/odisha-reporter/media/post_attachments/uploadimage/library/16_9/16_9_0/IMAGE_1710920996.jpg)
Elvish-Yadav
ସାପ ବିଷ ମାମଲାରେ ଫେମସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ଗିରଫ ପରେ ଆକ୍ସନ ମୁଡ୍ରେ ରହିଛି ନୋଏଡା ପୁଲିସ। ଏହି ମାମଲାରେ ପୁଲିସ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିଫର ଦୁଇ ଅଭିଯୁକ୍ତ ହେଲେ ଈଶ୍ୱର ଓ ବିନୟ।
ଦିଲ୍ଲୀ ଏନ୍ସିଆର୍, ହରିଆଣାର ଅନେକ ଫାର୍ମ ହାଉସରେ ରେଭ୍ ପାର୍ଟିର ଆୟୋଜନ କରୁଥିବା ଅଭିଯୋଗରେ ପୁଲିସ ଈଶ୍ୱର ଓ ବିନୟଙ୍କୁ ଉଠାଇ ନେଇଛି। ସାପ ବିଷ ମାମଲାରେ ଆଗକୁ ଆହୁରି ଅନେକ ଲୋକେ ଗିରଫ ହୋଇପାରନ୍ତି ବୋଲି ପୁଲିସ କହିଛି।
ଏହି ମାମଲରେ ବଡ ବଡ ସେଲେବ୍ରିଟିଙ୍କୁ ମଧ୍ୟ ନୋଟିସ କରାଯାଇଛି। ପୁଲିସ ସେମାନଙ୍କୁ ପଚରାଉଚରା ପାଇଁ ଡକାଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୁଲିସ ୮ ଜଣଙ୍କୁ ଗିରଫ କରି ସାରିଲାଣି। ରେଭ୍ ପାର୍ଟିରେ ସାପ ଓ ତା'ର ବିଷ ଚାଲାଣ କରାଯାଇଥିବା ଅଭିଯୋଗରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
କହିରଖୁ, ଫେମସ ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ନୋଏଡା ପୁଲିସ ରବିବାର ଗିରଫ କରିଥିଲା। ୟୁଟ୍ୟୁବର୍ ଓ ବିଗ୍ ବସ୍ ଓଟିଟି-୨ ବିଜେତା ଏଲଭିଶଙ୍କ ବିରୋଧରେ ବିଭିନ୍ନ ପାର୍ଟିରେ ସାପ ବିଷ ବ୍ୟବହାର କରୁଥିବା ନେଇ ଅଭିଯୋଗ ରହିଛି।
ଗତବର୍ଷ ନଭେମ୍ବର ୮ ତାରିଖରେ ନୋଏଡା ପୁଲିସ ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାର କରାଯାଇଥିବା ମାମଲରେ ଏଫ୍ଆଇଆର୍ ରୁଜୁ କରିଥିଲା। ଏହି ମାମଲାରେ ଏଲଭିଶଙ୍କ ନାଁ ମୁଖ୍ୟ ଅଭିଯୁକ୍ତ ରୂପେ ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ ରାହୁଲ, ଟିଟୁନାଥ, ଜୟକରଣ, ନାରାୟଣ ଓ ରବିନାଥଙ୍କୁ ପୁଲିସ ଗିରଫ କରିଥିଲା। ରାହୁଲ ନିକଟରୁ ପୁଲିସ ୨୦ଏମ୍ଏଲ୍ ସାପ ବିଷ ମଧ୍ୟ ଜବତ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
