Rabindranath Tagore & his handwriting
୭୮ତମ ସ୍ୱାଧୀନତା ଦିବସ ଅବସରରେ ରବୀନ୍ଦ୍ରନାଥ ଟାଗୋରଙ୍କୁ ମନେ ପକାଇଛି ନୋବେଲ କମିଟି। ଦେଶର ଜାତୀୟ ସଂଗୀତ 'ଜନ ଗଣ ମନ' ଲେଖିଥିବା ଏହି ମସିହା ପୁରୁଷଙ୍କ ହାତଲେଖାକୁ ନୋବେଲ କମିଟି ସୋଶାଲ ମିଡିଆରେ ଶେଆର କରିଛି, ଯାହା ଖୁବ୍ ଜନାଦୃତ ହେଉଛି।
ବାସ୍ତବରେ ରବୀନ୍ଦ୍ରନାଥ ଟାଗୋର 'ଜନ ଗଣ ମନ'ର କରିଥିବା ଇଂରାଜୀ ଅନୁବାଦକୁ ସୋଶାଲ ମିଡିଆରେ ଶେଆର କରିଛି ନୋବେଲ କମିଟି। ଭାରତର ସ୍ୱାଧୀନତା ଦିବସରେ ଏପରି ଏକ ପୋଷ୍ଟ କରି ଟାଗୋରଙ୍କ ଅବଦାନକୁ ମନେ ପକାଇ ଦେଇଛି।
କମିଟି ପୋଷ୍ଟ କରିଥିବା କ୍ୟାପ୍ସନରେ ଲେଖିଛି, "ଭାରତର ଜାତୀୟ ସଂଗୀତ 'ଜନ ଗଣ ମନ'ର ଇଂରାଜୀ ଅନୁବାଦ, ଯାହାକୁ ମୁଖ୍ୟତଃ ବେଙ୍ଗଲି କବି ରବୀନ୍ଦ୍ରନାଥ ଟାଗୋର ଲେଖିଥିଲେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୧୩ରେ ଟାଗୋରଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।"
ରବୀନ୍ଦ୍ରନାଥ ଟାଗୋର ଗୀତାଞ୍ଜଳି ପାଇଁ ୧୯୧୩ରେ ନୋବେଲ ପାଇଥିଲେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରା ଯାଇଥିଲା। ସେତେବେଳେ ସେ ଭାରତ ତଥା ସମଗ୍ର ଏସିଆ ମହାଦେଶରେ ପ୍ରଥମ ନାଗରିକ ଭାବେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ।
ଯଦି ଆମେ 'ଜନ ଗଣ ମନ' କଥା କହିବା, ତେବେ ଏହା ମୂଳତଃ ଡିସେମ୍ବର ୧୯୧୧ରେ ବଙ୍ଗଳା ଭାଷାରେ 'ଭରତ ଭାଗ୍ୟ ବିଧାତା' ଭାବରେ ରଚନା କରାଯାଇଥିଲା। ୧୯୫୦ରେ ଏହାକୁ ଭାରତୀୟ ସମ୍ବିଧାନ ଜାତୀୟ ସଂଗୀତ ରୂପେ ଗ୍ରହଣ କରିଥିଲା।
ରବୀନ୍ଦ୍ରନାଥ ଟାଗୋର ଏକାଧାରରେ ଜଣେ କବି, ଗୀତିକାର, ଲେଖକ, ଚିତ୍ରକାର, ନାଟ୍ୟକାର, ସଂଗୀତକାର, ଦାର୍ଶନିକ ତଥା ସାମାଜିକ ସଂସ୍କାରକ ଥିଲେ। ବଙ୍ଗଳା ସାହିତ୍ୟ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।
"Jana Gana Mana" is the national anthem of India, originally composed in Bengali by poet Rabindranath Tagore, who was awarded the Nobel Prize in Literature in 1913.
Pictured: An English translation of Jana Gana Mana by Tagore pic.twitter.com/8p1AzBNQoQ
— The Nobel Prize (@NobelPrize) August 15, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
