Advertisment

ମିଳିଲାନି ଫର୍ଚୁନର କାର୍‌, ପିଟି ପିଟି ମାରିଦେଲେ ଶାଶୁ ଘର ଲୋକେ

ପୁଲିସ ଏହି ମାମଲାରେ ସ୍ୱାମୀ ଓ ଶ୍ୱଶୂରଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Dowry Death

Dowry Death

ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ମହିଳା। ଫର୍ଚୁନର କାର୍‌ ପାଇଁ ମହିଳାଙ୍କୁ ପିଟି ପିଟି ମାରିଦେଲେ ଶାଶୁ ଘର ଲୋକେ। ଏଭଳି କିଛି ଯୌତୁକ ଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀର ନିକଟବର୍ତ୍ତୀ ଅଞ୍ଚଳ ନୋଏଡା ଠାରେ।

Advertisment

ଡିସେମ୍ବର ୨୦୨୨। ବିକାଶଙ୍କ ହାତ ଧରିଥିଲେ କରିଶ୍ମା। ଖୁବ ଧୁମ୍‌ଧାମରେ ହୋଇଥିଲା ଉଭୟଙ୍କ ବିବାହ। ଏହି ଦମ୍ପତି ବିକାଶଙ୍କ ପରିବାର ସହିତ ଗ୍ରେଟର ନୋଏଡାର ଇକୋଟେକ୍ -୩ର ଖେଡ଼ା ଚାଉଗାନପୁର ଗ୍ରାମରେ ରହୁଥିଲେ। ବିବାହ ସମୟରେ କରିଶ୍ମାଙ୍କ ଘର ଲୋକେ ବିକାଶଙ୍କୁ ନଗଦ ୧୧ ଲକ୍ଷ ଟଙ୍କା ଓ ଏକ ଏସ୍‌ୟୁଭି କାର୍‌ ମଧ୍ୟ ଦେଇଥିଲେ।

ତେବେ ବେଶ୍‌ କିଛି ଦିନ ପରେ ବିକାଶଙ୍କ ପରିବାର ବାରମ୍ବାର ଅଧିକ ‌ଯୌତୁକ ଦାବି କରି ଆସୁଥିଲେ। ଏକ ଫର୍ଚ୍ୟୁନର କାର୍‌ ସାଙ୍ଗକୁ ନଗଦ ୨୧ ଲକ୍ଷ ଟଙ୍କା ମାଗୁଥିଲେ କରିଶ୍ମାଙ୍କ ଶାଶୁ ଘର ଲୋକେ। ଏଥିପାଇଁ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ। ତେବେ ଏହି ଯୌତୁକ ଦାବି ପୂରଣ ନହେବାରୁ କରିଶ୍ମାଙ୍କୁ ତାଙ୍କ ସ୍ୱାମୀ ବିକାଶ ଓ ଶାଶୁ ଘର ଲୋକେ ମିଶି ପିଟି ପିଟି ଜୀବନରେ ମାରିଦେଇଥିବା ପୀଡିତାଙ୍କ ଭାଇ ଦୀପକ ପୁଲିସରେ ଅଭିଯୋଗ କରିଛନ୍ତି।

Advertisment

ପୁଲିସ ନିକଟରେ କରିଥିବା ଅଭିଯୋଗରେ ପୀଡ଼ିତା କରିସ୍ମାଙ୍କ ଭାଇ ଦୀପକ କହିଛନ୍ତି ଯେ ସେ ଶୁକ୍ରବାର ଦିନ ସ୍ୱାମୀ ବିକାଶ ତାଙ୍କ ବାପା-ମା' ଓ ଭାଇ ଭଉଣୀ ସହ ମିଶି କରିସ୍ମାଙ୍କୁ ଖୁବ୍‌ ମାଡ଼ ମାରିଥିଲେ। ଏନେଇ ତାଙ୍କ ଭଉଣୀ ନିଜ ଘରକୁ ଫୋନ୍‌ କରି ଜଣାଇଥିଲେ। ଏହାପରେ ସେମାନେ ସେଠାରେ ପହଞ୍ଚିଥିଲେ। ତେବେ ଏହା ପୂର୍ବରୁ ଝିଅର ମୃତ୍ୟୁ ହୋଇସାରିଥିବା ଦେଖିବାକୁ ପାଇଥିଲେ।

ପୁଲିସ ଏହି ମାମଲାରେ ସ୍ୱାମୀ ବିକାଶ, ଶ୍ୱଶୂର ସୋମପାଲ ଭଟ୍ଟି, ଶାଶୁ, ନଣନ୍ଦ ଓ ଦିଅର ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଏଥିସହ ବିକାଶ ଓ ତାଙ୍କ ବାପାଙ୍କୁ ପୁଲିସ ଗରିଫ କରି ତଦନ୍ତ ଜାରି ରଖିଛି। ଅନ୍ୟ ଅଭିୁଯକ୍ତମାନେ ଫେରାର ଥିବାରୁ ସେମାନଙ୍କ ସନ୍ଧାନ ଚଲାଇଛି ପୁଲିସ।

Noida Fortuner Car In Dowry Dowry Death