Advertisment

Man Kills Self: ୨ ବର୍ଷ ହେଲା ମିଳୁ ନଥିଲା ଦରମା, ସରକାରୀ ଅଫିସରେ ଝୁଲି ପଡ଼ିଲେ

ସେ ୱାଟରମ୍ୟାନ ଭାବେ କାମ କରୁଥିଲେ। ତାଙ୍କ ମାସିକ ଦରମା ୫ ହଜାର ଟଙ୍କା ଥିଲା। ତଥାପି ଏହାକୁ ଅଧିକାରୀମାନେ ତାଙ୍କୁ ଠିକ ଭାବେ ଦେଉ ନଥିଲେ। ଏଥିଯୋଗୁ ପରିବାର ଚଳାଇବା ତାଙ୍କ ପାଇଁ କାଠିକର ପାଠ ହୋଇ ଯାଇଥିଲେ।

Man

ଜୀବନ ହାରିଥିବା ବ୍ୟକ୍ତି

Advertisment

ଦୀର୍ଘ ୨୭ ମାସ ହେଲା କାମ କରୁଥିଲେ ହେଁ ମଳୁ ନଥିଲା ଦରମା। ନିଜର ଦରମା ମାଗିଲେ ସ୍ଥାନୀୟ ଅଧିକାରୀମାନେ ମାନସିକ ନିର୍ଯାତନା ଦେଉଥିଲେ। ସମୟକ୍ରମେ ଏହା ଅସହ୍ୟ ହେବାରୁ କର୍ଣ୍ଣାଟକା(Karnataka)ର ଚାମରଜାନଗର ଜିଲ୍ଲା ସ୍ଥିତ ପଞ୍ଚାୟତ ଅଫିସରେ ଜୀବନ ହାରିଛନ୍ତି ଜଣେ ବ୍ୟକ୍ତି।

Advertisment

ସେ ୱାଟରମ୍ୟାନ ଭାବେ କାମ କରୁଥିଲେ। ତାଙ୍କ ମାସିକ ଦରମା ୫ ହଜାର ଟଙ୍କା ଥିଲା। ତଥାପି ଏହାକୁ ଅଧିକାରୀମାନେ ତାଙ୍କୁ ଠିକ ଭାବେ ଦେଉ ନଥିଲେ। ଏଥିଯୋଗୁ ପରିବାର ଚଳାଇବା ତାଙ୍କ ପାଇଁ କାଠିକର ପାଠ ହୋଇ ଯାଇଥିଲେ। 

ଜୀବନ ହାରିଥିବା ବ୍ୟକ୍ତି ଜଣଙ୍କ ହେଲେ ଚିକୋସା ନାୟାକା। ସେ ୨୦୧୬ରୁ ହୋଙ୍ଗାନୁରୁ ଗ୍ରାମ ପଞ୍ଚାୟତରେ କାମ କରୁଥିଲେ। ସେ ଆତ୍ମହତ୍ୟା କରିବା ପୂର୍ବରୁ ଗୋଟିଏ ସୁଇସାଇଟ ନୋଟ ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ବକେୟା ଦରମା ପାଇଁ ବାରମ୍ବାର ଅନୁରୋଧ ଓ ଅସୁସ୍ଥତା କାରଣରୁ ଇସ୍ତଫାପତ୍ର ପଠାଇବା ସତ୍ତ୍ୱେ ସ୍ଥାନୀୟ ଅଧିକାରୀମାନେ ଏହା ଉପରେ କୌଣସି ପଦକ୍ଷେପ ନେଉ ନଥିଲେ। ଏଥିପାଇଁ ସେ ଗ୍ରାମ ପଞ୍ଚାୟତ ଅଫିସର କବାଟରେ ବେକରେ ଦଉଡ଼ି ବାନ୍ଧି ଝୁଲି ପଡ଼ିଛନ୍ତି। ଶୁକ୍ରବାର ଗାଁ ଲୋକ ଓ ଅଧିକାରୀମାନେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ। 

Advertisment

ସେ ଲେଖିଛନ୍ତି, “୨୦୧୬ରୁ ମୁଁ ୱାଟରମ୍ୟାନ ଭାବେ କାମ କରି ଆସୁଛି। ମୋର ୨୭ ମାସର ଦରମା ବାକି ରହିଥିବାରୁ ଏହାର ହିସାବ କରିବାକୁ ମୁଁ ପଞ୍ଚାୟତ ବିକାଶ ଅଫିସର(ପିଡିଓ) ଓ ଗ୍ରାମ ପଞ୍ଚାୟତ ସଭାପତିଙ୍କୁ କହିଥିଲି। କିନ୍ତୁ ସେମାନେ ମୋତେ ଅଣଦେଖା କରିଥିଲେ। ଏନେଇ ମୁଁ ଜିଲ୍ଲା ପଞ୍ଚାୟତ ସିଇଓଙ୍କୁ ଦାଖା କରିଥିଲି। କିନ୍ତୁ କିଛି ବି ଲାଭ ମିଳି ନଥିଲା।

ମୋ ଅନୁରୋଧ ଉପରେ ପଦକ୍ଷେପ ନେବା ବଦଳରେ ପିଡିଓ ରାମେ ଗୌଡା ଓ ଗ୍ରାମ ପଞ୍ଚାୟତ ସଭାପତିଙ୍କ ସ୍ୱାମୀ ମୋହନ କୁମାର ମୋତେ ନିୟମିତ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ମୁଁ ଛୁଟି ନେବାକୁ ଚାହିଁଲେ, ସେମାନେ ମୋ ବଦଳରେ କାମ କରିବା ବ୍ୟକ୍ତିଙ୍କୁ ବୁଝିବାକୁ କହୁଥିଲେ।

ସେମାନେ ମୋତେ ଅଫିସରେ ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏ ରହିବାକୁ ବାଧ୍ୟ କରୁଥିଲେ। ମୁଁ ପିଡିଓ ଓ ମୋହନ କୁମାରଙ୍କ ନିର୍ଯାତନା ସହି ନ ପାରି ଜୀବନ ଶେଷ କରିଦେବାକୁ ନିଷ୍ପତ୍ତି ନେଇଛି। ସେମାନଙ୍କ ଭିତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।” 

ଏହି ଘଟଣା ପରେ ପୁଲିସ୍‌ ପୁଲିସ୍‌ ପକ୍ଷରୁ ପିଡିଓ, ଗ୍ରାମ ପଞ୍ଚାୟତ ସଭାପତି ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏସ୍‌ସି/ଏସ୍‌ଟି ନିରୋଧ ଆଇନ ବଳରେ ମାମଲା କରିଛି। 
ଚିକୋସା ନାୟାକାଙ୍କ ଆତ୍ମହତ୍ୟା(Suicide) ପରେ ଜିଲ୍ଲା ପଞ୍ଚାୟତ ସିଇଓ ତୁରନ୍ତ ପିଡିଓ ରାମେ ଗୌଡାଙ୍କୁ ନିଲମ୍ବନ କରିଛନ୍ତି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। 

Karnataka Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe