Advertisment

କେଜ୍ରିୱାଲ ପୁଣି ନିରାଶ

ଇଡି ଅଫିସରେ କେଜ୍ରିୱାଲଙ୍କୁ ଭେଟିଲେ ତାଙ୍କ ପତ୍ନୀ।

author-image
Jitendra Garnayak
 Arvind Kejriwal

Arvind Kejriwal

ପୁଣି ନିରାଶ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତାଙ୍କ ଗିରଫଦାରୀ ଓ ରିମାଣ୍ଡ ନିର୍ଦ୍ଦେଶ ବେଆଇନ ଦର୍ଶାଇ ଜରୁରୀ ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆଜି ଆବେଦନ କରିଥିଲେ କେଜ୍ରିୱାଲ। ହେଲେ ହାଇକୋର୍ଟ ତାଙ୍କ ଆବେଦନ ଉପରେ ଜରୁରୀ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଆସନ୍ତା ବୁଧବାର ତାଙ୍କ ଆବେଦନ ଉପରେ ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଥିବା ଜଣାପଡ଼ିଛି।

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ଗୁରୁବାର ସନ୍ଧ୍ୟାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଶୁକ୍ରବାର ଇଡି ତାଙ୍କୁ ଦିଲ୍ଲୀର ଏକ କୋର୍ଟରେ ହାଜର କରି ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିଲା। କୋର୍ଟ ଇଡିଙ୍କୁ ୭ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ। ତାଙ୍କର ଗିରଫଦାରୀ ଓ ଇଡିକୁ ତଳକୋର୍ଟଙ୍କ ରିମାଣ୍ଡ ଅନୁମତି ସଂପୂର୍ଣ୍ଣ ବେଆଇନ କହି ଦିଲ୍ଲୀ ହାକୋର୍ଟରେ ଆବେଦନ କରିଛନ୍ତି କେଜ୍ରିୱାଲ। ମାର୍ଚ୍ଚ ୨୪ (ରବିବାର) ସୁଦ୍ଧା ତାଙ୍କ ଆବେଦନ ଉପରେ ଜରୁରୀ ଶୁଣାଣି କରିବାକୁ ସେ କୋର୍ଟକୁ ନିବେଦନ କରିଥିଲେ।

ଗତ ଗୁରୁବାର ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେବା ପରେ ଇଡି ତାଙ୍କୁ ଗିରଫ କରିଥିଲା।

Advertisment

କେଜ୍ରିୱାଲଙ୍କୁ ଭେଟିଲେ ତାଙ୍କ ପତ୍ନୀ

ଇଡି ହେପାଜତରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସନ୍ଧ୍ୟାରେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଭେଟିଥିଲେ। ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ଗିରଫଦାରୀ ପଛରେ ବିଜେପିର ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରି ଆପ୍ ଆସନ୍ତାକାଲି ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ କରିବାକୁ ଘୋଷଣା କରିଛି।

Arvind Kejriwal AAP