Advertisment

ଦିଲ୍ଲୀ ରେଳ ଷ୍ଟେସନରେ ବିକ୍ରି ହେବନି ପ୍ଲାଟଫର୍ମ ଟିକେଟ୍

ନଭେମ୍ବର ୬ ଯାଏ ଲାଗିଲା କଟକଣା।

Station

Station

Advertisment

ନଭେମ୍ବର ୬ ଯାଏ ଦିଲ୍ଲୀର କେତେକ ପ୍ରମୁଖ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ହେବ ନାହିଁ। ଦୀପାବଳି ଏବଂ ଛଟ୍ ପୂଜା ପାଇଁ ଲୋକମାନେ ନିଜ ନିଜ ରାଜ୍ୟକୁ ଯାଉଥିବାରୁ ଷ୍ଟେସନରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି। 

Advertisment

ଗତକାଲି ମୁମ୍ବାଇର ବାନ୍ଦ୍ରା ଟର୍ମିନସ୍ ରେଳ ଷ୍ଟେସନରେ ଦଳାଚକଟାରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ରେଲୱେ ଏହି ନିଷ୍ପତ୍ତି ନେଇଛି। ଆସନ୍ତା ୬ ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟ୍ ବିକ୍ରି ଉପରେ ରୋକ୍ ଲଗାଯାଇଛି।

ପ୍ଲାଟଫର୍ମ ଟିକେଟ୍ ମିଳିବାକୁ ନ ଥିବା ଷ୍ଟେସନଗୁଡିକ ମଧ୍ୟରେ ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ, ହାଜରତ ନିଜାମୁଦ୍ଦିନ, ଆନନ୍ଦ ବିହାର ଏବଂ ଦିଲ୍ଲୀ ସରାଇ ରୋହିଲ୍ଲା ରେଲୱେ ଷ୍ଟେସନ ରହିଛି। ଏହା ବ୍ୟତୀତ ଗାଜିଆବାଦ ରେଲୱେଷ୍ଟେସନରେ ମଧ୍ୟ ପ୍ଲାଟଫର୍ମ ଟିକେଟ୍ ବିକ୍ରି ହେବ ନାହିଁ।  

Advertisment

ଉତ୍ତର ରେଲୱେ କହିଛି ଯେ, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି। ତଥାପି ବୃଦ୍ଧ, ପାଠ ପଢିନଥିବା ବ୍ୟକ୍ତି ଏବଂ ମହିଳା ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଯଦି କେହି ପ୍ଲାଟଫର୍ମ ଟିକେଟ୍ ମାଗନ୍ତି, ତେବେ ତାଙ୍କୁ ମିଳିବ। ସେମାନଙ୍କୁ କଟକଣାରୁ ବାଦ୍ ଦିଆଯାଇଛି।

ପ୍ରକାଶ ଥାଉକି, ଗତକାଲି ମୁମ୍ବାଇର ବାନ୍ଦ୍ରା ଟର୍ମିନସ୍ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ହୋଇଥିଲା। ପାର୍ବଣ ଋତୁରେ ଲୋକମାନେ ନିଜ ନିଜ ସହରକୁ ଯାଉଥିବାରୁ ଷ୍ଟେସନରେ ଭିଡ଼ ହୋଇଥିଲା। ଫଳରେ ଦଳାଚକଟା ହୋଇ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ।  

Platform Ticket Delhi Railway Stations Indian Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe