ଏଣିକି ରୁଷ ଯିବାକୁ ଲାଗିବନି ଭିସା । ଖୁବଶୀଘ୍ର ବିନା ଭିସାରେ ଯାଇ ହେବ ରୁଷିଆ। ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ଭିସା-ଫ୍ରି ଟ୍ରାଭେଲ୍ ବା ବିନା ଭିସାରେ ଯାତ୍ରା ସୁବିଧା ମିଳିପାରେ। ଏନେଇ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଅଗଷ୍ଟ ୨୦୨୩ ଠାରୁ ଭାରତୀୟ ମାନେ ଇ-ଭିସା ଜରିଆରେ ରୁଷ ଯାଇପାରୁଛନ୍ତି, ଯାହାକି ଆବେଦନର ମାତ୍ର ୪ ଦିନ ମଧ୍ୟରେ ମିଳିପାରୁଛି। ତେବେ ଆଗକୁ ଭିସା-ଫ୍ରି ଘୋଷଣା ହେଲେ ଏହାର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଏଭଳି ହେଲେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ ସଂପର୍କ ସୁଦୃଢ଼ ହେବ ବୋଲି ଆଶା ରଖାଯାଇଛି ।
Also Read
ଏବେ ଭାରତୀୟ ପାସପୋର୍ଟ ଥିଲେ ବିଶ୍ୱର ୬୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିହେଉଛି। ସେପଟେ ଏବେ ରୁଷକୁ ଚୀନ୍ ଓ ଇରାନ ନାଗରିକ ମାନେ ବିନା ଭିସାରେ ଯାଇପାରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ୱାକଫ ସଂଶୋଧନ ବିଲକୁ ନେଇ ବିବାଦ କାହିଁକି?
ଗୋଟିଏ ଶବ୍ଦରେ କହିବାକୁ ଗଲେ ୱାକଫ ହେଉଛି ଗୋଟିଏ ଚ୍ୟାରିଟେବୁଲ ଟ୍ରଷ୍ଟ ବା ଧାର୍ମିକ ଦାନ।

National
ଭାରତରେ ପଶିବାକୁ କାହିଁକି ଉଦ୍ୟମ କରୁଥିଲେ ପାକିସ୍ତାନ ସେନା?
ଦୁଇ ମାସ ମଧ୍ୟରେ ପାକିସ୍ତାନ ସେନା ଦ୍ୱିତୀୟ ଥର ପାଇଁ ଏପରି ଗୁଳି ମାଡ଼ କରିଛି। ବିଶେଷ କରି ପିର ପଞ୍ଜଲ ରିଜନରେ ପାକିସ୍ତାନ ସୀମା ଲଙ୍ଘିବାକୁ ଚେଷ୍ଟା କରିଛି।

National
ୱାକଫ ବିଲ ଯୁଦ୍ଧ: କିଏ ସପକ୍ଷରେ ଓ କିଏ ବିପକ୍ଷରେ? କ’ଣ ବିଜେପି ସଫଳ ହେବ?
ବିଲ୍ ଉପରେ ଅଧିକ ଆଲୋଚନା ପାଇଁ ବିଲକୁ ଜେପିସି ନିକଟକୁ ପଠାଇ ଦିଆଯାଇଥିଲା। ଏକାଧିକ ସଂଶୋଧନ ସହ ବିଲକୁ ଆଜି ପୁଣି ଲୋକସଭାରେ ଆଗତ କରାଯାଇଛି।

Politics
ବିଜେପି-ଏଆଇଏଡିଏମକେ ମେଣ୍ଟ କଲେ ଆନ୍ନାମଲାଇ କ’ଣ କରିବେ?
ବିଜେପି କହିଲେ ତାମିଲନାଡୁରେ ଆନ୍ନାମଲାଇଙ୍କୁ ବୁଝାଏ। ଏପରି ସ୍ଥିତିରେ ଯଦି ବିଜେପି ପୁଣି ଏଆଇଏଡିଏମକେ ସହ ମେଣ୍ଟ କରୁଛି, ତା’ହେଲେ ଆନ୍ନାମଲାଇ କ’ଣ କରିବେ?

National
ଆମେ କ’ଣ ଅପେକ୍ଷା କରିବା ଆଉ ଏକ ବିପର୍ଯ୍ୟୟକୁ?
ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଭାରତରେ ଏକ ବଡ଼ ଧରଣର ଭୂକମ୍ପ ହେବାର ସମ୍ଭାବନା ଖୁବ୍ ଅଧିକ ରହିଛି। ଆଉ ଯେତେବେଳେ ଏହା ହେବ, ସ୍ଥିତି ବଡ଼ ଭୟଙ୍କର ହେବ। ବିଶେଷ କରି ଦିଲ୍ଲୀ ଓ ଗୌହାଟୀ ଭଳି ଜନଗହଳିପୂର୍ଣ୍ଣ ସହରରେ ହେଲେ ଯେଉଁ କ୍ଷୟକ୍ଷତି ଘଟିବ, ତାହା ମିଆଁମାରରେ ୪ ଦିନ ତଳେ ହୋଇଥିବା ଭୂକମ୍ପ ଜନିତ କ୍ଷୟକ୍ଷତିରୁ ବହୁଗୁଣା ଅଧିକ ହୋଇପାରେ।