Budget
ଗତ ୨ ବର୍ଷ ହେଲା ମଧ୍ୟବିତ୍ତ ବର୍ଗଙ୍କୁ ଟିକସ୍ ସ୍ଲାବରେ ନିରାଶ କରିଥିବା ମୋଦି ସରକାର ନିର୍ବାଚନ ବର୍ଷରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି। ୨୦୨୩-୨୪ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ଟିକସ ସ୍ଲାବରେ ବଡ଼ ସଂସ୍କାର ଆଣିଛନ୍ତି। ବଜେଟରେ ଆୟକର ସ୍ଲାବ ସୀମା ବୃଦ୍ଧି କରାଯାଇଛି।
ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ବାର୍ଷିକ ୭ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ କୌଣସି ପ୍ରକାରର ଟିକସ ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଟିକସ ସ୍ଲାବ ସୀମା ୫ ଲକ୍ଷ ଟଙ୍କା ଥିଲା। ହେଲେ ଚଳିତ ବର୍ଷ ଏହାକୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି।
ଏଥିସହ କେନ୍ଦ୍ର ସରକାର ବଜେଟରେ ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କରିଛନ୍ତି। ସରକାର ଘୋଷଣା ଅନୁଯାୟୀ, ୭ ଲକ୍ଷ ଟଙ୍କା ଯାଏ ବ୍ୟକ୍ତିଗତ ଆୟରେ କୌଣସି ପ୍ରକାରର ଟିକସ ଲାଗିବ ନାହିଁ। ତେବେ ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ୫% ଯାଏ ଟିକସ ଲାଗୁ ହୋଇପାରେ। ଯଦି ସେମାନେ ରିହାତି ସ୍କିମ ଯଥା ଗୃହ ଋଣ, ଏଲଆଇସି କିମ୍ବା ଆୟକର ରିଟର୍ଣ୍ଣର ୧୮୮ ସିସି ନିୟମ ଅଧୀନରେ ନଥିବେ, ତା’ହେଲେ ସେମାନଙ୍କୁ ୫% ଟିକସ ଦେବାକୁ ପଡ଼ିବ। ବାକି ଅନ୍ୟମାନଙ୍କୁ ୭ ଲକ୍ଷ ଟଙ୍କା ଯାଏ କୌଣସି ପ୍ରକାରର ଟିକସ ଦେବାକୁ ପଡ଼ିବ ନାହିଁ।
ଟିକସ ସ୍ଲାବ
୩ ଲକ୍ଷ ପଯର୍ୟନ୍ତ ବାର୍ଷିକ ଆୟ ପାଇଁ ଟିକସ ଶୂନ
୩ରୁ ୬ ଲକ୍ଷ ଆୟ ପାଇଁ ଟିକସ ୫%
୬ରୁ ୯ ଲକ୍ଷ ଆୟ ପାଇଁ ଟିକସର ପରିମାଣ ୧୦%
୧୨ରୁ ୧୫ ଲକ୍ଷ ଆୟ ପାଇଁ ଟିକସ ୨୦%
୧୫ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦%
ଏହାବାଦ ସରକାର ଲାଗୁ କରୁଥିବା ୩୭% ସର୍ବାଧିକ ସରଚାଜକୁ ନୂଆ ଟିକସ ନିୟମ ଅଧୀନରେ ୨୫%କୁ ହ୍ରାସ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Budget__1675236645.jpg)