Advertisment

ଶପଥଗ୍ରହଣ ଉତ୍ସବରେ ଏକନାଥ ସିନ୍ଦେଙ୍କଠାରୁ କେହି ଏମିତି ଆଶା କରିନଥିଲେ; ଦେଖନ୍ତୁ ଭିଡିଓ

ରାଜ୍ୟପାଳ ଶପଥ ପାଠ ପାଇଁ ପ୍ରାରମ୍ଭିକ ଶବ୍ଦ ‘ମେଁ’ (ମୁଁ) କହିଲା ପୂର୍ବରୁ ସିନ୍ଦେ ପକେଟରୁ ଏକ କାଗଜ ବାହାର କରି...

ଅଦ୍ୟତନ ହୋଇଛି
Eknath Shinde

Eknath Shinde

Advertisment

ମହାରାଷ୍ଟ୍ରରେ ଆଜି ସରକାର ଗଠନ କରିଛି ମହାୟୁତି ମେଣ୍ଟ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବ ସେନା ନେତା ଏକନାଥ ସିନ୍ଦେ ଓ ଏନ୍‌ସିପି ନେତା ଅଜିତ ପାୱାର। ମୁମ୍ବାଇର ଆଜାଦ ମୈଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ମଞ୍ଚାସୀନ ଅତିଥିଙ୍କୁ ଅକଳରେ ପକାଇ ଦେଇଥିଲେ ଏକନାଥ ସିନ୍ଦେ। ଶପଥ ନେବା ବଦଳରେ ଲିଖିତ ଭାଷଣ ଆରମ୍ଭ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ତେବେ ରାଜ୍ୟପାଳ ସ୍ଥିତିକୁ ସୁଧାରି ଦେଇଥିଲେ।

Advertisment

ଶପଥ ନେବା ପାଇଁ ଏକନାଥ ସିନ୍ଦେ ଉଦ୍ଦିଷ୍ଟ ସ୍ଥାନରେ ମାଇକ୍ରୋଫୋନ୍ ସମ୍ମୁଖରେ ଯାଇ ଠିଆ ହୋଇଥିଲେ। ତାଙ୍କୁ ଶପଥ ପାଠ କରାଇବା ପାଇଁ ରାଜ୍ୟପାଳ ସିପି ରାଧାକୃଷ୍ଣ ପ୍ରସ୍ତୁତ ହୋଇ ରହିଥିଲେ। ତେବେ ରାଜ୍ୟପାଳ ଶପଥ ପାଠ ପାଇଁ ପ୍ରାରମ୍ଭିକ ଶବ୍ଦ ‘ମେଁ’ (ମୁଁ) କହିଲା ପୂର୍ବରୁ ସିନ୍ଦେ ପକେଟରୁ ଏକ କାଗଜ ବାହାର କରି ତାଙ୍କ ଭାଷଣ ଆରମ୍ଭ କରି ଦେଇଥିଲେ। ସେ ବାଲ ଠାକରେ, ତାଙ୍କ ଗୁରୁ ଆନନ୍ଦ ଦିଘେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖଙ୍କ ନାଁ ନେଇ ଆଗେଇ ଯାଉଥିବା ବେଳେ ତାଙ୍କୁ ରାଜ୍ୟପାଳ ଅଟକାଇ ଥିଲେ ଓ ପୁଣି ଥରେ ମୂଳରୁ ଶପଥ ପାଠ କରାଇଥିଲେ। 

ଶପଥପାଠ ପାଇଁ ଉଦ୍ଦିଷ୍ଟ ଲେଖାଠାରୁ ବାହାରେ ଯାଇ ପ୍ରାୟ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଏକନାଥ ସିନ୍ଦେ ନିଜ ଲିଖିତ ଭାଷଣ ପଢୁଥିବା ବେଳେ ମଞ୍ଚାସୀନ ଅତିଥିମାନେ ଅପ୍ରସ୍ତୁତ ହୋଇପଡ଼ିଥିଲେ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏକନାଥ ସିନ୍ଦେଙ୍କ ଭଳି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କଠାରୁ କେହି ଏମିତି ଆଶା କରି ନଥିଲେ। ସମସ୍ତେ କିଛି ସମୟ ପାଇଁ ଚୁପ୍ ହୋଇଯାଇଥିଲେ। ତେବେ ଠିକ୍ ସମୟରେ ରାଜ୍ୟପାଳ ହସ୍ତକ୍ଷେପ କରି ଏକନାଥ ସିନ୍ଦେଙ୍କୁ ନିୟମ ଅନୁଯାୟୀ ଶପଥପାଠ କରାଇଥିଲେ।

Advertisment

ସମ୍ବିଧାନରେ ଉଲ୍ଲେଖ ନିୟମ ଅନୁଯାୟୀ, ଶପଥପାଠ ଉତ୍ସବରେ ସରକାରୀ ଭାବେ ଯାହା ଲିଖିତ ଭାବେ ଦିଆଯାଇଥାଏ, ତାକୁ ପଢ଼ିବାକୁ ହୁଏ। ତା’ଠାରୁ ଅଧିକ ବା ମନଇଚ୍ଛା କେହି କିଛି କହି ଶପଥ ନେଇପାରିବେ ନାହିଁ। ଏହାର ଅନେକ ଉଦାହରଣ ରହିଛି, ଯେତେବେଳେ ନେତାମାନେ ଶପଥ ନେଲା ବେଳେ ଗୋଟିଏ ଗୋଟିଏ ଶବ୍ଦ ଭୁଲ କରିଥିବା ଯୋଗୁ ଦ୍ୱିତୀୟବାର ଶପଥ ନେଇଛନ୍ତି।

Eknath Shinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe