Advertisment

ସିଡବ୍ଲ୍ୟୁସି ପାଇଁ ନିର୍ବାଚନ ହେବନି, ସଦସ୍ୟ ବାଛିବେ ମଲ୍ଲିକାର୍ଜୁନ ଖଡଗେ

ଏଥିପାଇଁ କଂଗ୍ରେସର ନୂତନ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

author-image
Tapas Behera
undefined

Congress

ସିଡବ୍ଲ୍ୟୁସି ତଥା କଂଗ୍ରେସ କାର୍ଯ୍ୟକାଣିଣୀ ପାଇଁ ନିର୍ବାଚନ ହେବନି। ସିଡବ୍ଲ୍ୟୁସି ସଦସ୍ୟ ମାନଙ୍କୁ ନୂଆ କଂଗ୍ରେସ ସଭାପତି ମନୋନିତ କରିବେ। ଏଥିପାଇଁ କଂଗ୍ରେସର ନୂତନ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କ୍ଷମତା ପ୍ରଦାନ କରାଯାଇଛି। କଂଗ୍ରେସର ପରିଚାଳନା (ଷ୍ଟିୟରିଂ) କମିଟି ସର୍ବସମ୍ମତିକ୍ରମେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)କୁ ସଦସ୍ୟ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ନେତା ଜୟରାମ ରମେଶ ଶୁକ୍ରବାର ଏହା କହିଛନ୍ତି। ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଷ୍ଟିୟରିଂ କମିଟି ସିଡବ୍ଲ୍ୟୁସି ନିର୍ବାଚନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Advertisment

ସେ କହିଛନ୍ତି ଯେ , କମିଟି ପ୍ରାୟ ଅଢ଼େଇ ଘଣ୍ଟା ଧରି ସିଡବ୍ଲ୍ୟୁସି ଉପରେ ଆଲୋଚନା କରିଥିଲା । ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ସିଡବ୍ଲ୍ୟୁସି ସଦସ୍ୟ ପରଇଁ ମନୋନୀତ କରିବାର ଅଧିକାର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ବୈଠକରେ କମିଟିର ୪୫ରୁ ଅଧିକ ସଦସ୍ୟ କଂଗ୍ରେସ ସମ୍ବିଧାନରେ ବିଭିନ୍ନ ପ୍ରସ୍ତାବିତ ସଂଶୋଧନ ସମେତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।

ସଂରକ୍ଷଣ ଏବଂ ମହିଳା ସଶକ୍ତୀକରଣ ତଥା ୧୬ଟି ଧାରା ଏବଂ ୩୨ଟି ନିୟମରେ ସଂଶୋଧନ ପ୍ରସ୍ତାବ ବୈଠକରେ ଉପସ୍ଥାପିତ ହୋଇଥିଲା। ଶୁକ୍ରବାର ଏହି ବ୍ୟବସ୍ଥାଗୁଡ଼ିକ ଉପରେ ସଂପୃକ୍ତ କମିଟିଗୁଡ଼ିକ ଆଲୋଚନା କରି ଅନୁମୋଦନ କରିବା ପରେ ପୂର୍ଣ୍ଣାଙ୍ଗ ଅଧିବେଶନରେ ଏହା ଉପରେ ଆଲୋଚନା କରାଯିବ। ସୂଚନା ଅନୁଯାୟୀ, ରାୟପୁରରେ ଫେବ୍ରୁଆରି ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଂଗ୍ରେସର ୮୫ତମ ପୂର୍ଣ୍ଣାଙ୍ଗ ଅଧିବେଶନ ଚାଲିଛି।

Advertisment
India