ଆଉ ବାଜିବନି ସାଇରନ୍ । ଭିଆଇପି ହୁଅନ୍ତୁ ବା ଭିଭିଆଇପି । କାରକେଡ ଗଲାବେଳେ ଏଣିକି ସାଇରନ୍ ବଦଳରେ ବାଜିବ ବଂଶୀ । ପ୍ରଥମେ ଏହି ସମସ୍ତ ଭିଆଇପି ଗାଡିରୁ ନାଲିବତୀ ହଟିଲା । ଏବେ ସାଇରନ୍ ହଟିବ । ଭିଆଇପି ବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଗାଡ଼ିରେ ଲାଗିଥିବା ସାଇରନକୁ ବନ୍ଦ କରିବା ଉପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡକାରୀ ବିଚାର କରୁଛନ୍ତି ।