Advertisment

ପ୍ରବାସୀଙ୍କ ମତ ଦାନ ଲାଗି ଆରଭିଏମ ପ୍ରସ୍ତାବ ନାହିଁ: ଆଇନମନ୍ତ୍ରୀ

ସଂସଦରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଏହା କହିଛନ୍ତି।

undefined

election

Advertisment

ମତ ଦାନ ପାଇଁ ରିମୋଟ୍‌ ଇଲେକଟ୍ରୋନିକ୍‌ ଭୋଟିଂ ମେସିନ ବା RVMର ବ୍ୟବହାର ନେଇ କୌଣସି ପ୍ରସ୍ତାବ ନାହିଁ। ସଂସଦରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଏହା କହିଛନ୍ତି। ଘରଠାରୁ ଦୂରରେ ରହୁଥିବା ଅର୍ଥାତ ପ୍ରବାସୀମାନେ ଏହି ଆରଭିଏଏମ ମାଧ୍ୟମରେ ଭୋଟ ଦେବା ନେଇ ଚର୍ଚ୍ଚା ହୋଇଥିଲା। ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ନିର୍ବାଚନ ଆୟୋଗ (ଇସି) ଅନୁଯାୟୀ ଦେଶରେ ହେବାକୁ ଥିବା ନିର୍ବାଚନ ପାଇଁ ଆରଭିଏମ ଲାଗୁ କରାଯିବାକୁ ପ୍ରସ୍ତାବ ନାହିଁ। ଚଳିତ ବର୍ଷ ଅନେକ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ୨୦୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ମନ୍ତ୍ରୀ କହିଛନ୍ତି ଯେ , ନିକଟ ଅତୀତରେ ପ୍ରବାସୀ ଭୋଟରଙ୍କ ବ୍ୟବହାର ପାଇଁ ଆରଭିଏମ୍ ପ୍ରସ୍ତାବ ନାହିଁ ବୋଲି ଇସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

Advertisment

ଗତ ମାସରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରିମୋଟ ଇଲେକଟ୍ରୋନିକ ଭୋଟିଂ ଉପରେ କାର୍ଯ୍ୟ ଚାଲିଛି  ବୋଲି କହିଥିଲେ। ହେଳେ ଏହା ଏକ ସହଜ ବିଷୟ ନୁହେଁ ଏବଂ ଗଣତନ୍ତ୍ରରେ ନିଷ୍ପତ୍ତି ନେବା ପାଇଁ ସମୟ ଲାଗିଥାଏ ବୋଲି ସେ କହିଥିଲେ। ପ୍ରବାସୀ ଭୋଟର ତଥା ଦାଦନ ଶ୍ରମିକଙ୍କୁ ନଜରରରେ ରଖି ରିମୋଟ ଭୋଟିଂ ବ୍ୟବସ୍ଥା ଲାଗି ପ୍ରସ୍ତୁତି ନେଇ ଚର୍ଚ୍ଚା ହୋଇଥିଲା। ଏହି ନୂଆ ପ୍ରକାର ଭୋଟିଂ ମେସିନ ଜରିଆରେ ଏକା ସାଙ୍ଗରେ ଏକାଧିକ ନିର୍ବାଚନମଣ୍ଡଳୀର ଭୋଟିଂ ହୋଇପାରିବ। ଗୋଟିଏ ରିମୋଟ୍‌ ପୋଲିଂ ବୁଥ୍ ଜରିଆରେ ଏହା ସମ୍ଭବ ହୋଇପାରିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଥିଲା। ଏହା ଉପରେ ଆଲୋଚନା କରିବାକୁ ନିର୍ବାଚନ କମିଶନ ସବୁ ରାଜନୈତିକ ଦଳ ଗୁଡ଼ିକର ଏକ ବୈଠକ ଡାକିଥିଲେ। ।

୨୦୧୯ ସାଧାରଣ ନିର୍ବାଚନ ବେଳେ କମ୍ ଭୋଟିଂ ପ୍ରତିଶତକୁ ନେଇ ଚିନ୍ତାପ୍ରକଟ କରିଥିଲେ କମିଶନ। ନିର୍ବାଚନ କମିଶନରଙ୍କ ଅନୁଯାୟୀ, ସୂଚନା ଅନୁସାରେ ୨୦୧୯ ନିର୍ବାଚନରେ ଦେଶରେ ମାତ୍ର ୬୭.୪ ପ୍ରତିଶତ ଲୋକ ଭୋଟ ଦେଇଥିଲେ । ପାଖାପାଖି ୩୦ କୋଟି ଲୋକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିନଥିଲେ । ଏହି ସମସ୍ୟାକୁ ଦୂର କରିବା ପାଉଁ ଆରଭିଏମକୁ ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ହୋଇଥିଲା।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe