Advertisment

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦରେ ସର୍ଭେ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଜାନୁଆରୀ 23ରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରହିବ ସର୍ଭେ।

author-image
Debibandita Barick
ଅଦ୍ୟତନ ହୋଇଛି
mathura

mathura

ଉତ୍ତର ପ୍ରଦେଶ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଉପରେ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶାଣାଣି କରିଛନ୍ତି। ସାହି ଇଦଗାହ ମସଜିଦରେ ସର୍ବେକ୍ଷଣ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ଜାନୁଆରୀ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସର୍ଭେ ସ୍ଥଗିତ ରହିଛି।

Advertisment

ମଥୁରାରରେ ଥିବା କୃଷ୍ଣ ଜନ୍ମଭୂମି ଏବଂ ସାହି ଇଦଗାହ ମସଜିଦକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଭଗବାନ କୃଷ୍ଣଙ୍କ ଜନ୍ମ ସ୍ଥାନରେ ମସଜିଦ ନିର୍ମାଣ ହୋଇଥିବା ଦାବି କରି ଆସୁଛନ୍ତି ହିନ୍ଦୁ ପକ୍ଷ। କିନ୍ତୁ ମୁସଲିମ ପକ୍ଷ ଏହାକୁ ବିରୋଧ କରୁଥିବାରୁ ମାମଲା କୋର୍ଟରେ ପହଞ୍ଚିଛି।

ଡିସେମ୍ବରରେ ଆହ୍ଲାବାଦ ହାଇକୋର୍ଟ ଏ ଉପରେ ଏକ ଶୁଣାଣି କରି ମସଜିଦରେ ସର୍ଭେ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମସଜିଦ ସର୍ବେକ୍ଷଣ ପାଇଁ ହାଇକୋର୍ଟ ଆଡଭୋକେଟ କମିଶନର ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

Advertisment

କିନ୍ତୁ ମୁସଲିମ ପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ଆଡଭୋକେଟ କମିଶନର ନିଯୁକ୍ତି ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ସର୍ବୋଚ୍ଚ ଅଦାଲତ କୋର୍ଟଙ୍କ ରାୟକୁ ଅସ୍ପଷ୍ଟ ଦର୍ଶାଇବା ସହ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୩କୁ ଧାର୍ଯ୍ୟ କରିଛନ୍ତି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାରେ ଆଇନଗତ ପ୍ରକ୍ରିୟା ଜାରି ରଖିବାକୁ ଆହ୍ଲାବାଦ ହାଇକୋର୍ଟ ସମ୍ପୂର୍ଣ୍ଣ ରୂପେ ମୁକ୍ତ। ଏହାର ଅର୍ଥ ହାଇକୋର୍ଟ ଆଡଭୋକେଟ କମିଶନର ନିଯୁକ୍ତି କରାଇ ପାରିବେନି ସତ, କିନ୍ତୁ ଏହି ମାମଲାର ସମସ୍ତ ନ୍ୟାୟିକ ପ୍ରକ୍ରିୟା ଜାରି ରଖିପାରିବେ। 

Supreme Court Mathura Krishna Janmabhoomi Shahi Idgah Mosque