Advertisment

ହସ୍ପିଟାଲ ପରେ ଏବେ ହୋଟେଲ୍‌, ବାଂଲାଦେଶୀଙ୍କ ଏଣ୍ଟ୍ରି ଉପରେ ଲାଗିଲା ବ୍ୟାନ୍‌

ଏଣିକି ଆଉ ବାଂଲାଦେଶୀଙ୍କୁ ହୋଟେଲ୍‌ରେ ମିଳିବନି ରୁମ୍‌। ଏଥିସହ ରେଷ୍ଟୁରାଣ୍ଟରେ ବି ସେମାନଙ୍କୁ ଆଉ ପରସା ଯିବନି ଖାଦ୍ୟ।

author-image
Madhupriya Mistry
ଅଦ୍ୟତନ ହୋଇଛି
Ban for Bangladeshi

Ban for Bangladeshi

ପ୍ରଥମେ ହସ୍ପିଟାଲ ଆଉ ଏବେ ହୋଟେଲ। ବାଂଲାଦେଶୀଙ୍କୁ ପାଇଁ ଲାଗିଲା ନୋ-ଏଣ୍ଟ୍ରି ବୋର୍ଡ। ବାଂଲାଦେଶ ନାଗରିକଙ୍କ ଉପରେ ବ୍ୟାନ୍‌ ଲଗାଇଲେ ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ। ଏଣିକି ଆଉ ବାଂଲାଦେଶୀଙ୍କୁ ହୋଟେଲ୍‌ରେ ମିଳିବନି ରୁମ୍‌। ରେଷ୍ଟୁରାଣ୍ଟରେ ସେମାନଙ୍କୁ ଆଉ ପରସା ଯିବନି ଖାଦ୍ୟ। ବାଂଲାଦେଶରେ ହିନ୍ଦୁ ନେତା ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ଏବଂ ସେଠାରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେତୁ ଅଗରତାଲାରେ ହୋଇଥିବା ବିରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ ଘୋଷଣା କରିଛି ଯେ ବର୍ତ୍ତମାନଠାରୁ ବାଂଲାଦେଶୀ ନାଗରିକଙ୍କୁ ରାଜ୍ୟର କୌଣସି ବି ହୋଟେଲରେ ରହିବାକୁ ଦିଆଯିବ ନାହିଁ। ବାଂଲାଦେଶୀ ନାଗରିକଙ୍କୁ ବ୍ୟାନ୍‌ କରାଯାଇଥିବା ନେଇ ହୋଟେଲଗୁଡ଼ିକୁ ସେମାନଙ୍କ ଡେସ୍କରେ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସୁରକ୍ଷା ଯାଞ୍ଚକୁ ଅଧିକ କଠୋର କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ହୋଟେଲ ମାଲିକ ସଂଘର ସଚିବ ଭାସ୍କର ଚକ୍ରବର୍ତ୍ତୀ କହିଛନ୍ତି ଯେ ଏହି ନିଷ୍ପତ୍ତିରେ ସମସ୍ତ ହୋଟେଲ ମାଲିକ ଏକଜୁଟ ହୋଇଛନ୍ତି। ବାଂଲାଦେଶୀ ନାଗରିକଙ୍କୁ ରୁମ୍‌ ଓ ରେଷ୍ଟୁରାଣ୍ଟରେ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିବା ନିଷ୍ପତ୍ତି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

Advertisment

ନିକଟରେ ପଡୋଶୀ ଦେଶରେ ଭାରତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। ଏହାକୁ ବିରୋଧ କରି ତ୍ରିପୁରାର ଡାକ୍ତରଖାନାଗୁଡିକ ବାଂଲାଦେଶୀ ନାଗରିକଙ୍କ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ବାଂଲଦେଶରୁ ଆସିଥିବା ରୋଗୀଙ୍କୁ ଉପରେ ବ୍ୟାନ୍ ଲଗାଇଥିଲେ। ବର୍ତ୍ତମାନ ରାଜ୍ୟର ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ (ATROA) ମଧ୍ୟ ଏହି ବୟକଟ୍‌ ଆନ୍ଦୋଳନରେ ଯୋଗ ଦେଇଛି। ବାଂଲାଦେଶୀ ଅତିଥିମାନଙ୍କୁ ରୁମ୍‌ ଏବଂ ଖାଦ୍ୟ ଯୋଗାଇବାକୁ ମନା କରିଦେଇଛି।

କୁହାଯାଉଛି ଯେ ନିକଟରେ ଅଗରତାଲାରେ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଆକ୍ରମଣ ପରେ ବାଂଲାଦେଶର ଆସିଷ୍ଟାଣ୍ଟ ହାଇ କମିଶନରେ ଭଙ୍ଗାରୁଜା ଘଟଣା ମଧ୍ୟ ଘଟିଥିଲା। ଯାହା ପରେ ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଦୃଢ ନିନ୍ଦା କରିଥିଲା।

Tripura Ban Bangladeshis Hotel And Resturant