Advertisment

କେଜ୍ରିଓ୍ୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ସୁପ୍ରିମକୋର୍ଟ କହିଲେ- ଅପେକ୍ଷା କର

ଦିଲ୍ଲୀ ହାଇକୋର୍ଟ ଜାମିନ୍‌ ଉପରେ ରୋକ ‌ଲାଗାଇବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଯାଇଥିଲେ କେଜ୍ରିୱାଲ୍‌।

author-image
Madhupriya Mistry
arvind-kejriwal-sc

arvind-kejriwal-sc

ଜେଲ୍‌ରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ତାଙ୍କୁ ଆଜି ବି ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି। ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ୱାଲଙ୍କ ଅନ୍ତରୀଣ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ଲଗାଇଥିବା ରୋକ୍‌କୁ ହଟାଇବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

Advertisment

ସୁପ୍ରିମକୋର୍ଟ କହିଛନ୍ତି ଯେ ଅପେକ୍ଷ କର ଆଗକୁ କ'ଣ ହେଉଛି ଦେଖ। ଅମେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍। ଯଦି ହାଇକୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ତେବେ ଏଥିରେ ହସ୍ତକ୍ଷେପ କରିବା ଉପଯୁକ୍ତ ନୁହେଁ। ମଙ୍ଗଳବାର ସୁଦ୍ଧା ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି। ତେଣୁ ବୁଧବାର ଏହି ଆବେଦନର ପରବର୍ତ୍ତୀ ଶୁଣାଣି ହେବ।

ସୁପ୍ରିମକୋର୍ଟରେ ଜଷ୍ଟିସ ମନୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ଅବକାଶ ପୀଠ ଦ୍ୱାରା ସୋମବାର ଏହି ମାମଲାର ଶୁଣାଣି ହୋଇଛି। ଏହି ସମୟରେ, ଏଏସଜି ତୁଷାର ମେହେଟ୍ଟା ଇଡି ପକ୍ଷରୁ ଯୁକ୍ତି ବାଢିଥିଲେ। ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ମନୁ ସିଂଘବି ଯୁକ୍ତି କରିଥିଲେ।

Advertisment

କହିରଖୁ ଯେ, ମଦ ଦୁର୍ନୀତି ମାମଲାରେ ଗତ ସପ୍ତାହରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଦିଲ୍ଲୀ ହାଇକୋର୍ଟ ମାମଲାର ଶୁଣାଣି କରି ଜାମିନ୍‌ ଉପରେ ରୋକ ‌ଲାଗାଇବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଯାଇଥିଲେ କେଜ୍ରିୱାଲ୍‌। ଏବେ ସର୍ବୋଚ୍ଚ ନ୍ୟାୟାଳୟ ବି ‘ଅପେକ୍ଷା କର ଓ ଦେଖ’ ବୋଲି କହିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜେଲରୁ ବାହାରିବା ଆଶା ମଉଳି ଯାଇଛି।

Arvind Kejriwal Supreme Court Delhi High Court