Advertisment

ପ୍ରଦୂଷଣ ସ୍ଥିତିରେ ଆସିଲା ସୁଧାର, ଏବେ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ନଭେମ୍ବର ୧୩ରୁ ୨୦ ଯାଏ ଲାଗୁ ହେବାକୁ ଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲାକୁ ସ୍ଥିଗିତ ରଖାଯାଉଛି। ଦୀପାବଳି ପରେ ପୁଣି ସ୍ଥିତିକୁ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Delhi

Delhi

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ସାଂଘାତିକ ପ୍ରଦୂଷଣ ସ୍ଥିତିରେ ଆସିଛି ସୁଧାର। ଭୋର ସମୟରେ ବର୍ଷା ହେବାରୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୪ ଘଣ୍ଟା ତଳେ ବାୟୁର ଗୁଣବତ୍ତା ୪୦୦ ଥିବା ବେଳେ ଏବେ ଏହା ତଳକୁ ଖସି ଆସିଛି। ତେଣୁ ଦିଲ୍ଲୀ ସରକାର ଯୁଗ୍ମ-ଅଯୁଗ୍ମ ଟ୍ରାଫିକ ନିୟମ ଲାଗୁ କରିବା ନିଷ୍ପତ୍ତିକୁ ଘୁଞ୍ଚାଇ ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବନି ବୋଲି ଆଜି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି।

Advertisment

ତାଙ୍କ କହିକା କଥା ଯେ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିଛି। ଦୀପାବଳି ପରେ ପ୍ରଦୂଷଣା ମାତ୍ରା ଦେଖି ଯୁଗ୍ମ-ଅଯୁଗ୍ମ ଫୁର୍ମଲା ବିଷୟରେ ଚିନ୍ତା କରାଯିବ। ପୂର୍ବରୁ ଏକ୍ୟୁଆ ୪୫୦ରୁ ଅଧିକ ରହୁଥିବା ବେଳେ ଏବେ ୩୦୦ ତଳକୁ ଖସି ଆସିଛି।

ତେଣୁ ନଭେମ୍ବର ୧୩ରୁ ୨୦ ଯାଏ ଲାଗୁ ହେବାକୁ ଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲାକୁ ସ୍ଥିଗିତ ରଖାଯାଉଛି। ଦୀପାବଳି ପରେ ପୁଣି ସ୍ଥିତିକୁ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Advertisment

ପ୍ରତିବର୍ଷ ଶୀତ ଆସିବା ମାତ୍ରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ୁଛି। ତେବେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବା ଦ୍ୱାରା ପ୍ରଦୂଷଣା ମାତ୍ରା ୧୩% ହ୍ରାସ ପାଉଛି। ସେହିପରି ଦିଲ୍ଲୀ ସରକାର ନିର୍ମାଣ କାମ ଓ ବାହାର ରାଜ୍ୟରୁ ରାଜଧାନୀକୁ ଆସୁଥିବା ଟ୍ରକ ଗୁଡ଼ିକ ଉପରେ ମଧ୍ୟ କଟକଣା ଲଗାଉଛନ୍ତି। ଏଥିଯୋଗୁ ମଧ୍ୟ କିଛି ମାତ୍ରାରେ ପ୍ରଦୂଷଣ କମୁଛି। ତଥାପି ପ୍ରଦୂଷଣ ଆଶାତୀତ ଭାବେ କମୁ ନଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ୁଛି।

Delhi Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe