Advertisment

ଇଦ୍‌ ଓ ଅକ୍ଷୟ ତୃତୀୟା ପୂର୍ବରୁ ନୂଆ ନିର୍ଦ୍ଦେଶନାମା ଜାରି କଲେ ସରକାର

କୌଣସି ଧାର୍ମିକ କାର୍ଯ୍ୟକ୍ରମ ରାସ୍ତା ଓ ଟ୍ରାଫିକକୁ ବନ୍ଦ କରି ଆୟୋଜନ କରାଯାଇ ପାରିବ ନାହିଁ ବୋଲି ଉତ୍ତର ପ୍ରଦେଶ ସରକାର କହିଛନ୍ତି।

Police

Police

Advertisment

ଆଗକୁ ଆସୁଥିବା ଇଦି ଓ ଅକ୍ଷୟ ତୃତୀୟ ଭଳି ଧାର୍ମିକ ପର୍ବ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ଏହି ଧାର୍ମିକ ପର୍ବ ବହୁଳ ଭାବେ ଆୟୋଜିତ ହେଉଥିବାରୁ ସରକାର ସମସ୍ତଙ୍କୁ ଆଗୁଆ ସତର୍କ କରାଇ ଦେଇଛନ୍ତି। କୌଣସି ଧାର୍ମିକ କାର୍ଯ୍ୟକ୍ରମ ରାସ୍ତା ଓ ଟ୍ରାଫିକକୁ ବନ୍ଦ କରି ଆୟୋଜନ କରାଯାଇ ପାରିବ ନାହିଁ ବୋଲି ଉତ୍ତର ପ୍ରଦେଶ ସରକାର କହିଛନ୍ତି।

Advertisment

ପ୍ରିନ୍ସିପାଲ ସଚିବ (ଗୃହ) ସଞ୍ଜୟ ପ୍ରସାଦ, ଡିଜିପି ଆରକେ ବିଶ୍ୱକର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ରାଜ୍ୟର ବିଭିନ୍ନ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ସୀମକ୍ଷା ବୈଠକ କରିଥିଲେ। ବୈଠକରେ ଆବଶ୍ୟକ ଗାଇଡଲାଇନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାପରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଡିଜିପି ବିଶ୍ୱକର୍ମା କହିଛନ୍ତି ଯେ ଧାର୍ମିକ ପୀଠ ଗୁଡ଼ିକର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅତିରକ୍ତ ଫୋର୍ସ ମୁତୟନ ହେବେ। ସଚିବ ସଞ୍ଜୟ ପ୍ରସାଦ ଫିଲ୍ଡରେ କାମ କରୁଥିବା ବିଭାଗୀୟ ଅଧିକାରୀମାନଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଓ ପ୍ରାର୍ଥନା ଧାର୍ଯ୍ୟ ସ୍ଥାନଗୁଡ଼କରେ ଯେମିତି ହେବ, ତା’କୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କୌଣସି ବି ପରିସ୍ଥିତିରେ ଧାର୍ମିକ କାର୍ଯ୍ୟକ୍ରମ ସର୍ବସାଧାରଣ ରାସ୍ତା କିମ୍ବା ଟ୍ରାଫିକୁ ଅବରୋଧ କରି ଆୟୋଜନ କରାଯାଇ ପାରିବ ନାହିଁ। ପୂର୍ବରୁ ଯୋଗାଯୋଗ ଦ୍ୱାରା ଏସବୁକୁ ନିଶ୍ଚିତ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପ୍ରସାଦ ସମସ୍ତ ଅଧିକାରୀ ମାନଙ୍କୁ କହିଛନ୍ତି।

କୌଣସି ପ୍ରକାରର ଧାର୍ମିକ କିମ୍ବା ସାଧାରଣ ଶୋଭାଯାତ୍ରା ବିନା ଅନୁମତିରେ କରାଯାଇ ପାରିବ ନାହିଁ। ପାରମ୍ପରିକ ଧାର୍ମିକ ଶୋଭାଯାତ୍ରାକୁ ଅନୁମତି ଦିଆଯିବ। କୌଣସି ପ୍ରକାରର ଅନାବଶ୍ୟକ ଓ ନୂଆ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ ବୋଲି ସରକାର ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। 

ପ୍ରିନ୍ସିପାଲ ସଚିବ ସମସ୍ତ ଅଧିକାରୀମାନଙ୍କୁ ସୋଶାଲ ମିଡିଆ ଉପରେ ନଜର ରଖିବାକୁ ମଧ୍ୟ କହିଛନ୍ତି। ଫେକ ନ୍ୟୁଜ ଓ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଣେ ବରିଷ୍ଠ ଅଧିକାରୀ ଗୁଜବ/ଫେକ ନ୍ୟୁଜକୁ ଖଣ୍ଡନ କରିବା ଦାୟିତ୍ୱରେ ରହିବେ ବୋଲି ସେ କହିଛନ୍ତି।

ପ୍ରସାଦ କହିଛନ୍ତି, “ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଆମର ଦାୟିତ୍ୱ। ରମଜାନ ମାସ ଚାଲିଛି। ଏପ୍ରିଲ ୨୨ରେ ଇଦ୍, ଅକ୍ଷୟ ତୃତୀୟା ଓ ପର୍ଶୁରାମ ଜୟନ୍ତୀ ଏକାସଙ୍ଗରେ ପାଳନ କରାଯିବ। ବର୍ତ୍ତମାନର ସ୍ଥିତିକୁ ଦେଖି ପୁଲିସ୍‌କୁ ଅଧିକ ସତର୍କ ରହିବାକୁ ପଡ଼ିବ। ଯେଉଁମାନେ ବିବଦୀୟ ବୟାନ ଦେଉଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

Uttar Pradesh Eid Eid Al-Fitr Akshaya Tritiya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe