ୍କାରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା କ୍ଷଣି କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି।

ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରିବା କ୍ଷଣି ଇଡିର ୮ ଜଣିଆ ଟିମ ତାଙ୍କ ଘରେ ପହଞ୍ଚି ଯାଇଛନ୍ତି। ଇଡିର ଅଧିକାରୀମାନେ ତାଙ୍କ ଘର ସର୍ଚ୍ଚ କରୁଥିବା ବେଳେ ବୟାନ ମଧ୍ୟ ରେକର୍ଡ କରୁଛନ୍ତି।

ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ ତାଙ୍କ ବୟାନ ରେକର୍ଡ ହେଉଛି। କେଜ୍ରିୱାଲ ଓ ତାଙ୍କ ପରିବାର ଲୋକଙ୍କ ଫୋନକୁ ମଧ୍ୟ ଇଡି ଜବତ କରି ନେଇଛି।

Arvind Kejriwal Supreme Court AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe