Advertisment

Delivery Promise: ଶ୍ରମ ମନ୍ତ୍ରଣାଳୟର ନିର୍ଦ୍ଦେଶ: ଆଉ ରହିବନି ୧୦ ମିନିଟର ଡେଲିଭରୀ ପ୍ରତିଶ୍ରୁତି

ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ଆଉ ୧୦ ମିନିଟରେ ଡେଲିଭରୀ ପ୍ରତିଶ୍ରୁତିର ବିଜ୍ଞାପନ ଦେଇ ପାରିବେ ନାହିଁ। ଏପରି ୧୦ ମିନିଟର ବିଜ୍ଞାପନ ବନ୍ଦ କରିବାକୁ ଆଜି ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।

Blinkit

ଡେଲିଭରୀ

Advertisment

ବ୍ଲିଙ୍କଇଟ, ସ୍ୱିଗୀ, ଜମାଟୋ ଭଳି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ଆଉ ୧୦ ମିନିଟରେ ଡେଲିଭରୀ ପ୍ରତିଶ୍ରୁତିର ବିଜ୍ଞାପନ ଦେଇ ପାରିବେ ନାହିଁ। ଏପରି ୧୦ ମିନିଟର ବିଜ୍ଞାପନ ବନ୍ଦ କରିବାକୁ ଆଜି ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।

Advertisment

ଆଜି ବିଭିନ୍ନ ଇ-ପ୍ଲାଟଫର୍ମ ପ୍ରତିନିଧିଙ୍କ ସହ ଶ୍ରୀ ମାଣ୍ଡଭୀୟ ବୈଠକ କରିଥିଲେ। ଏହି ସମୟରେ ଡେଲିଭରୀ ଏଜେଣ୍ଟମାନଙ୍କ ସୁରକ୍ଷା ଉପରେ ସେ ଗୁରୁତ୍ୱ ଦେବାକୁ ସବୁ କମ୍ପାନୀକୁ କହିଛନ୍ତି। ସେମାନେ ମଧ୍ୟ ନିଜର ୧୦ ମିନିଟର ପ୍ରତିଶ୍ରୁତିକୁ ବନ୍ଦ କରିବାକୁ ରାଜି ହୋଇଛନ୍ତି। 

ସରକାରୀ ସୂତ୍ର ଅନୁସାରେ, ମନ୍ତ୍ରୀ ମାଣ୍ଡଭୀୟ ଆଜି ଡେଲିଭରୀ ସମୟକୁ ନେଇ ଚାଲିଥିବା ପ୍ରତିଯୋଗିତା ପ୍ରସଙ୍ଗରେ ଜୋମାଟୋ(Zomatto), ସ୍ୱିଗୀ (Swiggy), ବ୍ଲିଙ୍କ ଇଟ(Blinkit) ଓ ଜେପଟୋ ଭଳି ପ୍ଲାଟଫର୍ମ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଭିନ୍ନ ସଂସ୍ଥା ୧୦ ମିନିଟରୁ କମ ସମୟରେ ଲୋକଙ୍କ ପାଖରେ ଅର୍ଡର ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଉଥିବାରୁ ଏହାକୁ ନେଇ ମନ୍ତ୍ରୀ ସେମାନଙ୍କ ଆଗରେ ଚିନ୍ତା ପ୍ରକଟ କରିଥିଲେ।  

Advertisment

କମ୍ପାନୀ କର୍ତ୍ତୃପକ୍ଷଙ୍କ ୧୦ ମିନିଟର ପ୍ରତିଶ୍ରୁତି ଯୋଗୁ ଡେଲିଭରୀ ଏଜେଣ୍ଟ ଜୀବନ ବିପଦରେ ପଡ଼ୁଛି ବୋଲି ଗୋଟିଏ ବିତର୍କ ଦେଶରେ ଆରମ୍ଭ ହୋଇଛି। ଯଥାଶୀଘ୍ର ସେମାନେ ଲୋକଙ୍କ ପାଖରେ ଜିନିଷ ପହଞ୍ଚାଇବାରୁ ଗାଡ଼ି ଦ୍ରୁତଗତିରେ ଚଳାଉଛନ୍ତି। ସେମାନେ ନିଜ ଜୀବନ ବାଜିରେ ଲଗାଇ ଜିନିଷ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ସମସ୍ତ କମ୍ପାନୀକୁ ତୁରନ୍ତ ୧୦ ମିନିଟ ଡେଲିଭରୀ ପ୍ରତିଶ୍ରୁତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଡିସେମ୍ବର ୨୫ରେ ଡେଲିଭରୀ(Delivery) ଏଜେଣ୍ଟଙ୍କ ୟୁନିୟନ ପକ୍ଷରୁ ଉପଯୁକ୍ତ ପ୍ରାପ୍ୟ ଓ ସାମାଜିକ ସୁରକ୍ଷା ସୁବିଧା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯଦି ସେମାନଙ୍କ ଦାବି ପୂରଣ ନ ହେବ, ତା’ହେଲେ ସେମାନେ ଦେଶବ୍ୟାପୀ ଡିସେମ୍ବର ୩୧ରେ ଆନ୍ଦୋଳନ କରିବାର ଧମକ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ସ୍ୱିଗୀ ଓ ଜୋମାଟୋ ନିଜ ପିଲାଙ୍କ ଭତ୍ତାକୁ ବୃଦ୍ଧି କରିଥିଲେ। 

ଆଜି କେନ୍ଦ୍ରର ଏପରି ୧୦ ମିନିଟ ଡେଲିଭରୀ ପ୍ରତିଶ୍ରୁତି ବନ୍ଦ ନିର୍ଦ୍ଦେଶକୁ ଦୀର୍ଘ ସମୟ ଧରି ଡେଲିଭରୀ ଏଜେଣ୍ଟ ସପକ୍ଷରେ ମତ ରଖୁଥିବା ଆପ ସାଂସଦ ରାଘବ ଚଡା ସ୍ୱାଗତ କରିଛନ୍ତି। 

Zomatto Blinkit Delivery Swiggy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe