Advertisment

ମନଇଚ୍ଛା ଗୁରମିତ ରାମ ରହିମକୁ ପାରୋଲରେ ଛାଡ଼ି ପାରିବେନି ସରକାର

ବାରମ୍ବାର ତାକୁ ସରକାର ପାରୋଲରେ ଛାଡ଼ୁ ଥିବାରୁ ଏହା ବିରୋଧରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସଜିପିସି) ହାଇକୋର୍ଟରେ ଗୋଟିଏ ପିଟିସନ ଦାଖଲ କରିଥିଲା।

Ram Rahim

Ram Rahim

Advertisment

ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ବାବା ଗୁରମିତ ରାମ ରହିମ ସିଂହଙ୍କୁ ହରିଆଣା ସରକାର ବାରମ୍ବାର ଜେଲରୁ ପାରୋଲରେ ଛାଡ଼ି ଦେଉଛନ୍ତି।

Advertisment

ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏହି ଘଟଣାରେ ବଡ଼ ରାୟ ଦେଇଛନ୍ତି। ଆଉ ମନଇଚ୍ଛା ଗୁରମିତକୁ ଛାଡ଼ି ପାରିବେ ନାହିଁ ହରିଆଣା ସରକାର। ତା’କୁ ପାରୋଲରେ ଛାଡ଼ିବା ପୂର୍ବରୁ ସରକାରଙ୍କୁ କୋର୍ଟରୁ ଅନୁମତି ଆଣିବାକୁ ପଡ଼ିବ।

ନିଜର ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଗୁରମିତ ୨୦ ବର୍ଷର ଜେଲଦଣ୍ଡ ପାଇଛି। କିନ୍ତୁ ନିକଟରେ ସେ ୫୦ ଦିନର ପାରୋଲରେ ଜେଲରୁ ବାହାରିଥିଲା। ଏହାପୂର୍ବରୁ ନଭେମ୍ବର ମାସରେ ସେ ୨୧ ଦିନ ପାଇଁ ବାହାରକୁ ଯାଇଥିଲା।

Advertisment

ବାରମ୍ବାର ତାକୁ ସରକାର ପାରୋଲରେ ଛାଡ଼ୁ ଥିବାରୁ ଏହା ବିରୋଧରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସଜିପିସି) ହାଇକୋର୍ଟରେ ଗୋଟିଏ ପିଟିସନ ଦାଖଲ କରିଥିଲା। ଏହାର ଶୁଣାଣି କରି ପଞ୍ଜାବ-ହରିଆଣା ହାଇକୋର୍ଟ ସରକାରଙ୍କୁ ପାରୋଲରେ ଛାଡ଼ିବା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ କହିଛନ୍ତି। ଏଥିସହ ଗୁରମିତକୁ ଯେଉଁ ଭଳି ପାରୋଲ ମିଳୁଛି, ଆଉ କେଉଁ ସବୁ କଏଦୀଙ୍କୁ ଏମିତି ସୁବିଧା ମିଳୁଛି ବୋଲି ପ୍ରଶ୍ନ କରିଛନ୍ତି।

୨୦୨୩ରେ ଗୁରମିତକୁ ୩ ଥର ପାରୋଲରେ ଛଡ଼ା ଯାଇଥିଲା। ଜାନୁଆରୀ ମାସରେ ୪୦ ଦିନ, ଜୁଲାଇରେ ୩୦ ଦିନ ଓ ନଭେମ୍ବର ମାସରେ ସେ ୨୧ ଦିନ ପାଇଁ ଜେଲ ବାହାରକୁ ଯାଇଥିଲା।

୨୦୨୨ରେ ମଧ୍ୟରେ ସେ ହରିଆଣାର ରୋହିତକ ସ୍ଥିତ ସୁନାରାଇ ଜେଲରୁ ୩ ଥର ପାରୋଲ ପାଇ ବାହାରକୁ ଯାଇଥିଲା।

୨୦୧୯ରେ ଡେରା ସଚ୍ଚାର ମୁଖ୍ୟ ଗୁରମିତ ସିଂହକୁ ୧୬ ବର୍ଷ ତଳର ଜଣେ ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହାର ୨ ବର୍ଷ ପରେ ଅର୍ଥାତ ୨୦୨୧ରେ ଡେରା ସଚ୍ଚାର ମ୍ୟାନେଜର ରଣଜୀତ ସିଂହଙ୍କୁ ହତ୍ୟା ପାଇଁ ହୋଇଥିବା ଷଡ଼ଯନ୍ତ୍ର ମାମଲାରେ ମଧ୍ୟ ଗୁରମିତ ଦୋଷୀ ସାବ୍ୟସ୍ତ ହୋଇଥିଲା।

ହରିୟାଣା କଏଦୀଙ୍କ ଉତ୍ତମ ଆଚରଣ ଅଧିନିୟମ, ୨୦୨୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ କଏଦୀମାନଙ୍କୁ ନିୟମିତ ପାରୋଲ ଦିଆଯାଇପାରିବ। କିନ୍ତୁ ଏକାଧିକ ହତ୍ୟା କିମ୍ବା ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କଏଦୀମାନେ ପାରୋଲ ପାଇବାକୁ ଯୋଗ୍ୟ ନୁହନ୍ତି।

Gurmeet Ram Rahim Singh Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe