Advertisment

ସମ୍ପର୍କରେ ବାଧକ ସାଜିଲା ସୀମା: ପାକିସ୍ତାନ ଫେରିଗଲା ପ୍ରେମ ପକ୍ଷୀ

ଏକ ମୁକ୍ତ ବିହଙ୍ଗ ପରି ପ୍ରେମ ହେଉଛି ଏକ ଉଡ଼ନ୍ତା ଚଢ଼େଇ।

author-image
Tapas Behera
ଅଦ୍ୟତନ ହୋଇଛି
love representational image

love representational image

କୁହାଯାଏ ପ୍ରେମ ମାନେନି ବାଧା କି ବନ୍ଧନ। ଜାତି, ଅଜାତି ଉଚ୍ଚନୀଚ୍ଚ, ଦେଶ କାଳ ପାତ୍ର ସବୁ କିଛି ଭଲ ପାଇବା ପାଖରେ ତୁଚ୍ଛ ହୋଇଯାଏ। ଏକ ମୁକ୍ତ ବିହଙ୍ଗ ପରି ପ୍ରେମ ହେଉଛି ଉଡ଼ନ୍ତା ଚଢ଼େଇ। ଯିଏ କୌଣସି ସୀମାସରହଦର ବନ୍ଧନରେ ଆବଦ୍ଧ ହୋଇପାରେନା। କିନ୍ତୁ ବିଡ଼ମ୍ବନା ହେଉଛି ସେଇ ସେଇ ସୀମା ହିଁ ଜଣେ ପ୍ରେମିକା ତାର ପ୍ରେମିକକୁ ପାଇବାରେ ପ୍ରତିବନ୍ଧକ ସାଜିଲା।

Advertisment

ଆଉ ଶେଷରେ ପ୍ରେମିକା ଜଣକ ନିରାଶ ହୋଇ ନିଜ ଦେଶକୁ ଫେରିଛି। ଏହା ହେଉଛି ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଏବଂ ଭାରତ ମଧ୍ୟରେ ଏକ ପ୍ରେମୀଯୁଗଳଙ୍କ କାହାଣୀ। ଭିସା ନଥିବାରୁ ପାକିସ୍ତାନ ଯୁବତୀଙ୍କୁ ତାଙ୍କ ଦେଶର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ସେ ବାହା ହୋଇଥିବା ଭାରତୀୟ ଯୁବକ ଜଣକ ଜାଲିଆତି କରିଥିବାରୁ ସେ  ଗିରଫ ହୋଇ ଜେଲରେ ଅଛନ୍ତି। ଉଦ୍ଧାର ହୋଇଥିବା ପାକିସ୍ତାନୀ ଯୁବତୀ ଜଣକ ହେଉଛନ୍ତି ଇକ୍ରା ଜୀୱାନି । ସିନ୍ଧ ପ୍ରଦେଶର ଇକ୍ରାଙ୍କର ଉତ୍ତରପ୍ରଦେଶର ଯୁବକ ମୁଲାୟମ ସିଂହ ଯାଦବଙ୍କ ସହ ଅନଲାଇନ୍‌ ଆପରେ ପ୍ରେମ ହୋଇଥିଲା। ୨୬ ବର୍ଷୀୟ ମୁଲାୟମ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି।

ପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଇକ୍ରାଙ୍କ ପାଖରେ ଭିtସା ଏବଂ ଭାରତ ଆସିବା ପାଇଁ ଟଙ୍କା ନଥିବାରୁ ସେ ଏକ ଉପାୟ ପାଞ୍ଚିଥିଲେ। ଏଥିପାଇଁ ସେ ନିଜର ସୁନାଗହଣା ବିକିବା ସହ ସାଙ୍ଗମାନଙ୍କୁ ଠାରୁ ଟଙ୍କା ଧାର ଆଣି ଦୁବାଇ ପର୍ଯ୍ୟନ୍ତ ବିମାନ ଟିକେଟ କରିଥିଲେ। ସେଠାରୁ ସେ କାଠମାଣ୍ଡୁ ଆସି ଭାରତ ସୀମାରେ ପ୍ରବେଶ କରିଥିଲେ। ଏକଥା ଏବେ ଇକ୍ରାଙ୍କ ମାମୁଁ କହିଛନ୍ତି। ଗତ ମାସରେ ଇକ୍ରାଙ୍କୁ ବେଙ୍ଗାଲରୁରେ ଉଦ୍ଧାର କରାଯାଇଥିଲା। ରବିବାର ୱାଘା ସୀମାରେ ଯୁବତୀ ଜଣକଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ଇକ୍ରା କଲେଜ ଯାଇ ଆଉ ଘରକୁ ଫେରି ନଥିଲେ। ୧୬ ବର୍ଷୀୟ ଇକ୍ରାଙ୍କୁ ମୁଲାୟମଙ୍କ ସହ ପ୍ରେମ ହୋଇଯାଇଥିବାରୁ ସେ ନିଜ ଦେଶ ଛାଡ଼ି ଭାରତ ଆସିବାକୁ ଯୋଜନା କରିଥିଲେ।

Advertisment

ତେଣୁ ସେ କରାଚିରୁ ଦୁବାଇ ପର୍ଯ୍ୟନ୍ତ ବିମାନରେ ପଳାଇ ଆସିଥିଲେ। ଏହା ପରେ ସେ କାଠମାଣ୍ଡୁ ଦେଈ ଭାରତ ପ୍ରବେଶ କରିଥିଲେ। ୨୦୨୨ ସେପ୍ଟେମ୍ବର ମାସରେ ଯୁବକ ଜଣକ ପାକିସ୍ତାନୀ ଝିଅକୁ ନେପାଳର କାଠମାଣ୍ଡୁ ବାଟେ ଭାରତକୁ ଆଣିଥିଲେ।

ସେମାନେ ବେଲ୍ଲାଣ୍ଡୁର୍‌ ଥାନା ଅନ୍ତର୍ଗତ ‘ଲେବର୍‌ କ୍ୱାର୍ଟର୍ସ’ରେ ରହୁଥିଲେ। ତାଙ୍କୁ ଆଣିଥିବା ମୁଲାୟମଙ୍କ ନାଁରେ ମାମଲା ରୁଜୁ କରାଯିବା ସହିତ ଗିରଫ ମଧ୍ୟ କରାଯାଇଛି । ସେହିପରି କାଗଜପତ୍ର ଜାଲିଆତି କରି ବେଆଇନ ଭାବେ ବେଙ୍ଗାଲୁରୁ ନଗରୀରେ ବାସ କରୁଥିବା ଇକ୍ରା ଜୀୱାନିଙ୍କୁ ପୁଲିସ ଗରିଫ ମଧ୍ୟ କରିଥିଲା। କିନ୍ତୁ ଗତ ରବିବାର ଇକ୍ରାଙ୍କୁ ତାଙ୍କ ଦେଶ ପାକିସ୍ତାନକୁ ହସ୍ତାନ୍ତର କରାଯାଇଛି।

India Vs Pakistan