Advertisment

ଚାଲାଣ ବାକିଥିଲେ ଡିସେମ୍ବର ୧ରୁ ମିଳିବନି ପଲ୍ୟୁସନ୍ ସାର୍ଟିଫିକେଟ

ସୋମବାର ପରିବହନ ମନ୍ତ୍ରୀ ଆଣ୍ଟୋନି ରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

କେରଳରେ ଯାନବାହାନଗୁଡ଼ିକୁ ମିଳିବନି ପଲ୍ଯୁସନ୍ ଅଣ୍ଡର କଣ୍ଟ୍ରୋଲ୍(PUC) ସାର୍ଟିଫିକେଟ୍। ଯଦି ମାଲିକମାନେ ବାକି ଥିବା ଚାଲାଣ ଦେଇ ନଥିବେ ତେବେ ସେହିସବୁ ଗାଡ଼ିଗୁଡ଼ିକୁ ପ୍ରମାଣପତ୍ର ନଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। 

Advertisment

ସୋମବାର ପରିବହନ ମନ୍ତ୍ରୀ ଆଣ୍ଟୋନି ରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ କୁହାଯାଇଛି ଯେ, ଯଦି ଗାଡ଼ି ମାଲିକମାନେ ଚାଲାଣ ବକେୟା ରଖିଥିବେ ଗାଡ଼ିଗୁଡ଼ିକୁ ପିୟୁସି ସାର୍ଟିଫିକେଟ ମିଳିବ ନାହିଁ। ଚଳିତ ବର୍ଷ ଡିସେମ୍ବର ୧ରୁ ଏହି ନିଷ୍ପତ୍ତି ଲାଗୁ ହେବ।

ବୈଠକରେ ପରିବହନ କ୍ଷେତ୍ରରେ ଅନେକଗୁଡ଼ିଏ ଦିଗ ଉପରେ ମଧ୍ୟ ଆଲୋଚନା କରାଯାଇଛି। ରାଜ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଲାଗିବା ପରଠାରୁ ଦୁର୍ଘଟଣାରେ ମୃତ୍ୟୁ ହାର କମିଥିବା ବୈଠକରେ କୁହାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଜୁନ୍ ୨୦୨୩ରୁ ଅକ୍ଟୋବର ୩୧, ୨୦୨୩ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୧,୨୬୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସମାନ ସମୟ ମଧ୍ୟରେ ୨୦୨୨ରେ ଏହି ସଂଖ୍ୟା ୧,୬୬୯ ଥିଲା।

Advertisment

ସେହିପରି ସେପ୍ଟେମ୍ବରରେ, ଟ୍ରାଫିକ ଦୁର୍ଘଟଣାରେ ୨୭୩ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ଗତ ବର୍ଷ ସମାନ ମାସରେ ୩୬୫ ଥିଲା। ଅକ୍ଟୋବର ୨୦୨୨ରେ ୩୪୦ ଜଣଙ୍କର ଟ୍ରାଫିକ ଦୁର୍ଘଟଣାର ମୃତ୍ୟୁ ଘଟିଥିଲା। କିନ୍ତୁ ଚଳିତ ବର୍ଷ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି, ଯେଉଁଥିରେ କେବଳ ୮୫ ଜଣଙ୍କର ମୃତ୍ୟୁ ଘଟିଛି। 

Road Accident Pollution Certificate Kerna Govt PUC Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe