ନିର୍ବାଚନ ବର୍ଷରେ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ୱସ୍ତି, ୭ ଲକ୍ଷ ଯାଏ ଦେବାକୁ ପଡ଼ିବନି ଟିକସ

ଗତ ୨ ବର୍ଷ ହେଲା ମଧ୍ୟବିତ୍ତ ବର୍ଗଙ୍କୁ ଟିକସ୍‌ ସ୍ଲାବରେ ନିରାଶ କରିଥିବା ମୋଦି ସରକାର ନିର୍ବାଚନ ବର୍ଷରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି।

Budget PhotoInternet

Tax

Hemant Lenka
  • Published: Wednesday, 01 February 2023
  • Updated: 01 February 2023, 01:01 PM IST

Sports

Latest News

ଗତ ୨ ବର୍ଷ ହେଲା ମଧ୍ୟବିତ୍ତ ବର୍ଗଙ୍କୁ ଟିକସ୍‌ ସ୍ଲାବରେ ନିରାଶ କରିଥିବା ମୋଦି ସରକାର ନିର୍ବାଚନ ବର୍ଷରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି। ୨୦୨୩-୨୪ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ଟିକସ ସ୍ଲାବରେ ବଡ଼ ସଂସ୍କାର ଆଣିଛନ୍ତି। ବଜେଟରେ ଆୟକର ସ୍ଲାବ ସୀମା ବୃଦ୍ଧି କରାଯାଇଛି।

ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ବାର୍ଷିକ ୭ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ କୌଣସି ପ୍ରକାରର ଟିକସ ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଟିକସ ସ୍ଲାବ ସୀମା ୫ ଲକ୍ଷ ଟଙ୍କା ଥିଲା। ହେଲେ ଚଳିତ ବର୍ଷ ଏହାକୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି।

Also Read

ଏଥିସହ କେନ୍ଦ୍ର ସରକାର ବଜେଟରେ ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କରିଛନ୍ତି। ସରକାର ଘୋଷଣା ଅନୁଯାୟୀ, ୭ ଲକ୍ଷ ଟଙ୍କା ଯାଏ ବ୍ୟକ୍ତିଗତ ଆୟରେ କୌଣସି ପ୍ରକାରର ଟିକସ ଲାଗିବ ନାହିଁ। ତେବେ ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ୫% ଯାଏ ଟିକସ ଲାଗୁ ହୋଇପାରେ। ଯଦି ସେମାନେ ରିହାତି ସ୍କିମ ଯଥା ଗୃହ ଋଣ, ଏଲଆଇସି କିମ୍ବା ଆୟକର ରିଟର୍ଣ୍ଣର ୧୮୮ ସିସି ନିୟମ ଅଧୀନରେ ନଥିବେ, ତା’ହେଲେ ସେମାନଙ୍କୁ ୫% ଟିକସ ଦେବାକୁ ପଡ଼ିବ। ବାକି ଅନ୍ୟମାନଙ୍କୁ ୭ ଲକ୍ଷ ଟଙ୍କା ଯାଏ କୌଣସି ପ୍ରକାରର ଟିକସ ଦେବାକୁ ପଡ଼ିବ ନାହିଁ।

ଟିକସ ସ୍ଲାବ

୩ ଲକ୍ଷ ପଯର୍ୟନ୍ତ ବାର୍ଷିକ ଆୟ ପାଇଁ ଟିକସ ଶୂନ

୩ରୁ ୬ ଲକ୍ଷ ଆୟ ପାଇଁ ଟିକସ ୫%

୬ରୁ ୯ ଲକ୍ଷ ଆୟ ପାଇଁ ଟିକସର ପରିମାଣ ୧୦%

୧୨ରୁ ୧୫ ଲକ୍ଷ ଆୟ ପାଇଁ ଟିକସ ୨୦%

୧୫ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦%

ଏହାବାଦ ସରକାର ଲାଗୁ କରୁଥିବା ୩୭% ସର୍ବାଧିକ ସରଚାଜକୁ ନୂଆ ଟିକସ ନିୟମ ଅଧୀନରେ ୨୫%କୁ ହ୍ରାସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos