Advertisment

ଆଇନ କମିଶନ ସୂତ୍ରରୁ ମିଳିଲା ବଡ଼ ଖବର: ୨୦୨୪ରେ ହେବନି ଏକକ ନିର୍ବାଚନ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୱାନ ନେଶନ, ୱାନ ଇଲେକସନ ବ୍ୟବସ୍ଥା ଲାଗୁ କରିବା ଆଦୌ ସମ୍ଭବ ନୁହେଁ କିମ୍ବା ଉଚିତ ହେବ ନାହିଁ ବୋଲି ଆଇନ କମିଶନ ହୃଦୟଙ୍ଗମ କରିଛନ୍ତି।

author-image
Hemant Lenka
Election

Election

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କିମ୍ବା ସାଧାରଣ ନିର୍ବାଚନ ବେଳେ ଦେଶରେ ଏକକ ନିର୍ବାଚନ ହେବ ନାହିଁ ବୋଲି ଆଇନ କମିଶନ ସୂତ୍ରରୁ ଖବର ମିଳିଛି।

Advertisment

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୱାନ ନେଶନ, ୱାନ ଇଲେକସନ ବ୍ୟବସ୍ଥା ଲାଗୁ କରିବା ଆଦୌ ସମ୍ଭବ ନୁହେଁ କିମ୍ବା ଉଚିତ ହେବ ନାହିଁ ବୋଲି ଆଇନ କମିଶନ ହୃଦୟଙ୍ଗମ କରିଛନ୍ତି। ତେଣୁ ୨୦୨୪ ସାଧାରଣ ନିର୍ବାଚନ ସହ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ନାହିଁ ବୋଲି ଏହି ସୂତ୍ରରେ କୁହାଯାଇଛି।

କମିଶନଙ୍କ ରିପୋର୍ଟ ୨୦୨୪ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିବ। ଆଇନ କମିଶନ ଅଧ୍ୟକ୍ଷ ଜଷ୍ଟିସ ଋତୁରାଜ ଅବସ୍ତୀ ବୁଧବାର କହିଥିଲେ ଯେ ଏକକ ନିର୍ବାଚନ ସଂକ୍ରାନ୍ତ ରିପୋର୍ଟ ପ୍ରସ୍ତୁତ ପାଇଁ ଆଉ କିଛି ସମୟ ଲାଗିବ। ଏକକ ନିର୍ବାଚନ ପାଇଁ ଏବେ ବି କିଛି କାମ ସବୁ ଚାଲିଥିବା ସେ କହିଥିଲେ।

Advertisment

ଆଇନ କମିଶନ ପ୍ରସ୍ତୁତ କରିବାକୁ ଥିବା ରିପୋର୍ଟରେ ଏକକ ନିର୍ବାଚନ ପାଇଁ ସମ୍ବିଧାନରେ ଆବଶ୍ୟକ ସଂଶୋଧନ ପାଇଁ ପ୍ରସ୍ତାବ ଦେବ। ସେହିପରି ରିପୋର୍ଟ ପ୍ରସ୍ତୁତ ବେଳେ ଲୋକସଭା ଓ ବିଧାନସଭା ନିର୍ବାଚନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

୨୦୨୨ ଡିସେମ୍ବର ମାସରେ କମିଶନ ପକ୍ଷରୁ ଏକକ ନିର୍ବାଚନ ପାଇଁ ୬ଟି ପ୍ରଶ୍ନ ପଚରା ଯାଇଥିଲା। ବିଭିନ୍ନ ଅଂଶିଦାର, ଜାତୀୟ ରାଜନୀତିକ ଦଳ, ନିର୍ବାଚନ କମିଶନ, ବ୍ୟୁରୋକ୍ରାଟ୍ସ, ଏକାଡେମିସିଆନ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହା ଉପରେ ମତାମତ ମଗା ଯାଇଥିଲା। ଏବେ ଆଇନ କମିଶନ ୨୦୨୪ ନିର୍ବାଚନ ପୂର୍ବରୁ ତା’ର ରିପୋର୍ଟ ସାର୍ବଜନୀନ କରିବ। ଏହାପରେ ଏହାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟରେ ଦାଖଲ କରାଯିବ।

୨୦୧୮ରେ ୨୧ତମ ଆଇନ କମିଶନ ଗୋଟିଏ ଡ୍ରାଫ୍ଟ ରିପୋର୍ଟ ଆଇନ ମନ୍ତ୍ରଣାଳୟ ନିକଟରେ ଦାଖ କରିଥିଲେ। ଏଥିରେ କମିଶନ କହିଥିଲା ଯେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକାଠି କରିବା ଦ୍ୱାରା ଅଧିକ ଅର୍ଥ ସଞ୍ଚୟ ହୋଇ ପାରିବ।

ସେହିପରି ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କ ଉପରେ ଅତିରିକ୍ତ ଚାପ ରହିବ ନାହିଁ। ଏଥିସହ ସମ୍ବିଧାନର ବିଭିନ୍ନ ଧାରା ସହ ଲୋକ ପ୍ରତିନିଧି ଆଇନ ୧୯୫୧ରେ ପରିବର୍ତ୍ତନ କରିବାକୁ ମଧ୍ୟ କମିଶନ କହିଥିଲେ।

One Nation One Election