Advertisment

ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

UPSCକୁ ବାରମ୍ବାର ଠକିଥିବା କହିଲେ କୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Puja Khedkar

Puja Khedkar

ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ଜାମିନ ଆବେଦନ ଖାରଜ। ସିଭିଲ ସର୍ଭିସ ପରୀକ୍ଷାରେ ସିଟ୍ ପାଇବା ପାଇଁ ଜାଲିଆତି କରିବା ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ଖେଡକର, ଯାହାକୁ ଆଜି ଖାରଜ କରି ଦେଇଛନ୍ତି ଅଦାଲତ। ଗତକାଲି କେନ୍ଦ୍ର ଜନସେବା ଆୟୋଗ (UPSC) ତାଙ୍କ ଆଇଏଏସ ପ୍ରାର୍ଥିତ୍ୱକୁ ବାତିଲ କରିଥିଲେ। 

Advertisment

ଶୁଣାଣି ସମୟରେ ପୂଜା ଖେଡକର କହିଥିଲେ ଯେ, ଜଣେ ଅଧିକାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପାଇଁ ତାଙ୍କୁ ଟାର୍ଗେଟ କରାଯାଇଛି। ଏଥିପାଇଁ ସେ ଆଗୁଆ ବେଲ୍ ଅର୍ଡର ଚାହୁଁଛନ୍ତି। କିନ୍ତୁ ଅଦାଲତ ତାଙ୍କୁ ଜାମିନ ଅର୍ଡର ନ ଦେବା ସହ ସେ ବାରମ୍ବାର ବ୍ୟବସ୍ଥା (UPSC)କୁ ଠକି ଆସିଛନ୍ତି ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀର ଏକ କୋର୍ଟରେ ଏହି ଶୁଣାଣି କରାଯାଇଛି। 

ପ୍ରକାଶ ଥାଉକି, କ୍ଷମତାର ଅପବ୍ୟବହାର ଅଭିଯୋଗରେ ପୂଜା ଖେଡକରଙ୍କୁ ପ୍ରଥମେ ବଦଳି କରା ଯାଇଥିଲା। ଏହା ପରେ ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିଥିଲା। ସେ ଆଇଏଏସ ହେବା ପାଇଁ ଜାଲ୍ ଓବିସି ଓ ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡ଼ିଥିଲା।

Advertisment

ଯାଞ୍ଚ ପରେ ଗତକାଲି ପୂଜାଙ୍କ ଆଇଏଏସ ପ୍ରାର୍ଥୀତ୍ୱକୁ ବାତିଲ କରି ଦେଇଛି ୟୁପିଏସସି। ଏଥିସହ ତାଙ୍କୁ ଆଗାମୀ ଭବିଷ୍ୟତରେ କମିଶନର ସମସ୍ତ ପ୍ରକାରର ପରୀକ୍ଷା ଓ ଚୟନପ୍ରକ୍ରିୟାରୁ ବ୍ୟାନ କରାଯାଉଛି। ଏହାର ଅର୍ଥ ସେ କମିଶନର କୌଣସି ପ୍ରକାରରର କାର୍ଯ୍ୟକ୍ରମରେ ଭାଗ ନେଇପାରିବେନି କି ସେ ଆଉ ଆଇଏଏସ ମଧ୍ୟ ନୁହଁନ୍ତି।

Ias Officer Puja Khedkar Misuse Of Power